ଲତା ମଙ୍ଗେସକରଙ୍କ ନାଁରେ ଲୋକଙ୍କୁ ଠକିଲେ ମହିଳା । ଲକ୍ଷାଧିକ ଟଙ୍କା ଠକିନେବା ଘଟଣାର ପର୍ଦ୍ଦାଫାଶ

91

ବଲିଉଡ ଜଗତର ଖ୍ୟାତନାମା ଗାୟିକା ତଥା କୋକିଳ କଣ୍ଠି ଲତା ମଙ୍ଗେସକରଙ୍କୁ ନେଇ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । କୋକିଳ କଣ୍ଠି ଲତା ମଙ୍ଗେସକର ନାଁରେ ଜଣେ ମହିଳା ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ମୁତାବକ, ନାଲାସୋପାରାରେ ରହୁଥିବା ରେବତି ଖେର ନାମକ ଜଣେ ମହିଳା ଲତା ମଙ୍ଗେସକରଙ୍କ ନାଁରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ପୁଲିସ ସୂଚନା ଅନୁସାରେ, ରେବତି ଅନେକ ଲୋକଙ୍କଠାରୁ ଦାନ ନାଁରେ ଟଙ୍କା ନେଉଥିଲା । ଏପରିକି କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ନାମରେ ବି ଏକ ନକଲି ଚିଠି ଛାପି ଏବଂ ଏହି ଚିଠି ସହାୟତାରେ ଅନେକ ବଡ ବଡ ଲୋକଙ୍କଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ତେବେ ଏହି ଘଟଣାର ପର୍ଦ୍ଦାଫାଶ ସେତେବେଳେ ହୋଇଥିଲା ଯେତେବେଳେ ଦାନ ଦେଉଥିବା ଜଣେ ବ୍ୟକ୍ତି ଏଭଳି ସାମାଜିକ କାମ କରୁଥିବା ନେଇ ଲତା ମଙ୍ଗେସକରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ଲତା ମଙ୍ଗେସକର ନିଜ ବ୍ୟକ୍ତିଗତ ଅଧିକାରୀଙ୍କୁ ପୁଲିସକୁ ଜଣାଇବାକୁ କହିବାକୁ । ଯାହାଦ୍ୱାରା କି ବାକି ଲୋକ ଉକ୍ତ ଠକ ମହିଳାଙ୍କ କବଳରୁ ରକ୍ଷା ପାଇପାରିବେ ।

ପୁଲିସ ତଦନ୍ତ ପରେ ଜଣାପଡିଥିଲା, ରେବତି ବଡ ବଡ ପାର୍ଟି ଏବଂ ବୁକ୍ ରିଲିଜ ଆଦି ଉତ୍ସବରେ ସାମିଲ ହୋଇ ନିଜକୁ ସେ ଲତା ମଙ୍ଗେସକରଙ୍କ ଜଣେ ଘନିଷ୍ଠ ସହଯୋଗୀ ବୋଲି ପରିଚୟ ଦେଉଥିଲା । ଖାଲି ସେତିକି ନୁହେଁ ସେ ଆହୁରୀ ମଧ୍ୟ କହୁଥିଲା କି, ଲତା ମଙ୍ଗେସକର ତାଙ୍କର ଏହି ମହତ କାମ ପାଇଁ କୌଣସି ପବ୍ଲିସିଟି ଚାହୁଁନାହିଁନ୍ତି ବୋଲି ମଧ୍ୟ ମହିଳା ଜଣକ କହୁଥିଲା । ତେବେ ଲତା ମଙ୍ଗେସକରଙ୍କର ଭାଣିଜୀ ରଚନା ଶାହଙ୍କ କହିବା କଥା ହେଲା, ଏସଂପର୍କରେ ପୋଲିସ ନିକଟରେ ଅଭିଯୋଗ କରାଯାଇଛି । ପୋଲିସ ମଧ୍ୟ ଏନେଇ ତଦନ୍ତ ଆରମ୍ଭ କରିଦେଇଛି ।

ସୌଜନ୍ୟ: ଅମରଉଜାଲା