‘ପଦ୍ମାବତୀ’କୁ ନେଇ ମହାଖୁଲାସା ! ଜାଣନ୍ତୁ କେବେ ପରଦାକୁ ଆସିବ ଏହି ସିନେମା

72

ସଂଜୟ ଲୀଳା ଭଂସାଲୀଙ୍କ ନିର୍ଦ୍ଦେଶିତ ସିନେମା ‘ପଦ୍ମାବତୀ’ ପରଦାକୁ ଆସିବା ପୂର୍ବରୁ ହିଁ ରହିଆସିଛି ଚର୍ଚ୍ଚାରେ । ତେବେ ସୁଟିଂ ସେଟରେ ବ୍ୟାପକ ଭଙ୍ଗାରୁଜା ଏବଂ ଏହାର କାହାଣୀକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସିନେମାଟିକୁ ଆହୁରୀ ଚର୍ଚ୍ଚିତ କରିଦେଇଛି । ଯାହା ସିନେମାର ରିଲିଜ ହେବାକୁ ନେଇ ସୃଷ୍ଟି କରିଥିଲା ଅନେକ ପ୍ରଶ୍ନ । କିନ୍ତୁ ଏହାକୁ ନେଇ ପୁଣି ଏକ ତାଜା ଖବର ଶୁଣିବାକୁ ମିଳିଛି ।

ସୂଚନା ମୁତାବକ, ବଲିଉଡ୍ ସିନେମା ‘ପଦ୍ମାବତୀ’ ପୂର୍ବ ନିଦ୍ଧାରିତ ସମୟରେ ହିଁ ରିଲିଜ୍ ହେବ । ଏବଂ ଏହି ନିଷ୍ପତି ନେଇଛନ୍ତି ସିନେମାଟିକୁ ପ୍ରଡ୍ୟୁସ କରୁଥିବା ସଂସ୍ଥା । ସେ ଆଉ ମଧ୍ୟ କହିଛନ୍ତି କି, ଏହି ସିନେମାର ରିଲିଜ୍ ତାରିଖକୁ କୌଣସି ପରିସ୍ଥିତିରେ ବି ଘୁଂଚା ଯାଇ ପାରିବ ନାହିଁ । ଏବଂ ନିର୍ଦ୍ଧାରିତ ସମୟରେ ହିଁ ସିନେମାଟିକୁ ରିଲିଜ୍ କରାଯିବ ।

ତେବେ ଏଠାରେ ଆମେ କହି ରଖୁଛୁ କି, ସିନେମାରେ ରାଣୀ ପଦ୍ମାବତୀ ଏବଂ ଆଲ୍ଲାଉଦ୍ଦିନ ଖିଲଜୀଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କ ଉପରେ ଆଧାରିତ ଏହି ସିନେମା ତଥା ଏଥିରେ ଚିତ୍ରଣ କରାଯାଇଥିବା କାହାଣୀକୁ କରଣୀ ସେନା ବିରୋଧ କରିଥିଲା । ଏମିତିକି, ସେମାନେ ଉତ୍ୟକ୍ତ ହୋଇ ପ୍ରଥମେ ଜୟପୁର ଓ ପରେ କୋହ୍ଲାପୁରର ସୁଟିଂ ସେଟକୁ ପୋଡି ଦେଇଥିଲେ । ଯେଉଁଥି ପାଇଁ ସୁଟିଂକୁ ବାରମ୍ବାର ବନ୍ଦ କରିବାକୁ ପଡିଥିଲା । ଯାହାକୁ ନେଇ ନିର୍ଦ୍ଧାରିତ ସମୟରେ ଶେଷ ହେବା ଉପରେ ସନ୍ଦେହ ଜାତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶକ ପୂର୍ବ ନିର୍ଦ୍ଧାରିତ ସମୟ ତଥା ୧୭ ନଭେମ୍ବର ୨୦୧୭କୁ ପରିବର୍ତ୍ତନ କରି ଆସନ୍ତା ବର୍ଷକୁ ରିଲିଜ କରାଯିବ ବୋଲି ଘୋଷଣା କରିଥିଲେ ।