ଦକ୍ଷିଣ ଭାରତୀୟ ସିନେମାରେ କାମ କରିବାକୁ ଚାହାଁନ୍ତିନି ବେବୋ ! ଜାଣନ୍ତୁ କାହିଁକି ?

26

ଯେଉଁଠି ନାୟିକାମାନେ ଦକ୍ଷିଣ ଭାରତୀୟ ସିନେମାରେ କାମ କରିବାକୁ ଇଚ୍ଛା ରଖୁଥିବା ବେଳେ ବଲିଉଡର ନାୟିକା କରିନାଙ୍କଠାରେ କିନ୍ତୁ ଦେଖାଦେଇଛି ବ୍ୟତିକ୍ରମ । ଖାଲିସେତିକି ନୁହେଁ ସେ ଏହି ସିନେମାରେ କାମ କରିବାରୁ ରୋକ ଠୋକ୍ ମନା ମଧ୍ୟ କରିଦେଇଛନ୍ତି ବେବୋ । ତେବେ ପ୍ରଶ୍ନ ଉଠୁଛି କି, କରିନା ଏଭଳି କହିବା ପଛରେ କାରଣ କଣ ରହିଛି ।

ସୂଚନା ମୁତାବକ,ଯେଉଁଠି ଶ୍ରୀଦେବିଙ୍କଠାରୁ ଆରମ୍ଭ କରି ରେଖା, ଭୂମିକା,ଇଲିୟାନା ଏବଂ ଅନେକ ବଡ ବଡ ଖ୍ୟାତନାମା ନାୟିକାମାନେ ହିନ୍ଦୀ ସିନେମାକୁ ଛାଡି ଦକ୍ଷିଣ ଭାରତୀୟ ସିନେମାରେ ଖୁବ୍ କାମ କରିଛନ୍ତି । ଆଉ ଯେଉଁ ସଫଳତା ତାଙ୍କୁ ଦକ୍ଷିଣ ଭାରତୀୟ ସିନେମାରେ ପାଇଛନ୍ତି ସେଭଳି ସଫଳତା ବୋଧେ ସେମାନେ ହିନ୍ଦୀ ସିନେମାରେ ପାଇ ପାରି ନାହାଁନ୍ତି । ତେବେ ଏହାସବୁ ସତ୍ୱେ କରିନା ସାଉଥଂ ସିନେମାରେ କାମ କରିବାକୁ ଚାହାଁନ୍ତି ନାହିଁ ।

ତେବେ ନିକଟରେ ଏକ ସାକ୍ଷାତକାରରେ ଏହି ପ୍ରଶ୍ନର ଉତ୍ତମ ରଖିଛନ୍ତି ବେବୋ । ସେ କହିଛନ୍ତି, ତାଙ୍କୁ ଦକ୍ଷିଣ ଭାରତୀୟ ସିନେମା ବହୁତ ପସନ୍ଦ ଆଉ ସେ ଏହାକୁ ମଧ୍ୟ ବହୁତ ସମ୍ମାନ ଦିଅନ୍ତି । କିନ୍ତୁ ସେଠାକାର ଭାଷା ସେ ବୁଝିପାରନ୍ତି ନାହିଁ । ଆଉ ଏଥିପାଇଁ ସେ ଏହି ସିନେମାରେ କାମ କରିବାକୁୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି ।