ଭୁଲ କରିଦେଲେ ଭାଇଜାନ ! ରାଗି ଗଲେ ବାଲ୍ମିକୀ ସମାଜ

61

ବଲିଉଡ ଅଭିନେତା ସଲମାନ ଖାନ ବି-ଟାଉନରେ ଖୁବ ନାଁ କମାଇଛନ୍ତି । ଭାଇଜାନଙ୍କର କିଲର ଲୁକରେ କୋଟି କୋଟି ଝିଅ ଦିୱାନୀ ହେବାର ମଧ୍ୟ ନଜୀର ରହିଛି ।  ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ସଲମାନ ବେଶ୍ ଜଣାଶୁଣା । ତାଙ୍କୁ କିଛି କହିବା ପୂର୍ବରୁ ହଜାର ଥରେ ଭାବିବାକୁ ପଡ଼ିଥାଏ । କୌଣସି କଥାର ପ୍ରତିବାଦ କରନ୍ତି ନାହିଁ କିନ୍ତୁ ଏଭଳି କିଛି କାମ କରନ୍ତି ଯାହା ଦ୍ୱାରା ସାମ୍ନା ଲୋକ ଆପେ ଆପେ ଚୁପ ହୋଇଯାଏ । କିନ୍ତୁ ଏଥର ଏଭଳି କିଛି ହୋଇଛି ଦବଙ୍ଗ ସଲମାନଙ୍କ ବ୍ୟାଣ୍ଡ ବାଜି ଯାଇଛି । ଖାଲି ସଲମାନ କାହିଁକି ଶିଳ୍ପା ସେଟ୍ଟୀ ମଧ୍ୟ ନିୟମ କାନୁନ ଭିତରେ ଫସି ଯାଇଛନ୍ତି ।

ବାସ୍ତବରେ ସଲମାନ ଏବଂ ଶିଳ୍ପା  ନେସନାଲ ଟିଭିରେ ‘ଭଙ୍ଗୀ’ ଶବ୍ଦକୁ ନେଇ  କମେଂଟ କରିଥିବାରୁ ବାଲ୍ମିକୀ ସମାଜ ସଲମାନ ଏବଂ ଶିଳ୍ପାଙ୍କ ବିରୋଧରେ ମାମଲା ରୁଜୁ କରିଛିନ୍ତି । ଏହି ମାମଲାରେ ‘ନେସନାଲ କମିଶନ ଫର ସିଡ୍ୟୁଲ ଟ୍ରାଇବ’ ନୋଟିସ ଜାରି କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏବଂ ଦିଲ୍ଲୀ ଓ ମୁମ୍ବାଇର ପୋଲିସ କମିଶନରଙ୍କୁ ୭ ଦିନରେ ଉତ୍ତର ମାଗିଛନ୍ତି ।

ବାଲ୍ମିକୀ ସମାଜର କହିବା ଅନୁସାରେ, ଜନ ସାଧାରଣଙ୍କ ସମ୍ମୁଖରେ ‘ଭଙ୍ଗୀ’ ଶବ୍ଦ ବ୍ୟବହାର କରିଥିବାରୁ ତାଙ୍କ ସମାଜର ଭାବନାକୁ ଆଘାତ ହୋଇଛି । ଯେଉଁଥିରେ କ୍ରୋଧିତ ହୋଇ ବାଲ୍ମିକୀ ସମାଜ ଅଭିନେତା ଏବଂ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।  ବାସ୍ତବରେ ସଲମାନ ଖାନ ତାଙ୍କ ସିନେମା ଟାଇଗର ଜିନ୍ଦା ହୈର ପ୍ରମୋଶନରେ ଡ୍ୟାନ୍ସ ଷ୍ଟାଇଲକୁ ‘ଭଙ୍ଗୀ’ ବୋଲି କହିଥିଲେ । ଅନ୍ୟ ପକ୍ଷେ ଶିଳ୍ପା କହିଥିଲେ ଯେ, ସେ ଘରେ ‘ଭଙ୍ଗୀ’ ଭଳି ଡ୍ରେସଅପ କରୁଛନ୍ତି । ବାଲ୍ମିକୀ ସମାଜ ଆକ୍ସନ ଦଳ ଦିଲ୍ଲୀରେ ଏଫଆଇଆରର କପିକୁ ଫେସବୁକରେ ସେୟାର କରିଛନ୍ତି । ଏହା ସହିତ ବାଲ୍ମୀକି ସମାଜ ଆଗ୍ରାରେ ସଲମାନଙ୍କ ସିନେମାକୁ ସଂପୂର୍ଣ୍ଣ ରୂପେ ବିରୋଧ କରିଛନ୍ତି ।