ମୁଣ୍ଡ ନେଲା ‘ପଦ୍ମାବତୀ’ ! ହିଂସ୍ର ହେଲେ ବିରୋଧୀ, ରାଜସ୍ଥାନର ଏକ ଦୁର୍ଗରୁ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର

75

ସଂଜୟ ଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପଦ୍ମାବତୀ’କୁ ବିବାଦ ଦିନକୁ ଦିନ ସଂଗୀନ ହେବାରେ ଲାଗିଛି । ରାଜସ୍ଥାନର ଏକ ଦୁର୍ଗରେ ଏହି ବିବାଦର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ରାଜସ୍ଥାନର ଏହି ଦୁର୍ଗରେ ଏକ ଶବକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ସୂଚନା ମୁତାବକ, ରାଜସ୍ଥାନର ଏହି ଦୁର୍ଗରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏଥିସହିତ ଏକ ପୋଷ୍ଟର ମଧ୍ୟ ଘଟଣା ସ୍ଥିଳରୁ ଜବତ କରାଯାଇଛି । ତେବେ ଏହି ପୋଷ୍ଟରରେ ଉଲ୍ଲେଖ ରହିଛି କି, ଆମେ କେବଳ ପୁତ୍ତଳିକାକୁ ଝୁଲାଉ ନାହୁଁ ‘ପଦ୍ମାବତୀ’ । ଲୋକମାନେ ପଦ୍ମାବତୀକୁ ବିରୋଧ କରୁଛନ୍ତି, ଆମେ ଏଠାରେ ଆତ୍ମହତ୍ୟା କରୁଛୁ ।

ଏଠାରେ କହି ରଖଛୁ ଯେ କେବଳ ଭାରତରେ ନୁହେଁ ପଦ୍ମାବତୀକୁ ବିରୋଧ କରିବା ବ୍ରିଟେନ ପର୍ଯ୍ୟନ୍ତ ପହଂଚି ସାରିଲାଣି । ବ୍ରିଟେନରେ ଭଂସାଲିଙ୍କ ନିର୍ଦ୍ଦେଶିତ ସିନେମା ତଥା ପଦ୍ମାବତୀର ରିଲିଜକୁ ନେଇ ଅନୁମତି ମିଳିସାରିଛି । ହେଲେ ସେଠାକାର ରାଜପୁତ ସଂଗଠନକାରୀ ମାନେ ବ୍ରିଟିଶ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ ଏହି ନିଷ୍ପତିକୁ ବିରୋଧ କରିଛନ୍ତି । ପଦ୍ମାବତୀଙ୍କ ଐତିହାସିକ କାହାଣୀକୁ ଉକ୍ତ ସିନେମାରେ ଅଶାଳୀନ ଭାବେ ଚିତ୍ରଣ କରାଯାଇଛି ବୋଲି ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ବ୍ରିଟିଶ ବୋର୍ଡ ଅଫ ଫିଲ୍ମ କ୍ଲାସିଫିକେସନ(ବିବିଏଫସି) ଦୀପିକା ପାଦୁକୋନ, ରଣବୀର ସିଂ ଏବଂ ସାହିଦ କାପୁର ସମସ୍ତ ପଦ୍ମାବତୀ କଳାକାରଙ୍କ ମହାନ ଅଭିନୀତ ବିଭାଗରେ ‘୧୨ଏ’ ସାର୍ଟିଫିକେଟ ଦିଆଯାଇଛି ଏବଂ ଏହି ଚଳଚ୍ଚିତ୍ରକୁ ୧୨ବର୍ଷ କିମ୍ବା ୧୨ବର୍ଷ ବୟସରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଦେଖିବାକୁ ସୁଯୋଗ ମଧ୍ୟ ଦେଇଛନ୍ତିି । ବିବିଏଫସିଙ୍କ ତଥ୍ୟ ଅନୁସାରେ, ୧୬୪ମିନିଟ୍ ଲମ୍ବାର ଏହି ଚଳଚ୍ଚିତ୍ର “ପଦ୍ମାବତୀ” ହିନ୍ଦୀ ଭାଷାର ମହାନ ନାଟକ ଅଟେ । ଯେଉଁଥିରେ ଜଣେ ସୁଲତାନ ରାଜପୁତ ରାଣୀଙ୍କୁ ପାଇବା ଆଶାରେ ଆକ୍ରମଣର ନେତୃତ୍ୱ ବହନ କରୁଛନ୍ତି ।

ସୌଜନ୍ୟ: ଜନସତ୍ତା