ବଲିଉଡରେ ବି ରହିଛନ୍ତି ହାର୍ବେଙ୍କ ଭଳି ଯୌନ ପିପାସୁ: ପହଲାଜ ନିହଲାନୀ

65

ସେନସର ବୋର୍ଡର ପୂର୍ବତନ ଚେୟାରମ୍ୟାନ ପହଲାଜ ନିହଲାନୀ ଯୈାନ ଶୋଷଣ ଆରୋପରେ ଥିବା ହଲିଉଡ ପ୍ରଯୋଜକ ହାର୍ବେ ୱିନଷ୍ଟିନଙ୍କ ମାମଲାରେ ସ୍ୱମତ ଦେଇଛନ୍ତି ।

ନିହଲାନୀଙ୍କ ମତରେ, ବଲିଉଡରେ ମଧ୍ୟ ଏହିଭଳି ଅନେକ କଳାକାର ରହିଛନ୍ତି । ଯେଉଁମାନଙ୍କର ଖୁଲାସା କରିବା ନିହାତି ଜରୁରୀ ଅଟେ । ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୂର୍ବରୁ ଦେଇଥିବା ବୟାନକୁ ମଧ୍ୟ ସ୍ୱୀକୃତି ଦେଇଛନ୍ତି ନିହଲାନ । ହାର୍ବେ ହେଉଛନ୍ତି ହଲିଉଡ ଜଗତର ଜଣେ ପ୍ରସିଦ୍ଧ ପ୍ରଯୋଜକ । କିନ୍ତୁ ତାଙ୍କ ବିରୋଧରେ ୩ଡର୍ଜନରୁ ଅଧିକ ଅଭିନେତ୍ରୀ ଯୌନ ନିର୍ଯ୍ୟାତନା ତଥା କାଷ୍ଟିଂକାଉଚ ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ଯେଉଁମାନଙ୍କ ମଧ୍ୟରେ ବଲିଉଡର ଜଣାଶୁଣା ଅଭିନେତ୍ରୀ ଆଞ୍ଜେଲିନା ଜୋଲି ବି ସାମିଲ ଅଛନ୍ତି । ହାର୍ବେ ଏବେ ନିଶାମୁକ୍ତ କେନ୍ଦ୍ରରେ ନିଜ କୁଅଭ୍ୟାସ ପାଇଁ ଚିକିତ୍ସିତ ହେଉଛନ୍ତି ।

ହାର୍ବେଙ୍କୁ ସମାଲୋଚନା କରି ନିହଲାନୀ କହିଛନ୍ତି କି, ହାର୍ବେଙ୍କ ଭଳି ବଲିଉଡରେ ମଧ୍ୟ ଯୌନ ନିର୍ଯ୍ୟାତନା ଭଳି ଘୃଣ୍ୟ କାର୍ଯ୍ୟରେ ଲିପ୍ତ ଅଛନ୍ତି ଅନେକ ପ୍ରଯୋଜକ । ତେବେ ସଂଘର୍ଷରତ ଅଭିନେତ୍ରୀଙ୍କର ସରଳତାର ସୁଯୋଗ ଉଠାନ୍ତି ଏହି ସବୁ ମନ୍ଦ ପ୍ରବୃତ୍ତିର ପ୍ରଯୋଜକମାନେ । ଏଥିପାଇଁ ଅଭିନେତ୍ରୀମାନେ ତାଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନିଅନ୍ତି ନାହିଁ । ଏବେ ଏମାନଙ୍କ ମୁଖା ଖୋଲିବାର ସମୟ ଆସିଯାଇଛି ବୋଲି ନିହଲାନୀ କହିଛନ୍ତି ।

ସୌଜନ୍ୟ : ଆଜତକ୍