ଏପଟେ ଲଢେଇ ସେପଟେ କ୍ଷମା ! ପଶ୍ଚ୍ୟତାପ କରି ଶୋ’ରେ କାନ୍ଦିଲେ କପିଲ୍

26

କମେଡି କିଙ୍ଗ୍ କପିଲଙ୍କୁ ଟିକେ ବି ଅନ୍ଦାନ ନଥିଲା କି ତାଙ୍କ ସହଯୋଗୀ ସୁନିଲ ଗ୍ରୋଭରଙ୍କ ସହ ତାଙ୍କର ଝଗଡାଟା ଏତେ ବଢି ଯିବବୋଲି । ତେବେ ଶୁଣିବାକୁ ମିଳିଛି କପିଲ ଏନେଇ ସୁନିଲଙ୍କୁ କ୍ଷମା ପ୍ରାର୍ଥନା କରିଥିବା ସହ ନିଜ ଶୋରେ ମଧ୍ୟ ଭାବବିହ୍ୱଳ ହୋଇ ପଡିଥିଲେ ।

ତାଜା ସୂଚନା ମୁତାବକ, ଗତ ସୋମବାର ଦିନ କପିଲ ନିଜ ଶୋ ଦ କପିଲ ଶର୍ମା ଶୋରେ ସିନେମା ‘ନାମ ଶବାନା’ର ପ୍ରମୋସନ ପାଇଁ ତାପସୀ ପନ୍ନୁ ଏବଂ ମନୋଜ ବାଜପେୟୀଙ୍କୁ ଆସିବାର ଥିଲା । ଏହା ପୂର୍ବରୁ ସୁନିଲ ଗ୍ରୋବର ଏବଂ ଚନ୍ଦନଙ୍କୁ ଆସିବାର ଥିଲା ମାତ୍ର ସେ ଏଥିରେ ଭାଗ ନେଇ ନଥିଲେ । ଖାଲି ସେତିକି ନୁହେଁ ଉଭୟ କପିଲଙ୍କ ସହ କଥାହେବାକୁ ମଧ୍ୟ ରୋକ୍ ଠୋକ୍ ମନା କରି ଦେଇଥିଲେ ।

ତେବେ ଏକଥା କପିଲଙ୍କ ମନକୁ ବହୁତ ଆଘାତ ଦେଇଥିଲା । ଏବଂ ସେ ନିଜ କୋହ ସମ୍ଭାଳି ପାରି ନଥିଲେ ଆଉ ସେ ଅଭିନେତା ମନୋଜ ବାଜପେୟୀଙ୍କ ଆଗରେ ହିଁ କାନ୍ଦି ପକାଇଥିଲେ । ସୂତ୍ର ମୁତାବକ, କପିଲ ସୁନିଲ ଓ ଚନ୍ଦନଙ୍କୁ ଅନେକ ବାର ଫୋନ କରିଥିଲେ ମାତ୍ର ସେମାନଙ୍କ ତରଫରୁ କୌଣସି ବି ପ୍ରତିଜବାବ ମିଳି ନଥିଲା । କିନ୍ତୁ ଯେତେବେଳେ ସିଦ୍ଧୁ ତାଙ୍କୁ ଫୋନ କରିଥିଲେ ସେତେବେଳେ ସେମାନେ କପିଲଙ୍କ ସହ ଆଉ କାମକରିବେ ନାହିଁ ବୋଲି ସିଧାସଳଖ ମନା କରିଦେଇଥିଲେ ।