ମୀନା କୁମାରୀଙ୍କ ଜୀବନରେ ବି ଝଡ଼ ସୃଷ୍ଟି କରିଥିଲା ତିନି ତଲାକ୍

64

ତିନି ତଲାକ୍ ଭଳି ଘୃଣ୍ୟ ସାମାଜିକ ପ୍ରଥାକୁ ଦେଶରୁ ସଂପୂର୍ଣ୍ଣ ରୂପେ ବନ୍ଦ ହେବା ନେଇ ଗତକାଲି ସୁପ୍ରିମକୋର୍ଟ ଐତିହାସିକ ରାୟ ପ୍ରକାଶ କରିଥିଲେ । ତେବେ ଏହି ପ୍ରଥା କିଭଳି ସମାଜରେ ଏକ ନକରାତ୍ମକ ପ୍ରଭାବ ସୃଷ୍ଟି କରିଥିଲା ତାହା ପ୍ରତିଫଳିତ ହୋଇଥାଏ ବଲିଉଡ ଜଗତର ଖ୍ୟାତନାମା ଅଭିନେତ୍ରୀ ମୀନା କୁମାରୀଙ୍କ ଜୀବନରୁ ।

ତିନି ତଲାକ୍ ପ୍ରଥା ମୀନା କୁମାରୀଙ୍କ ଜୀବନରେ ଆଣିଦେଇଥିଲା ଏକ ବହୁତ ବଡ ବିପର୍ଯ୍ୟୟ । ପାରିବାରିକ କଳହ କାରଣରୁ ସ୍ୱାମୀ କମାଲ ଅମରୋହୀ ମୀନାଙ୍କୁ ରାଗବଶତଃ ତିନି ଥର ତଲାକ୍ କହିଦେଇଥିଲେ ଆଉ ସେତେବେଳେ ମୀନାଙ୍କ ପାଖରେ ଅନ୍ୟ କୌଣସି ବାଟ ନ ଥିଲା । ଏବଂ ବାଧ୍ୟ ହୋଇ ମୀନାଙ୍କୁ କମାଲଙ୍କ ଘର ଛାଡିବାକୁ ପଡିିଥିଲା ।

ମାତ୍ର ପରବର୍ତ୍ତି ସମୟରେ କମାଲ ନିଜ ଭୁଲ ବୁଝି ପାରିଥିଲେ ଏବଂ ମୀନାଙ୍କୁ ଫେରାଇ ଆଣିବାକୁ ଚାହିଁଥିଲେ କିନ୍ତୁ ସେତେବେଳେ ସବୁ ସରିଯାଇଥିଲା କାରଣ, ଇସଲାମ ସରିୟତ୍ ଆଇନ୍ ଅନୁସାରେ ମୀନାଙ୍କୁ ହଲାଲା କରିବାକୁ ପଡିବ । ଅର୍ଥାତ୍ ହଲାଲା ନିୟମ ଅନୁସାରେ ମୀନା ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରିବା ପରେ ତାଙ୍କ ଠାରୁ ତଲାକ୍ ନେଇ କମାଲଙ୍କୁ ପୁଣି ଥରେ ବିବାହ କରିପାରିବେ ବୋଲି ଧର୍ମଗୁରୁ ପରାମର୍ଶ ଦେଇଥିଲେ ।

ଯାହାର ଅର୍ଥ ହେଲା, କମାଲଙ୍କ ପାଖକୁ ପୁଣି ଥରେ ଫେରିବାକୁ ହେଲେ ମୀନାଙ୍କୁ ଅନ୍ୟ ପୁରୁଷକୁ ବିବାହ କରିବାକୁ ପଡିବ । ଶେଷରେ ତାହା ହିଁ ଘଟିଥିଲା । କମାଲଙ୍କ ନିକଟକୁ ଫେରିବା ପାଇଁ ମୀନା ବାଧ୍ୟ ହୋଇ ଅନ୍ୟ ଜଣଙ୍କୁ ବିବାହ କରିବାକୁ ପଡିଥିଲା । ତେବେ ମୀନା କମାଲଙ୍କ ଘନିଷ୍ଠ ବନ୍ଧୁ ଭମାନ-ଉଲା-ଖାନଙ୍କୁ ବିବାହ କରିଥିଲେ ଏବଂ ଭମାନଙ୍କଠାରୁ ତଲାକ୍ ନେଇ ମୀନା କମାଲଙ୍କୁ ପୁଣି ଥରେ ବିବାହ କରିଥିଲେ ।

କଥା ଏତିକିରେ ସରିନଥିଲା, ନିଜ ସ୍ୱାମୀଙ୍କ ପାଖକୁ ଫେରିବାକୁ ପାଇଁ ନିଜ ଶରୀରକୁ ପରପୁରୁଷକୁ ଦାନ କରିବାକୁ ପଡିଛି ବୋଲି ମୀନା ଚିନ୍ତା କରିଥିଲେ ଆଉ ଯାହାକୁ ନେଇ ମୀନା ମାନସିକ ଚାପରେ ରହିବା ସହିତ ମଦ୍ୟପାନ ଆରମ୍ଭ କରିଥିଲେ । ଶେଷରେ ରୋଗାକ୍ରାନ୍ତ ହୋଇ ମାତ୍ର ୩୯ ବର୍ଷ ବୟସରେ ମୀନା କୁମାରୀ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ।

ସୌଜନ୍ୟ: ଆଜତକ୍