ଆଜି ସଂଜୟଙ୍କୁ ପୂରିଲା ୫୮ ବର୍ଷ : ଜନ୍ମ ଦିନରେ ପତ୍ନୀ ମାନ୍ୟତା ସେୟାର କଲେ ଫଟୋ

33

ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରୀର ‘ମୁନ୍ନା ଭାଇ’ ସଂଜୟ ଦତ୍ତ ଶନିବାରକୁ ୫୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଖାସ୍ ଦିନକୁ ସ୍ମୃତିମୟ କରିବା ପାଇଁ ପତ୍ନୀ ମାନ୍ୟତା ନିଜର ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହା ସହ ମାନ୍ୟତା ଏକ ସ୍ୱତନ୍ତ୍ର ମେସେଜ୍ ମଧ୍ୟ ଲେଖିଛନ୍ତି , ଯାହା ସଂଜୟଙ୍କ ପାଇଁ କୈାଣସି ଉପହାର ଠାରୁ କମ୍ ନୁହେଁ । ଏହି ଫଟୋରେ ମାନ୍ୟତା ବ୍ଲାକ୍ ଡ୍ରେସ୍ ଓ ସଂଜୟ ବ୍ଲାକ୍ ସାର୍ଟ ପିନ୍ଧି ଥିବାର ନଜର ଆସୁଛନ୍ତି । ଉଭୟ ଏହି ଫଟୋରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।

ସଂଜୟଙ୍କ ପତ୍ନୀ ମାନ୍ୟତା ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ଥାନ୍ତି ସବୁବେଳେ । ଅନେକ ସମୟରେ ଫଟୋ ଓ ଭିଡିଓ ମଧ୍ୟ ସେୟାର କରିଥାନ୍ତି । ନିକଟରେ ସେ ନିଜର ଜନ୍ମଦିନ ପାଳନ କରିଥିଲେ । ଯାହାର ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏହି ଭିଡିଉରେ ମାନ୍ୟତା ଖୁବ୍ ମସ୍ତିର ସହ ନିଜର ପୁଅ ସହ ନୃତ୍ୟ କରୁଥିବାର ନଜର ଆସିଥିଲେ ।

ସୂଚନା ଅନୁସାରେ , ୨ବର୍ଷର ଡେଟିଂ ପରେ ୨୦୦୮ରେ ମାନ୍ୟତାଙ୍କୁ ବିବାହ କରିଥିଲେ ସଂଜୟ । ସେମାନଙ୍କର ଦୁଇ ଜଣ ପିଲା ଅଛନ୍ତି । ସେମାନେ ହେଲେ ଶାହରାନ୍ ଓ ଇକାରା ଅଛନ୍ତି । ଖୁବ୍ ଶୀଘ୍ର ସଂଜୟ ଦତ୍ତଙ୍କ ଜୀବନୀକୁ ନେଇ ଫିଲ୍ମ ଆସୁଛି । ଯେଉଁଥିରେ ରଣବୀର କପୁର ସଂଜୟଙ୍କ ଭୂମିକାରେ ନଜର ଆସୁଛନ୍ତି ଏବଂ ଦୀୟା ମିର୍ଜା ତାଙ୍କର ପତ୍ନୀ ମାନ୍ୟତାର ଚରିତ୍ରରେ ନଜର ଆସିବେ । ସଂଜୟ ଦତ୍ତ ଫିଲ୍ମ ‘ଭୂମି’ ଦ୍ୱାରା ପୁଣି ପରଦାକୁ ଫେରୁଛନ୍ତି । ଏବେ ସେ ଏହି ଫିଲ୍ମର ସୁଟିଂରେ ବ୍ୟସ୍ତ । ନିକଟରେ ଖବର ଆସିଥିଲା, ଏହାରି ଭିତରେ ସଂଜୟ ‘ମଙ୍ଗଲ’ ନାମରେ ଆଉ ଏକ ଫିଲ୍ମ ସାଇନ୍ କରିଛନ୍ତି । ଏହାକୁ ଡେବ୍ୟୁ ନିର୍ଦ୍ଦେଶକ ଆରମ୍ଭ ସିଂହ ନିର୍ଦ୍ଦେଶନା ଦେବେ ।