ଅପେକ୍ଷାର ହେଲା ଅନ୍ତ ! ୨୦୧୮ରେ ବିବାହ କରିବେ କମେଡି କିଙ୍ଗ୍ କପିଲ ଶର୍ମା

69

ସବୁ ଅପେକ୍ଷାର ହେଲା ଅନ୍ତ । ୨୦୧୮ରେ ବିବାହ କରିବେ କପିଲ । ତେବେ କମେଡି କିଙ୍ଗ୍ କୁହାଯାଉଥିବା କପିଲ୍ ଶର୍ମା ଯଦିଓ ନିଜ ଶୋ’ରେ ଅନେକ ଥର ମିଛି ମିଛିକା ବିବାହ ରଚି ସାରିଛନ୍ତି । କିନ୍ତୁ ରିୟଲ ଲାଇଫରେ ମଧ୍ୟ କପିଲ ବିବାହର ଲଡୁ ଖାଇବାକୁ ଯାଉଛନ୍ତି । ଆଉ ଏନେଇ ଖୋଦ୍ କପିଲ ସୋସିଆଲ ମିଡିଆରେ ଫ୍ୟାନମାନଙ୍କୁ ଜଣାଇଛନ୍ତି ।

ସୂଚନା ମୁତାବକ, ଗତ ଶନିବାର କପିଲ ଟୁଇଟର ଜରିଆରେ ଏହାର ସଙ୍କେତ ଦେଇ କହିଥିଲେ କି, ସେ ତାଙ୍କ ବାନ୍ଧବୀ ଭବନିତ୍ ଚତର୍ଥ ଓରଫ ଗିନ୍ନିଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି । ଏବଂ ଉଭୟଙ୍କ ବିବାହର ଲଗ୍ନ ମଧ୍ୟ ସ୍ଥିର ହୋଇସାରିଛି । ଆସନ୍ତା ବର୍ଷ ଜାନୁଆରୀକୁ ଦୁହେଁ ବିବାହ କରିବେ ବୋଲି ସୂଚନା ଦେଇଛନ୍ତି କମେଡିଆନ କପିଲ୍ ।

ତେବେ ଶୁଣିବାକୁ ମିଳିଛି ଏହା ଭିତରେ କପିଲ ଏବଂ ଗିନ୍ନିଙ୍କ ନିର୍ବନ୍ଧ ଜଲନ୍ଦରରେ ଶେଷ ହୋଇଯାଇଛି । କିଛିଦିନ ତଳେ କପିଲ ନିଜ ପ୍ରେମ ସଂପର୍କକୁ ସ୍ୱୀକାର କରିଥିଲେ ଆଉ କହିଥିଲେ କି ସେ ଗିନ୍ନିଙ୍କ ସହ କଲେଜ ଲାଇଫରୁ ପରିଚିତ । ଖାଲି ସେତିକି ନୁହେଁ ଉଭୟେ ମିଶି ଏକ ଶୋ ମଧ୍ୟ ଆରମ୍ଭ କରିଥିଲେ ଯାହାର ନାଁ ରହିଥିଲା ‘ହସ ବଲିଏ’ । ଆଉ ଏହି ସମୟରେ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା ।