କପୁର ପରିବାରକୁ ସାମ୍ନା କରିବାକୁ ଡରୁଛନ୍ତି ନିର୍ଦ୍ଦେଶକ, ହେଲେ କାହିଁକି ?

49

ବଲିଉଡ ଜଗତରେ ପ୍ରତିଦିନ କିଛି ନା କିଛି ଘଟଣା ଘଟିଥାଏ । ଏହା ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ କିଛି ବଡ କଥା ନୁହେଁ ବରଂ ସାଧାରଣ କଥା । ହେଲେ କପୁର ପରିବାରରେ ଏପରି କିଛି ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆସନ୍ତୁ ଜାଣିବା ଏହି ବିଷୟରେ କିଛି ତଥ୍ୟ ।

ସୈଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନ ଅଭିଷେକ କପୁରଙ୍କ ଫିଲ୍ମ “କେଦାରନାଥ’’ ସୁଂଟିର ଖବର ସାଧାରଣ ହୋଇଯାଇଥିବା ବେଳେ, ନିର୍ଦ୍ଦେଶକ ଅଭିଷେକ କପୁର ଏବଂ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଖବର ମୁତାବକ ଫିଲ୍ମ ନିର୍ଦେଶକ ଅଭିଷେକ କପୁର ଏବେ କପୁର ପରିବାରର ସାମ୍ନା କରିବାକୁ ପଛଘୁଂଚା ଦେଉଛନ୍ତି । ଫିଲ୍ମ ସୁଂଟି ଅଚାନକ ବନ୍ଦ କରି ଦିଆଯାଇଥିବାରୁ ସାରା ଅଲି ଖାନଙ୍କ ମା ଅମୃତା ସିଂ ଅତ୍ୟନ୍ତ ବ୍ୟସ୍ତ ହୋଇପଡିଥିଲେ ବୋଲି କିଛି ଦିନ ତଳେ ଖବର ଆସିଥିଲା । ତେବେ ସୈଫ ମଧ୍ୟ ଅଭିଷେକଙ୍କ ଉପରେ ରାଗିଥିବା ଶୁଣିବାକୁ ମିଳୁଛି ।

ସୂଚନା ଅନୁସାରେ, ଏବେ ଫିଲ୍ମର ସୁଟିଂ ବନ୍ଦ କରିଦିଆଯିବ । ଏବେ ଏହି ମାମଲା କୋର୍ଟରେ ପହଂଚିଛି ଏବଂ ସାରା ଅଲି ଖାନଙ୍କ କ୍ୟାରିଅର ଅନ୍ଧାର ମଧ୍ୟକୁ ଚାଲି ଯାଇଛି । ଫିଲ୍ମ ନିର୍ମାତାଙ୍କ ଯାହାବି ଲାଭ କ୍ଷତି ହେଉ ନା କାହିଁକି, ହେଲେ ବଲିଉଡ ଜଗତରେ ପ୍ରଥମ କରି ପାଦ ଦେବାକୁ ଯାଉଥିବା ସାରା ଅଲି ଖାନଙ୍କ ପାଇଁ ଏହା ଏକ ବଡ ଝଟକା ଭାବେ ପ୍ରମାଣିତ ହୋଇପାରେ । ପ୍ରଥମେ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ପରେ ଏହା ଆଇନ କାନୁନ ମଧ୍ୟରେ ଫସିଯାଇଛି ।