କାହିଁକି ଲଜ୍ଜିତ ହେଲେ ଡ୍ୟାନ୍ସ ଗୁରୁ ! ‘ନଚ ବଲିଏ’ ସେଟରେ ଘଟିଥିଲା କଣ

36

କୋରିଓଗ୍ରାଫର ଟେରେନ୍ସ ଲୁଇସ୍ ନିଜର ଦମଦାର ଡ୍ୟାନ୍ସ ପାଇଁ ଘରେ ଘରେ ପରିଚିତ । ଷ୍ଟାର ପ୍ଲସରେ ପ୍ରସାରିତ ଏକ ରିୟଲିଟି ଶୋ ‘ନଚ ବଲିଏ ସିଜିନ୍ ୮’ରେ ଟେରେନଙ୍କୁ୍ସ ଜଜ ଭୂମିକାରେ ଦେଖିବାକୁ ମିଳିଛି । ଆଉ ଏହି ଅବସରରେ ତାଙ୍କୁ ଦର୍ଶକଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଛି ।

ସୂଚନା ମୁତାବକ, ପ୍ରତିଯୋଗୀଙ୍କ ଅନୁରୋଧ କ୍ରମେ ଟେରେନ୍ସଙ୍କୁ ଡ୍ୟାନ୍ସ କରିବାକୁ ପଡିଥିଲା ଆଉ ଯେତେବେଳେ ସେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ ସେତେବେଳେ ସେ ନିଜ ଡ୍ୟାନ୍ସକୁ ନେଇ ଏତେମାତ୍ରାରେ ଉତ୍ସାହିତ ହୋଇପଡିଥିଲେ କି ଡ୍ୟାନ୍ସ କରୁ କରୁ ତାଙ୍କ ପ୍ୟାଂଟଟି ଫାଟି ଯାଇଥିଲା । ତେବେ ସବୁଠାରୁ ମଜା କଥା ହେଲା, ଏହାପରେ ବି ସେ ନିଜ ଡ୍ୟାନ୍ସ ଜାରି ରଖିଥିଲେ । ପରବର୍ତ୍ତି ସମୟରେ ଯେତେବେଳେ ତାଙ୍କ ଡ୍ୟାନ୍ସ ସରିଥିଲା ସେତେବେଳେ ତାଙ୍କୁ ଏକ ଟାୱେଲରେ ଢାଙ୍କି ଦିଆଯାଇଥିଲା ।

ଘଟଣାଟି ଏମିତି ଥିଲା କି, ଟେରେନ୍ସ ଷ୍ଟ୍ରେଚିଂ ଡ୍ୟାନ୍ସ କରୁଥିଲେ ଯେଉଁଥିରେ ତାଙ୍କୁ ନିଜ ଗୋଡକୁ ୧୮୦ ଡିଗ୍ରୀ କରିବାକୁ ପଡିଥିଲା । କିନ୍ତୁ ଟାଇଟ୍ ଜିନ୍ସ ପିନ୍ଧି ରଖିଥିବା କାରଣରୁ ତାଙ୍କ ପ୍ୟାଂଟଟି ଫାଟି ଯାଇଥିଲା । ଏବଂ ତାଙ୍କୁ ସର୍ବ ସମ୍ମୁଖରେ ଲଜ୍ଜିତ ହେବାକୁ ପଡିଥିଲା ।

ଦେଖନ୍ତୁ ଏହି ଭିଡିଓ-