୬୨ବୟସରେ କାମ ମାଗୁଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ନୀନା ! ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ୍

46

ବଲିଉଡ୍ ଓ ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ନୀନା ଗୁପ୍ତା । ଅନେକ ଦିନ ଧରି ପରଦାରୁ ଦୂରେଇ ଯାଇଛନ୍ତି । ନିକଟରେ ଏହି ୬୨ ବର୍ଷୀୟା ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ , ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ନୀନା ଗୁପ୍ତା ନିଜ ପାଇଁ କାମ ମାଗୁଛନ୍ତି । ନିକଟରେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି ଏବଂ ଏହା ସହ ଲେଖିଛନ୍ତି , ‘ମୁଁ ମୁମ୍ବାଇରେ ରହୁଛି ,କାମ କରୁଛି ଓ ଏକ ଭଲ କଳାକାରଟିଏ ମୁଁ । ଗୋଟେ ଭଲ ଚରିତ୍ରରେ ଅଭିନୟ କରିବାକୁ ଅପେକ୍ଷା କରିଛି ।’

ନିଜ ମା’ଙ୍କର ଏହି ପୋଷ୍ଟକୁ ଦେଖି ଭାବୁକ ପାଲଟିଯାଇଥିବା ନୀନାଙ୍କ ଝିଅ ମସାବା ଗୁପ୍ତା ,ଏହି ପୋଷ୍ଟକୁ ସେୟାର କରି ଏକ ମେସେଜ ଲେଖିଛନ୍ତି , ‘ କିଛି ଦିନ ପୂର୍ବରୁ ମୁଁ ଅନ୍ୟ କାହାକୁ କହୁଥିଲି କି ମୋତେ କାମ ମାଗିବାକୁ ନା ଡର ଲାଗେ ଓ ନା ଲାଜ ଲାଗେ । ଆଉ ଏବେ ମୋ ମା’ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ମୋର କହିବାର ଅର୍ଥ ୬୨ ବର୍ଷର ମୋ ମା’ ମୋତେ ସବୁବେଳେ କାମ କରିବାକୁ ପ୍ରେରଣା ଦେଇଛନ୍ତି ।’

ନୀନା ନିଜର ଏହି ପୋଷ୍ଟ ଦ୍ୱାରା କେବଳ ନିଜ ଝିଅକୁ ନୁହେଁ ଅନେକ ଲୋକଙ୍କୁ ମଧ୍ୟ ପ୍ରେରଣା ଦେଇଛନ୍ତି । ଏହି ଲିଷ୍ଟରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ଅନେକ ଲୋକ ସାମିଲ ଅଛନ୍ତି ।