ବିବାଦରେ କରଣ ଜୋହର ! ଲଗାତର ଭାବେ ନାୟିକାଙ୍କ ସହ ଝଗଡା କରି ଚର୍ଚ୍ଚାରେ କରଣ

33

ବଲିଉଡ୍ ଜଗତର ଜଣେ ସଫଳ ସିନେମା ନିର୍ଦ୍ଦେଶକ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କରଣ ଜୋହର ଏବେ ପୁଣି ଥରେ ଚର୍ଚ୍ଚାରେ । ତେବେ ଏଥରକ ସେ କୌଣସି ମନ୍ତବ୍ୟ କି ସୁପରହିଟ୍ ସିନେମା କରି ନୁହେଁ ବରଂ ନାୟିକାଙ୍କ ସହ ଝଗଡା କରି ହୋଇଛନ୍ତି ଚର୍ଚ୍ଚାରେ । କରଣଙ୍କ ସହ ଝଗଡା ହୋଇଥିବା ଏହି ନାୟିକାମାନେ ହେଲେ ବଲିଉଡର ନାମୀଦାମୀ ଅଭିନେତ୍ରୀ ତଥା କାଜୋଲ, କଙ୍ଗନା ରଣାୱତ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ତେବେ ଏବେ ପ୍ରଶ୍ନ ଉଠୁଛି କି ଏହି ନାୟିକାଙ୍କ ମଧ୍ୟରେ କରଣଙ୍କ ଝଗଡା କେଉଁ କାରଣରୁ ହୋଇଥିଲା ଆଉ କାହିଁକି କରଣ ଏହି ନାୟିକାଙ୍କ ରୋଷର ଶିକାର ହେଲେ ଏବଂ କଣ ପାଇଁ କରଣ ଧିରେ ଧିରେ ନାୟିକାମାନଙ୍କ ଉପରେ ନିଷ୍ଠୁର ହୋଇ ପଡିଛନ୍ତି, ଏଭଳି ଅନେକ ପ୍ରଶ୍ନ ?

ତେବେ ବର୍ତ୍ତମାନ କରଣ ବିଶ୍ୱସୁନ୍ଦରୀ ତଥା ଐଶ୍ୱର୍ଯ୍ୟାଙ୍କ ସହ ଝଗଡାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଯାହା ସଂପର୍କରେ ଆମେ ନିକଟରେ ଆପଣଙ୍କୁ ସୂଚନା ଦେଇସାରିଛୁ । ତେବେ ଏଠାରେ ଆମେ ସକ୍ଷେପରେ କହି ରଖୁଛୁ କି ଯେତେବେଳେ ଐଶ୍ କରଣଙ୍କ ନିର୍ଦ୍ଦେଶିତ ସିନେମା ‘ୟେ ଦିଲ୍ ହୈ ମୁସ୍କିଲ’ରେ କାମ କରିଥିଲେ ଆଉ ତାହାର ପ୍ରମୋସନ ପାଇଁ ଚାହିଁଥିଲେ । ତେବେ ଅନୁଷ୍କାଙ୍କ ଅନୁପସ୍ଥିତିରେ ଉକ୍ତ ସିନେମାଟିର ପ୍ରମୋସନ କରାଯିବ ନାହିଁ ବୋଲି କରଣ ତାଙ୍କୁ ମନା କରି ଦେଇଥିଲେ । ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା ।

ଏବେ ପ୍ରଶ୍ନ ଉଠୁଛି ବାକି ଦୁଇ ନାୟିକାଙ୍କ ସହ କରଣଙ୍କ ଝଗଡା କେଉଁ କାରଣରୁ ହୋଇଥିଲା ? ଦିନ ଥିଲା କାଜୋଲ ଏବଂ କରଣଙ୍କ ସଂପର୍କକୁ ବନ୍ଧୁତାର ମାଇଲ ଖୁଂଟ ବୋଲି କୁହାଯାଉଥିଲା । ଉଭୟଙ୍କ ବନ୍ଧୁତା ଏତେମାତ୍ରାରେ ବଢିଯାଇଥିଲା କି କରଣଙ୍କ ଅଧିକାଂଶ ସିନେମାରେ କାଜୋଲ ହିଁ ନଜର ଆସୁଥିଲେ । କିନ୍ତୁ ହଠାତ୍ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଯାହାର କାରଣ ଥିଲା କିଛି ବ୍ୟକ୍ତିଗତ ।

ତାଙ୍କ ପରେ କରଣଙ୍କ ମୁହାଁମୁହିଁ ହୋଇଥିଲା ବଲିଉଡ୍ କୁଇନ କଙ୍ଗନା ରଣାୱତଙ୍କ ସହ । ତେବେ କଙ୍ଗନା ‘ଭାଇ ଭତିଜାବାଦ’ କୁ ନେଇ କରଣଙ୍କ ସଂପର୍କରେ ସତ କଥା କଣ କହିଦେଇଥିଲେ କି କରଣ ତାଙ୍କ ଉପରେ ପୁରା ଫାୟାର ହୋଇଯାଇଥିଲେ । ଏକଥା ସମସ୍ତଙ୍କୁ ଜଣା କି କରଣ ନିଜ ସିନେମାରେ ସବୁବେଳେ ନିଜ ସଂପର୍କୀୟଙ୍କୁ ହିଁ ମଉକା ଦେଇଥାନ୍ତି ମାତ୍ର ଫରକ ଏତିକି କି ଏକଥା ତାଙ୍କ ସାମ୍ନାରେ କହିବାକୁ କାହାର ସାହସ ହୋଇନାହିଁ । ଯାହାକୁ କଙ୍ଗନା କରି ଦେଖାଇ ଥିଲେ । ତେବେ ସେ ଯାହା ହେଉନା କାହିଁକି, କରଣଙ୍କ ଏହି ଅବତାର ଦେଖିଲେ ଲାଗୁଛି ଯେମିତି କରଣ ତାଙ୍କ ସିନେମାରେ ନୂଆ ଚେହେରା ଆଣିବା ପାଇଁ ଏଭଳି କାମ କରୁ ନାହାଁନ୍ତି ତ ?