କପିଲ ହେଲେ କଲବଲ ! ସହଯୋଗୀଙ୍କ ସହ ଲଢେଇ ପରେ ଏବେ ଆସିଲା ଚୋରି ଅଭିଯୋଗ

28

ସୁନୀଲ ଗ୍ରୋବରଙ୍କ ସହ କପିଲ ଶର୍ମାଙ୍କ ଲଢେଇ ହେବା ପରେ ପରେ ସତେ ଯେପରି ଶନିଙ୍କ କୋପ ଦୃଷ୍ଟି ଏକପ୍ରକାର କପିଲଙ୍କ ଉପରେ ପଡିଯାଇଛି । ସେଥିପାଇଁ ତ ଗୋଟିଏ ସମସ୍ୟା ଯାଇଛି କି ନାହିଁ ଆଉ ଗୋଟିଏ ସମସ୍ୟା ଆସି ପହଂଚି ଯାଇଛି ତାଙ୍କ ସାମ୍ନାରେ । ତେବେ ଏଥରକ ସମସ୍ୟା ହେଉଛି ସଂପୂର୍ଣ୍ଣ ରୂପେ ଭିନ୍ନ । କାରଣ ଏଥରକ ତାଙ୍କ ବିରୋଧରେ ଆସିଛି ଚୋରି ଭଳି ଏକ ସଂଗୀନ ଅଭିଯୋଗ ।

ସୂଚନା ମୁତାବକ, ହାସ୍ୟ କଳାକାର ଅଭିଜିତ୍ ଗାଙ୍ଗୁଲୀ କପିଲଙ୍କ ବିରୋଧରେ ଆଣିଛନ୍ତି ଚୋରି ଭଳି ସାଂଘାତିକ ଅଭିଯୋଗ । ତେବେ ସେ ତାଙ୍କ ଫେସବୁକ୍ ଆକାଉଂଟରେ ଏକ ଲେଖା ଜାରି କରିବା ସହିତ କପିଲଙ୍କ ଶୋ’ର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଦେଖନ୍ତୁ ଏହି ପୋଷ୍ଟଟିକୁ-

Kapil

ଅଭିଜିତଙ୍କ କହିବା କଥା ହେଲା, ସେ ସେୟାର କରିଥିବା କପିଲଙ୍କ ଶୋ’ର ଏହି ଭାଗଟି ହେଉଛି ତାଙ୍କର । ଯାହାକୁ କପିଲ ଚୋରି କରି ନିଜ ଶୋ’ରେ ବ୍ୟବହାର କରିଛନ୍ତି । ଏଥିସହ ଅଭିଜିତ୍ ନିଜ ଭିଡିଓର ଏକ ଲିଙ୍କ୍ ମଧ୍ୟ ପୋଷ୍ଟ କରିଛନ୍ତି । ତେବେ ଏନେଇ କପିଲଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ପ୍ରତିକ୍ରିୟା ଆସିନାହିଁ ।