ଆମୀରଙ୍କ ସିନେମାକୁ ବେକାର କହି କେଆରକେଙ୍କ ଟୁଇଟର ଆକାଉଂଟ ହେଲା ସସପେଣ୍ଡ । ୟୁଜର୍ସ କହିଲେ, ବେଷ୍ଟ ଦୀୱାଲି ଗିଫ୍ଟ

28

୨୦୦୮ ମସିହାରେ ମୁକ୍ତିଲାଭ କରିଥିବା ସିନେମା ‘ଦେଶଦ୍ରୋହୀ’ରୁ ନିଜର ବଲିଉଡ ଜୀବନ ଆରମ୍ଭ କରିଥିଲେ କମାଲ ଆର ଖାନ୍ ଓରଫ କେଆରକେ । ଯଦିଓ ଅଭିନୟରେ ଏତେଟା ସଫଳ ହୋଇ ପାରି ନଥିଲେ, କେଆରକେ କିନ୍ତୁ ନିଜର ବିବାଦୀୟ ଟୁଇଟ କାରଣରୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତେବେ ନିକଟରେ କମାଲ ଆର ଖାନଙ୍କ ଅଫସିଆଲ ଟୁଇଟର୍ ହ୍ୟାଣ୍ଡେଲକୁ ନିଲମ୍ବିତ କରି ଦିଆଯାଇଛି । ଟୁଇଟରରେ କେଆରକେଙ୍କ ଫଲୋୟୋର୍ସଙ୍କ ସଂଖ୍ୟା ୬ମିଲିୟନ ପାଖାପାଖି ରହିଥିଲେ ।

ସୂଚନାଯୋଗ୍ୟ, ଗୁରୁବାର ଆମୀର ଖାନଙ୍କ ସିନେମା ପ୍ରଡକ୍ସନ୍ ହାଉସ୍ ସିନେମା ‘ସିକ୍ରେଟ ସୁପରଷ୍ଟାର’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ବହୁ ସମୀକ୍ଷକ ଏହି ସିନେମାର ପ୍ରଶଂସା କରୁଥିବା ବେଳେ କେଆରକେ ଏହି ସିନେମା ବେକାର ହୋଇଛି ବୋଲି କହିଛନ୍ତି । ତେବେ ଅମୀରଙ୍କ ସହିତ ପଙ୍ଗା ନେବା କେଆରକେଙ୍କୁ ମହଙ୍ଗା ପଡ଼ିଛି । ଏଭଳି କଥା କହିବା ପରେ ଟୁଇଟର କେଆରକେଙ୍କ ଅଫିସିଆଲ ଆକାଉଣ୍ଟକୁ ସସପେଣ୍ଡ କରି ଦେଇଛି ।

ଖାଲି ସେତିକି ନୁହେଁ କେଆରକେ ଏହି ରାଗ ଫେସବୁକ୍ ପେଜରେ ବି ପୋଷ୍ଟ କରିଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି, ସେ ଏହି ଟୁଇଟର ଆକଉଣ୍ଟ ପାଇଁ ବହୁ କଷ୍ଟ କରିଥିଲେ । ତା’ପରେ ଯାଇ ତାଙ୍କର ୬ମିଲିୟନ ଫଲୟୋର୍ସ ହୋଇଥିଲେ । ଆମୀରଙ୍କ ଫିଲ୍ମକୁ ସମାଲୋଚନା କରିବା ପରେ ହିଁ ତାଙ୍କ ଟୁଇଟର ଆକଉଣ୍ଟ ଆକସ୍ମିକ ଭାବେ ବନ୍ଦ କରି ଦିଆଯାଇଛି । ଏଥିପାଇଁ ପୂର୍ବରୁ ଟୁଇଟର ତରଫରୁ କୌଣସି ଚେତାବନୀ ମିଳି ନଥିଲା। ତ ଏମିତିରେ ଟୁଇଟର ମୋର ଆକଉଣ୍ଟ କିଭଳି ଭାବେ ସସପେଣ୍ଡ କରି ପାରିବ? ସେ ଯାହାବି ହେଇଯାଉ ମୁଁ ଅମିରଙ୍କ ସିନେମାକୁ ନେଇ କହିବା ବନ୍ଦ କରିବି ନାହିଁ । ମୁଁ ମୋର ୱେବସାଇଟ୍ ଓ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ସିନେମାକୁ ନେଇ କହିବି ।

ତେବେ କାହିଁକି କେଆରକେଙ୍କ ଟୁଇଟର ଆକାଉଣ୍ଟ ସସପେଣ୍ଡ କରାଯାଇଛି ତାହା ଏଯାବତ୍ ସ୍ପଷ୍ଟ ହୋଇ ପାରିନାହିଁ ।