କାହିଁକି ବେବୋଙ୍କ ସହ କାମ କରିବାକୁ ମନା କରିଦେଲେ କିଙ୍ଗଖାନ୍ ! ଜାଣନ୍ତୁ କଣ ଘଟିଥିଲା ‘ରାୱନ’ର ସୁଟିଂ ସମୟରେ

40

ଦୀର୍ଘଦିନ ହେଲା ଏକାଠି ଦେଖିବାକୁ ମିଳୁନାହିଁ ବଲିଉଡ କିଙ୍ଗଖାନ୍ ଓ ବେବୋଙ୍କ ଯୋଡି । ଆପଣ କେବେ ଚିନ୍ତା କରିଛନ୍ତି କି, ଏହି ପପୁଲାର ଯୋଡି କାହିଁକି ଏକାଠି ନଜର ଆସୁନାହାଁନ୍ତି ? ଉଭୟଙ୍କ ମଧ୍ୟରେ ସେଭଳି କଣ ଘଟିଥିଲା କି ଯେଉଁଥିପାଇଁ ସେମାନେ ପରସ୍ପରଙ୍କ ସହ କଥାବାର୍ତ୍ତା ସଂପୂର୍ଣ୍ଣ ବନ୍ଦ କରିଦେବା ସହିତ ଏକାଠି ସିନେମା କରିବାକୁ ମଧ୍ୟ ମନା କରିଦେଇଥିଲେ । ତେବେ ଉଭୟଙ୍କ ଝଗଡା କାହାଣୀ ଏବେ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ନିକଟରେ କିଙ୍ଗଖାନଙ୍କ ପତ୍ନୀ ଗୌରୀ ଖାନ୍ ମୁମ୍ବାଇରେ ନିଜର ଏକ ନୁଆ ସୋରୁମ୍ ଖୋଲିଛନ୍ତି । ଯାହାର ଉଦଘାଟନୀ ଉତ୍ସବ କିଛି ଦିନ ପୂର୍ବରୁ ହୋଇଛି । ଗୌରୀ କରିନାଙ୍କୁ ଏହି ଉଦଘାଟନୀ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ । ମାତ୍ର କରିନା ଏହି ଉତ୍ସବରେ ଯୋଗ ଦେଇନଥିଲେ । ଯେବେକି କରିନାଙ୍କ ଭଉଣୀ ତଥା କରସ୍ମା କପୂର ତାଙ୍କର ବନ୍ଧୁ ଅମୃତା ଆରୋଡାଙ୍କ ସହିତ ଗୌରୀଙ୍କ ଏହି ଉଦଘାଟନୀ ଉତ୍ସବରେ ନଜର ଆସିଥିଲେ । ତେବେ କରିନା ଏହି ଉତ୍ସବରେ ସାମିଲ ନହେବାର ଏକମାତ୍ର କାରଣ ଥିଲା କିଙ୍ଗଖାନ ।

କରିନା ଏବଂ ଶାହରୁଖଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ସିନେମା ‘ରାୱନ’ର ସୁଟିଂ ସମୟରେ ହିଁ ହୋଇଥିଲା । ସେହି ସମୟରେ କରିନା ନିଜ ବୟଫ୍ରେଣ୍ଡ ସୈଫଙ୍କ ସିନେମା ‘ଏଜେଂଟ୍ ବିନୋଦ’ର ମଧ୍ୟ ସୁଟିଂ କରୁଥିଲେ ଆଉ ଯେଉଁଥି ପାଇଁ କରିନା ‘ରାୱନ’ ପରିବର୍ତ୍ତେ ସୈଫଙ୍କ ସିନେମା ‘ଏଜେଂଟ ବିନୋଦ’କୁ ଅଧିକ ଗୁରୁତ୍ୱ ଦେଇଥିଲେ । ଶାହରୁଖଙ୍କ ପାଇଁ ଏହି ସିନେମାଟି ଏକ ଡ୍ରିମ ପ୍ରୋଜେକ୍ଟ ରହିଥିଲା ଏବଂ କରିନାଙ୍କର ଏଭଳି ବ୍ୟବହାର ପାଇଁ ଶାହରୁଖ୍ ଖୁବ୍ ରାଗି ଯାଇଥିଲେ । ଏପରିକି ଶାହରୁଖ୍ କରିନାଙ୍କ ସହିତ କେବେ କାମ କରିପାରିବେ ନାହିଁ ବୋଲି କରିନାଙ୍କ ମୁହଁରେ କହିପକାଇଥିଲେ । ଯାହା କରିନାଙ୍କ ମନକୁ ଖୁବ୍ କଷ୍ଟ ଦେଇଥିଲା ।

ତେବେ ଏବେବି ଉଭୟଙ୍କ ରାଗରୁଷା ସତେଜ ରହିଛି । ଯେଉଁ କାରଣରୁ କରିନା ଗୌରୀଙ୍କ ସୋରୁମର ଉଦଘାଟନୀ ସମାରୋହରେ ସାମିଲ ହୋଇନଥିଲୋ । ସେ ଯାହା ହେଉନା କାହିଁକି ଏବେ ଖାଲି ଦେଖିବାକୁ ବାକି ରହିଛି କି, ଦୁହିଁଙ୍କ ମଧ୍ୟରେ ଲାଗିଥିବା ଏହି କ୍ରୋଧର ନିଆଁ ଆଉ କେତେଦିନ ଯାଏଁ ଜଳୁଛି ।

ସୌଜନ୍ୟ : ଅମର ଉଜାଲା