ସିନେମା ସମ୍ରାଟଙ୍କ କାରନାମା । ୨୪ ଜଣ ମହିଳାଙ୍କୁ କରିଛନ୍ତି ଯୌନ ଶୋଷଣ । ଶେଷରେ ବିଦାକଲା ଓସ୍କାର

40

ହଲିଉଡ ଜଗତର ସିନେମା ସମ୍ରାଟ୍ କୁହାଯାଉଥିବା ତଥା ଖ୍ୟାତନାମା ସିନେମା ପ୍ରଯୋଜକ ହାର୍ଭି ୱିନଷ୍ଟେନଙ୍କୁ ଓସ୍କାର ଏକାଡେମୀରୁ ବାହାର କରି ଦିଆଯାଇଛି । ପାଖାପାଖି ୨୦ରୁ ଅଧିକ ଯୁବତୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହାର୍ଭିଙ୍କ ବିରୋଧରେ ଆସିଛି । ଯେଉଁଥିପାଇଁ ତାଙ୍କୁ ଓସ୍କାର ସଦସ୍ୟରୁ ବହିଷ୍କୃତ କରିଦିଆଯାଇଛି ।

ୟୁଏସ ଏକାଡେମୀ ଅଫ ମୋସନ ପିକ୍ଚର୍ସ ଆଣ୍ଡ ସାଇନ୍ସର ପାଖାପାଖି ଦୁଇ ତୃତୀୟାଂଶରୁ ଅଧିକ ସଦସ୍ୟଙ୍କ ନିଷ୍ପତ୍ତି କ୍ରମେ ହାର୍ଭିଙ୍କୁ ବହିଷ୍କୃତ କରାଯାଇଛି । ସୂଚନା ମୁତାବକ, ହଲିଉଡର ଖ୍ୟାତନାମା ଅଭିନେତ୍ରୀ ରୋଜ ମୈକଗୌୱାନ ପ୍ରଥମେ ହାର୍ଭିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ତେବେ ହାର୍ଭି ତାଙ୍କୁ ଏକ ହୋଟେଲରେ ଦୁଷ୍କର୍ମ କରିଥିବା ତାଙ୍କର ଅଭିଯୋଗ ରହିଛି । ଏହାପରେ ହାର୍ଭିଙ୍କର ଗୋଟିଏ ପରେ ଗୋଟିଏ କଳାକାରନାମା ସାମ୍ନାକୁ ଆସିଥିଲା ।

ଯୌନ ଉତ୍ପୀଡନ ପରେ ବି ଅନେକ ଅଭିନେତ୍ରୀ ଚାପରେ ଦୀର୍ଘଦିନ ଧରି ହାର୍ଭିଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ ହୋଇଥିଲେ । ଏପରିକି ଅଭିନେତ୍ରୀଙ୍କୁ ସେ ମିଟିଂ ବା ପାର୍ଟି ଆଳରେ ହୋଟେଲକୁ ଡାକି ତାଙ୍କ ସହ ଖରାପ କାମ କରୁଥିଲେ । ମାତ୍ର ହାର୍ଭି ଜଣେ ଶକ୍ତିଶାଳୀ ସିନେମା ମେକର ହୋଇଥିବା କାରଣରୁ ତାଙ୍କ ବିରୋଧରେ ମୁହଁ ଖୋଲିବାକୁ ଭୟ କରୁଥିଲେ । ନିକଟରେ ଏକ ଟିଭି ଚ୍ୟାନେଲର ରିପୋର୍ଟର ଏହାର ଖୁଲାସା କରିଛନ୍ତି ।

ତାଙ୍କ କହିବା କଥା ହେଲା, ଏକ ସାକ୍ଷାତକାର ପରେ ହାର୍ଭି ତାଙ୍କୁ ଲଂଚ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ତାଙ୍କ ସହିତ ସେକ୍ସ କନଟ୍ରାକ୍ଟ ସାଇନ କରିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ହାର୍ଭିଙ୍କ ଏହି କାରନାମା ସାମ୍ନାକୁ ଆସିଛି ଆଉ ଏଥିରେ ସାମିଲ ଅଛନ୍ତି ହଲିଉଡ ଜଗତର ଅନେକ ଖ୍ୟାତନାମା ଅଭିନେତ୍ରୀ ।

ସୌଜନ୍ୟ: ଆଜତକ୍