ଖୁବ ଶୀଘ୍ର ପରଦାକୁ ଆସୁଛି ବିବାଦୀୟ ସିନେମା ‘ପଦ୍ମାବତୀ’ର ଦ୍ୱିତୀୟ ଟ୍ରେଲର

45

ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତୀ’କୁ ପୁରା ଦେଶରେ ବିରୋଧର ସାମ୍ନା କରିବାକୁ ପଡିଛି । ଯେଉଁଥିପାଇଁ ଫିଲ୍ମର ରିଲିଜ ଡେଟକୁ ଘୁଂଚାଇ ଦିଆଯାଇଛି । କେବଳ ଏତିକି ନୁହେଁ ଏହି ଫିଲ୍ମଟିକୁ ବ୍ୟାନ କରାଯିବା ପାଇଁ ମଧ୍ୟ ଦାବି କରାଯାଇଛି । ଏସବୁ ମଧ୍ୟରେ ଫିଲ୍ମକୁ ଅପେକ୍ଷା କରିଥିବା ଦର୍ଶକମାନଙ୍କ ପାଇଁ ଏକ ବଡ ଖବର ଆସିଛି । ଖବର ଅନୁସାରେ, ଫିଲ୍ମଟି ଏବେ ରିଲିଜ ନହେଲେ ମଧ୍ୟ ଏହାର ଏକ ନୂଆ ଟ୍ରେଲର ଦେଖିବାକୁ ପାଇବେ ଦର୍ଶକେ ।

ଇଣ୍ଡିଆ ଡଟ କମର ରିପୋର୍ଟ ଅନୁସାରେ, ଫିଲ୍ମ ନିର୍ମାତା ବର୍ତ୍ତମାନ ସିନେମାର ଦ୍ୱିତୀୟ ଟ୍ରେଲରକୁ ରିଲିଜ କରିବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି । ଯେଉଁଥିରେ ଆଲ୍ଲାଉଦ୍ଦୀନ ଖିଲଜୀଙ୍କୁ ଦେଖିବାକୁ ପାଇବେ ନାହିଁ ଦର୍ଶକେ । ଏଥିରେ କେବଳ ରାଜପୁତଙ୍କ ସମ୍ମାନ, ବିରତ୍ୱ, ବାହାଦୁରୀକୁ ପରିବେଶଣ କରାଯାଇଛି ।

ଏଠାରେ ଆମେ କହି ରଖୁଛୁ କି, ଫିଲ୍ମ ‘ପଦ୍ମାବତୀ’କୁ ନେଇ ଦୀର୍ଘ ଦିନ ହେଲା ବିରୋଧ କରାଯାଉଛି । ରାଣୀ ପଦ୍ମାବତୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ସହିତ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ଏବଂ ଦୀପିକା ପାଦୁକୋନଙ୍କ କୁଶପୁତଳିକା ମଧ୍ୟ ଦାହ କରାଯାଇଛି । ତେବେ ବିବାଦ ମଧ୍ୟରେ ଘେରି ରହିଥିବା ଫିଲ୍ମ ‘ପଦ୍ମାବତୀ’ର ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ଗୁରୁବାର ଦିନ ସଂସଦୀୟ ସମିତି ସମ୍ମୁଖରେ ହାଜର ହୋଇବି ନିଜର ପକ୍ଷ ରଖିଛନ୍ତି । ଏବେ ଅପେକ୍ଷା ରହିଛି କି ପଦ୍ମାବତୀର ବିବାଦ କେବେ ଶେଷ ହେଉଛି ଏବଂ ସିନେମାଟି କେବେ ପରଦାକୁ ଆସୁଛି ।