ଜୀବନର ଗୋଟିଏ ସତ୍ୟ ! ଯାହାକୁ ଏବେବି ଦୁନିଆଠାରୁ ଲୁଚାଇ ରଖିଛନ୍ତି ବିଗ୍ ବି

86

୨୦୦୫ ନଭେମ୍ବରମାସରେ ବଲିଉଡ୍ ଶେହେନ୍ସା ତଥା ବିଗ୍ ବି ଅଭିତାଭ ବଚ୍ଚନ ନିଜ ସ୍ୱର୍ଗୀୟ ବାପା ହରିବଂଶ ରାୟ ବଚ୍ଚନଙ୍କ ଜୟନ୍ତୀ ଅବସରରେ ନିଜ ପରିବାର ସହ ଉତ୍ତରପ୍ରଦେଶ ଯାଇଥିଲେ । ମାତ୍ର ସେଠାରେ ସେ ପେଟ ଯନ୍ତ୍ରଣା ଅନୁଭବ କରିଥିଲେ ଯେଉଁଥିପାଇଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବଂ ବିଭିନ୍ନ ଗଣମାଧ୍ୟମ ଏହି ଖବରକୁ ଲଗାତର ଭାବେ ପ୍ରସାରଣ କରି ସାରା ଦେଶରେ ରାଷ୍ଟ୍ରୀୟ ଶୋକର ପରିବେଶ ସୃଷ୍ଟି କରିଦେଇଥିଲେ ।

ତେବେ ପାଖାପାଖି ୯ଘଂଟା ଯାଏଁ ଚାଲି ରହିଥିବା ଅପରେସନ ପରେ ଅମିତାଭଙ୍କ ସ୍ୱାସ୍ଥ୍ୟରେ ଧିରେ ଧିରେ ସୁଧାର ଆସିଥିଲା । ସେହି ସମୟରେ ସେହି ଡାକ୍ତରଖାନାରେ ସ୍ୱର୍ଗତ ରାଜୀବ ଦିକ୍ଷିତ ଉପସ୍ଥିତ ଥିଲେ । ତେବେ ସେ ଯେତେବେଳେ ଏନେଇ ଅମିତାଭଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ସେତେବେଳେ ଡାକ୍ତରଙ୍କ ବୟାନ ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଡାକ୍ତର କହିଥିଲେ କି, ଅମିତାଭ କୁଲାଇଟିସ୍ ନାମକ ରୋଗରେ ଆକ୍ରାନ୍ତ । ଯେଉଁଥି ପାଇଁ ତାଙ୍କ ଶରୀରର କିଛି ଅଙ୍ଗ ନଷ୍ଟ ହୋଇଯାଇଥିଲା । ତେବେ ତାକୁ ଭାଗ ଭାଗ କରି କାଟି ବାହାର କରିବାକୁ ପଡିଥିଲା ।

ଡାକ୍ତରଙ୍କ କଥା ଶୁଣି ରାଜୀବ କହିଥିଲେ କି, ଅମିତାଭଙ୍କର ସେଭଳି କିଛି ମନ୍ଦ ଅଭ୍ୟାସ ନାହିଁ ଯାହା କାରଣରୁ ତାଙ୍କୁ ଏଭଳି ଭୟାନକ ରୋଗ ଆକ୍ରାନ୍ତ କରି ପାରିବ । ମାତ୍ର ଡାକ୍ତର ଏହାର ଉତ୍ତର ଦେଇ କହିଥିଲେ କି ଏହା ଏଥିପାଇଁ ସମ୍ଭବ ହେଲା କି ଦୀର୍ଘ ଦିନ ଧରି ଅମିତାଭ ବିଭିନ୍ନ ଥଣ୍ଡା ପାନୀୟଜଳ ପିଇଆସୁଛନ୍ତି ଯାହା ଦ୍ୱାରା ତାଙ୍କୁ ଏହି ରୋଗଟି ଆକ୍ରମଣ କରିଛି । ତେବେ ଏସମସ୍ତ କଥାକୁ ସ୍ପଷ୍ଟ କରିବା ପାଇଁ ରାଜୀବ ଅମିତାଭଙ୍କୁ ମେଲ୍ ଜରିଆରେ ପ୍ରଶ୍ନ କରିଥିଲେ ଏବଂ ଏହାର ଜବାବରେ ଅମିତାଭ ଏକଥାକୁ ସ୍ୱୀକାର କରି କହିଥିଲେ କି, ହଁ ଏହା ସତ୍ୟ ଅଟେ ମୋର ଶରୀର ଥଣ୍ଡା ପାନୀୟ ଜଳ ତଥା ପେପ୍ସି ଏବଂ କୋକୋ-କୋଲା ପିଇବାଦ୍ୱାରା ନଷ୍ଟ ହୋଇଯାଇଥିଲା ଯାହାକୁ ଡାକ୍ତରଙ୍କୁ କାଟି ବାହାର କରିବାକୁ ପଡିଥିଲା ।

ଅମିତାଭଙ୍କଠାରୁ ଏକଥା ଶୁଣିବା ପରେ ରାଜୀବ କହିଥିଲେ କି ସେ ଯେଉଁ କୋଲ୍ଡ ଡ୍ରିକ୍ସ କାରଣରୁ ତାଙ୍କରି ଏଅବସ୍ଥା ସେ ଏହାକୁ ଲୋକ ଲୋଚନକୁ ଆଣନ୍ତୁ ବୋଲି । ମାତ୍ର ଅମିତାଭ ମନା କରି କହିଥିଲେ କି ସେ ପେପ୍ସି-କୋଲା ପାଇଁ ସେ ୧୦ ବର୍ଷ ବିଜ୍ଞାପନ କରି ପାଖାପାଖି ୨୪ କୋଟି ଟଙ୍କା ନେଇଛନ୍ତି ସତ କିନ୍ତୁ ଏଥିପାଇଁ ସେ ଏକ ଯୁକ୍ତି ମଧ୍ୟ ସ୍ୱାକ୍ଷରିତ କରିଛନ୍ତି । ଏହା ଅନୁସାରେ, ଯଦି ମୁଁ ଏହି କଂପାନୀଙ୍କ ବିରୋଧରେ ଜନତାଙ୍କ ସାମ୍ନାରେ ମୁହଁ ଖୋଲେ ତେବେ ଏହି କଂପାନୀମାନେ ମୋ ବିରୋଧରେ ୫୦୦ କୋଟି ଫାଇନ୍ ପକାଇଦେବେ । ତେବେ ଏହି କାରଣରୁ ହିଁ ସେବେଠାରୁ ଆଜି ଯାଏଁ ଅମିତାଭ ପେପ୍ସି ଏବଂ କୋକୋ-କୋଲାର ଆଡ୍ କରୁନାହାଁନ୍ତି ।