କ୍ୟାଟରିନା କୈଫଙ୍କ ସହ ବଡ ପରଦାରେ ଓଡିଆ ପୁଅ । ‘ଟାଇଗର ଜିନ୍ଦା ହୈ’ରେ ନଜର ଆସିବେ ଜିନେଥ

59

ବଲିଉଡ ଭାଇଜାନଙ୍କ ଅଭିନିତ ଅପକମିଂ ଆକ୍ସନ ସିନେମା ‘ଟାଇଗର ଜିନ୍ଦା ହୈ’ ଚଳିବ ବର୍ଷ ଶେଷ ଭାଗକୁ ପରଦାକୁ ଆସିବାକୁ ଯାଉଛି । ଯେଉଁଥିରେ ଦର୍ଶକ ଦେଖିବାକୁ ପାଇବେ ସଲମାନ ଏବଂ ନାୟିକା କ୍ୟାଟରିନା କୈଫଙ୍କ ରୋମାନ୍ସ । ତେବେ ଏହି ସିନେମାରେ ନଜର ଆସିବେ ଜଣେ ଓଡିଆ ବାଳକ । ଯାହାଙ୍କର ନାଁ ହେଉଛି ଜିନେଥ ରଥ ।

ଜିନେଥ ରଥ ବର୍ତ୍ତମାନ ମୁମ୍ବାଇରେ ନିଜ ପରିବାର ଲୋକଙ୍କ ସହ ରହୁଛନ୍ତି । ସେ ଓଡିଶାର ଜଣେ ବାଳ କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିସାରିଛନ୍ତି । ଜିନେଥ ପାଖାପାଖି ୨୦୦ରୁ ଅଧିକ ବିଜ୍ଞାପନରେ କାମ କରିବା ସହ ବଲିଉଡର ପ୍ରମୁଖ ସିନେମାରେ ମଧ୍ୟ ପୂର୍ବରୁ କାମ କରିସାରିଛନ୍ତି । ଖାଲି ସିନେମା ନୁହେଁ ହିନ୍ଦୀ ଧାରାବାହିକରେ ବି ଜିନେଥ ଅଭିନୟ କରିସାରିଛନ୍ତି । ବଲିଉଡ ଅଭିନେତ୍ରୀ କ୍ୟାଟରିନା କୈଫ ନିଟକରେ ଏକ ଫଟୋ ଜିନେଥଙ୍କ ସହ ଉଠାଇ ତାଙ୍କ ଇନଷ୍ଟାଗ୍ରାମ ପେଜରେ ଅପଲୋଡ କରିଥିଲେ । ଖାଲି ଫଟୋ ନୁହେଁ ବରଂ ଏହି ଫଟୋ ସହିତ ସେ କିଛି ଲାଇନ ମଧ୍ୟ ନିଜ ମନରୁ ଲେଖିଥିଲେ । ସେ ଲେଖିଥିଲେ କି, ‘ବିଳମ୍ବରେ ହେଉ ମଧ୍ୟ ମୁଁ ଜଣେ ପ୍ରକୃତ ବନ୍ଧୁ ପାଇଛି, ଯାହା ସହିତ ମୁଁ ଖୋଲିକି କଥା ହୋଇପାରୁଛି । ତାହା ସହ ମଜାମସ୍ତି ବି କରିପାରୁଛି’ ।

ଜିନେଥ ପୂର୍ବରୁ ବି ସିନେମା ‘ମେରି ବ୍ରଦର କି ଦୁଲହନ’ରେ କାମ କରିସାରିଛନ୍ତି । ଏହି ସିନେମାରେ ଛଡା ଜିନେଥ ମାତ୍ର ୧୩ ବର୍ଷ ବୟସରୁ ହିଁ ଗୁଜାରିସ, ଫଟା ପୋଷ୍ଟର ନିକଲା ହିରୋ , ତଲାସ, ଏବିସିଡି-୨, ଜାନେ କହାଁସେ ଆଇ ହେଁ ଓ ରେଡିଓ ଭଳି ବଲିଉଡ ସିନେମାରେ ଅଭିନୟ କରିସାରିଛନ୍ତି । ସେହିପରି ଆଧ୍ୟାତ୍ମିକ ଧାରାବାହିକ ତଥା ଭାରତ୍ କା ବୀର ପୂତ୍ର-ମହାରାଣା ପ୍ରତାପ ଏବଂ ଚନ୍ଦ୍ରନନ୍ଦିନୀରେ ବି ଅଭିନୟ ଜିନେଥ ଅଭିନୟ କରିସାରିଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ସଲମାନ ଖାନଙ୍କ ଅଭିନିତ ସିନେମା ‘ଟାଇଗର ଜିନ୍ଦା ହୈ’ର କାହାଣୀଟି ଏମିତି: ବିଶ୍ୱର ସବୁଠୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ୨୫ ଜଣ ଭାରତୀୟ ନର୍ସକୁ ଅପହରଣ କରି ନେଇଛି । ସେମାନଙ୍କୁ ଭାରତୀୟ ସିକ୍ରେଟ୍ ଏଜେଂଟ ଟାଇଗର୍ (ସାଲମାନ) ଉଦ୍ଧାର କରୁଛି । ଏହି ସିନେମାରେ ସାଲମାନଙ୍କର ନାୟିକା ଅଛନ୍ତି କ୍ୟାଟ୍ରିନା କୈଫ୍ । ଯଶରାଜ୍ ଫିଲ୍ମସ୍ ବ୍ୟାନରରେ ତିଆରି ହୋଇଥିବା ଏହି ସିନେମାଟିର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲି ଅବାସ୍ ଜାଫର୍ । ସିନେମାଟି ଏଇ ଡିସେମ୍ବର ୨୨ ତାରିଖରେ ରିଲିଜ୍ ହେବ ।