କପିଲ କିଣିଲେ ଭ୍ୟାନିଟି ଭ୍ୟାନ୍

6

ଲୋକଙ୍କୁ ହସାଇବା ସହ ଦର୍ଶକଙ୍କ ମନ ଜିଣିଥିବା କପିଲ ଶର୍ମା ପୁଣି ଥରେ ଟେଲିଭିଜନ ଦୁନିଆକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି  । କିଛି ଦିନ ପୂର୍ବେ ସୋନି ଟିଭିରେ ତାଙ୍କର ଅପକମିଙ୍ଗ୍ ସୋ’ ‘ଫ୍ୟାମିଲି ଟାଇମ୍ ଉଇଥ କପିଲ ଶର୍ମା’ର ପ୍ରମୋ ପ୍ରସାରିତ ହୋଇଥିଲା । ଏଥିରେ ସେ ଅଟୋରେ ଚଢ଼ିବା ପାଇଁ ପଚାରିବା ପରେ ସିଟି ବସରେ ଚଢ଼ି ଯାଉଥିବାର ଦେଖାଯାଇଥିଲେ ।

ତେବେ ପ୍ରମୋରେ ବସରେ ଯାଉଥିଲେ ମଧ୍ୟ ଅସଲ ଜୀବନରେ ନିଜ ପାଇଁ ଏକ ନୂଆ ଭ୍ୟାନିଟି ଭ୍ୟାନ କିଣିଛନ୍ତି କପିଲ। ଏହି ଭ୍ୟାନର ଫଟୋ ନିଜେ କପିଲ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ସହ ଏହାକୁ ‘ଡ଼ିସି ‘ ଡ଼ିଜାଇନ କରିଛନ୍ତି ବୋଲି କହିଥିଲେ ।

ନୂଆ ସୋ’ର ଆରମ୍ଭ ହେବା ପୂର୍ବରୁ ହିଁ କପିଲଙ୍କୁ ମିଳିଥିଲା ବିପୁଳ ପରିମାଣରେ ଅର୍ଥ । ଏଥିରେ ସେ ତାଙ୍କ ପାଇଁ କିଣିଛନ୍ତି ଏକ ନୂତନ ମଡ଼େଲର ଭ୍ୟାନିଟି ଭ୍ୟାନ । ତେବେ ଗତ ବର୍ଷ କପିଲଙ୍କୁ ନେଇ ଅନେକ ବିବାଦ ଉପୁଜିଥିବା ବେଳେ ଟିଆରପି କମ ଥିବାରୁ ତାଙ୍କ ସୋ’କୁ ମଧ୍ୟ ଚ୍ୟାନେଲ ତରଫରୁ ବନ୍ଦ କରାଯାଇଥିଲା । ତେବେ ପୁଣିଥରେ ତାଙ୍କର ଖୁସ ମିଜାଜ ବ୍ୟକ୍ତିତ୍ୱ ସହ ଲୋକଙ୍କୁ ହସାଇବା ପାଇଁ ବହୁତ ଫେରିଆସୁଛନ୍ତି କପିଲ ।

Comments are closed.