ଏହି ନାୟିକାଙ୍କ ସହ ଅଭିନୟ କରିବାକୁ ଭୟ କରନ୍ତି ବଲିଉଡ ସୁଲତାନ ! ଜାଣନ୍ତୁ କାହିଁକି

52

ବଲିଉଡ୍ ସୁପରଷ୍ଟାର ତଥା ସଲମାନ ଖାନଙ୍କୁ ଆପଣ ସବୁବେଳେ ଡେୟାର ଲୁକରେ ଦେଖିଥିବେ । କିନ୍ତୁ ଆପଣ ଜାଣନ୍ତି କି ସେ ମଧ୍ୟ କାହାକୁ ଭୟ କରୁଥିବେ ବୋଲି ? ଆଜ୍ଞା ହଁ ସେ ମଧ୍ୟ କାହାକୁ ଭୟ କରନ୍ତି ଆଉ ସେ ପୁଣି ଜଣେ ମହିଳା ତଥା ନାୟିକାଙ୍କୁ । ତେବେ ସେ ଆଉ କେହି ନୁହଁନ୍ତି ବରଂ ସେ ହେଲେ ଶ୍ରୀଦେବୀ । ତେବେ କାହିଁକି ଆସନ୍ତୁ ଜାଣିବା ।

ସିନେମା ଜଗତରେ ଏହା ସ୍ପଷ୍ଟ କି ନାୟିକାଙ୍କଠାରୁ ଅଧିକ ନାୟକଙ୍କ ଡିମାଣ୍ଡ ରହିଛି । ମାତ୍ର ଶ୍ରୀଦେବୀ ହେଉଛନ୍ତି ପ୍ରଥମ ନାୟିକା ଯିଏ କି ସବୁଠାରୁ ଅଧିକ ତଥା ୧ କୋଟି ଟଙ୍କା ନିଜ ଫିସ୍ ନେବାକୁ ଆରମ୍ଭ କରିଥିଲେ । ତେବେ ଏକଥା ଆମେ କହୁଛୁ ୮୦ ଏବଂ ୯୦ ଦଶକର କଥା । ସେତେବେଳେ ଶ୍ରୀଦେବୀଙ୍କୁ ସିନେମା ହିଟ୍ କରିବାର ସବୁଠାରୁ ବଡ ଫର୍ମୁଲା ବୋଲି କୁହାଯାଉଥିଲା । ସେତେବେଳେ ତାଙ୍କ ଜଲବା ଏତେ ଥିଲା କି ତାଙ୍କ ସହ କାମ କରିବାକୁ ନାୟକମାନେ ଶହେ ବାର ଚିନ୍ତା କରୁଥିଲେ । କାରଣ ତାଙ୍କ ସହ ଯିଏ ବି ଅଭିନୟ କଲେ ମଧ୍ୟ ସମସ୍ତ ପ୍ରଶଂସା ଶ୍ରୀଦେବୀଙ୍କ ଝୁଲାରେ ପଡିଯାଉଥିଲା । ଯେଉଁଥି ପାଇଁ ସଲମାନ ମଧ୍ୟ ଶ୍ରୀଦେବୀଙ୍କ ସହ ସିନେମା କରିବାକୁ ଭୟ କରିଥିଲେ ।

ଏକ ସାକ୍ଷାତକାରରେ ସଲମାନ ନିଜେ ଏକଥା ସ୍ୱୀକାର କରି କହିଥିଲେ, ତାଙ୍କୁ ଶ୍ରୀଦେବୀଙ୍କ ସହ କାମ କରିବାକୁ ଡର ଲାଗେ ବୋଲି । ତେବେ ବଲିଉଡ ଲୋକପ୍ରିୟ ଏହି ନାୟିକାଙ୍କ ଜନ୍ମ ୧୯୬୩ , ଅଗଷ୍ଟ ୧୩ରେ ତାମିଲନାଡୁର ଏକ ଛୋଟ ଗାଁରେ ହୋଇଥିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ସେ ମାତ୍ର ୪ ବର୍ଷରୁ ହିଁ ସିନେମାରେ କାମ କରିବା ଆରମ୍ଭ କରିଦେଇଥିଲେ । ଯଦିଓ ଏହା ତାଙ୍କର ଏକ ତାମିଲ ସିନେମା ରହିଥିଲା ମାତ୍ର ଏହାପରେ ସେ ବଲିଉଡ ଜଗତରେ ନିଜର ଜଲବା ମଧ୍ୟ ଦେଖାଇ ସାରିଛନ୍ତି ।