ଶିବଲିଙ୍ଗ ଉଠାଇବେନି ‘ବାହୁବଳୀ’ର ନାୟକ ପ୍ରଭାସ !

45

‘ବାହୁବଳୀ’ ସିନେମାର ପ୍ରଥମ ଭାଗରେ ମୁଖ୍ୟ ଭୂମିକାରେ ଥିବା ପ୍ରଭାସ ତଥା ବାହୁବଳୀ ଯେତେବେଳେ ନିଜ କାନ୍ଧରେ ଏକ ବିଶାଳକାୟ ଶିବ ଲିଙ୍ଗ ଉଠାଇ ଚାଲିଥିଲେ ସେତେବେଳେ ଏହି ଦୃଶ୍ୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଏହାକୁ ମଧ୍ୟ ଅନେକେ ପସନ୍ଦ ମଧ୍ୟ କରିଥିଲେ । ମାତ୍ର ଏଥରକ କିନ୍ତୁ ପ୍ରଭାସଙ୍କୁ ଦେଖିବାକୁ ମିଳିବ ପୁଣି ଏକ ରୋମାନଂଚକର ଲୁକରେ । କାରଣ ଏଥିରେ ତାଙ୍କୁ କୌଣସି ଶିବ ଲିଙ୍ଗ କିମ୍ବା କୌଣସି ପାହାଡ ଉପରେ ଚଢୁଥିବାର ଦୃଶ୍ୟ ଦେଖିବାକୁ ପାଇବେନି ଦର୍ଶକ ବରଂ ତାଠାରୁ ଆହୁରୀ କିଛି ହଟକେ କରୁଥିବାର ଦୃଶ୍ୟ ଦେଖିବାକୁ ପାଇବେ ଦର୍ଶକେ ।

ସୂଚନା ଅନୁସାରେ, ‘ବାହୁବଳୀ-ଟୁ’ର ଟ୍ରେଲର ଲଂଚ ହେବା ଅବସରରେ ନିର୍ଦ୍ଦେଶକ ଏଭଳି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଥମ ଭାଗରେ ବାହୁବଳୀ ଶିବଲିଙ୍ଗକୁ ନିଜ କାନ୍ଧରେ ଉଠାଇବାର ଚମତ୍କାର ଦୃଶ୍ୟ ଆଉ ଯାହାକୁ ଦର୍ଶକମାନେ ବହୁତ ପ୍ରଶଂସା ମଧ୍ୟ କରିଥିଲେ । ମାତ୍ର ଏହାର ଦ୍ୱିତୀୟ ଭାବରେ କିନ୍ତୁ ଟିକେ ଅଲଗା ରହିଛି କାରଣ ଏଥର ବାହୁବଳୀ ପୁଣି ଏକ ବିଶାଳକାୟ ବସ୍ତୁ ବା ପଦାର୍ଥ ସହ ଦୃଶ୍ୟ ହେବାର ଦର୍ଶକେ ଦେଖିବାକୁ ପାଇବେ ।

Bahubali-2ତେବେ ନିର୍ଦ୍ଦେଶକ ଏହାକୁ ସସପେନ୍ସ ନରଖି କହିଥିଲେ କି ଏହି ସିନେମାରେ ଏକ ସିନ୍ ରହିଛି ଯେଉଁଥିରେ ଏକ ବିଶାଳକାୟ ହାତୀ ଉପରେ ବାହୁବଳୀ ନିଜେ ଚଢିବା ଏବଂ ଓହ୍ଲାଇବାର ଦୃଶ୍ୟ ରହିଛି । ତେବେ ସିନେମାରେ ଥିବା ମାତ୍ର କିଛି ମୁହୂର୍ତ୍ତର ଦୃଶ୍ୟ ପାଇଁଁ ସମସ୍ତଙ୍କୁ କରିବାକୁ ପଡିଛି କଠିନ ପରିଶ୍ରମ ଆଉ ଏହା ଅନୁରୂପ ଭାବେ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।