ବନ୍ଦ ହେବ କପିଲଙ୍କ ସୋ’ ! ପୁଣି ଫେରିବ ନୁଆ ରୂପରେ

32

କପିଲ୍ ଶର୍ମାଙ୍କ କମେଡି ସୋ’ ଏବେ ପାଲଟିଯାଇଛି ବିବାଦୀୟ ସୋ’ । କୌଣସି ନା କୌଣସି କାରଣକୁ ନେଇ ଏହି ସୋ’ ଏବେ ବିବାଦ ଘେରକୁ ଟାଣି ହୋଇଯାଇଛି । କେତେବେଳେ ସୋ’ର କଳାକାରଙ୍କୁ ନେଇ ତ ପୁଣି କେତେବେଳେ କପିଲଙ୍କ ବ୍ୟବହାରକୁ ନେଇ, କପିଲଙ୍କ ସୋ’ ରହିଛି ସବୁବେଳେ ଚର୍ଚ୍ଚାରେ ।

ଯେଉଁଥିପାଇଁ ସୋ’ ବନ୍ଦ ହୋଇଯିବା ନେଇ ଖବର ମଧ୍ୟ ଶୁଣିବାକୁ ମିଳିଥିଲା । ଯାହାକି ତାଙ୍କ ଫ୍ୟାନ୍ସଙ୍କୁ ସଂପୂର୍ଣ୍ଣ ନିରାଶ କରିଦେଇଥିଲା । ତେବେ ଏଭଳି ପ୍ରରିପେକ୍ଷୀରେ ଆଜି ଆମେ ଆପଣଙ୍କୁ ସୋ’କୁ ନେଇ ଯେଉଁ ଖବର ଜଣାଇବାକୁ ଯାଉଛୁ, ତାହା ହୁଏତ ଆପଣଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇପାରେ ।

କପିଲଙ୍କ ସୋ’କୁ କିଛି ଦିନ ପାଇଁ ବନ୍ଦ କରି ଦିଆଯିବ ବୋଲି ମିଳିଥିବା ସୂଚନା ଏକପ୍ରକାରରେ ସ୍ପଷ୍ଟ କରାଯାଇଛି । ବନ୍ଦ ହେବାର ମାତ୍ର କିଛି ଦିନ ପରେ ଏହାକୁ ସଂପୂର୍ଣ୍ଣ ଭାବେ ବଦଳାଇ ନୂଆ ଅନ୍ଦାଜ ଓ ନୂଆ ଢଙ୍ଗରେ ପୁଣି ଥରେ ସୋ’ଟିକୁ ଆରମ୍ଭ କରାଯିବ ।

ତେବେ ଦୀର୍ଘଦିନ ଧରି ସୋ’ର ଲୋକପ୍ରିୟତା ହ୍ରାସକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ସୋ’ର ନବକଳେବର କରାଯାଇ ଏକ ନୂଆ ଲୁକରେ ଆରମ୍ଭ କରାଯିବାର ଯୋଜନା ରହିଛି । ଏଠାରେ ଆମେ କହି ରଖୁଛୁ କି, କିଛି ଦିନ ପୂର୍ବେ କପିଲ୍ ଶର୍ମାଙ୍କ ଗର୍ଲଫ୍ରେଣ୍ଡ ଗିନ୍ନା ମଧ୍ୟ ସୁନୀଲ ଗ୍ରୋବରଙ୍କୁ କପିଲଙ୍କ ସୋ’କୁ ଫେରି ଆସିବାକୁ ଟୁଇଟ୍ କରି ନିବେଦନ କରିଥିଲେ ।

ମାତ୍ର ଏବେ ଖାଲି ଅପେକ୍ଷା ରହିଛି ଯେ, ସୋ’ରେ କଣ ପରିବର୍ତ୍ତନ କରାଯିବ ? ଏସମସ୍ତ ମଧ୍ୟରେ ସବୁଠାରୁ ବଡ ପ୍ରଶ୍ନ ହେଲା ସୋ’ର ପରିବର୍ତ୍ତନ କଣ ଟିଆରପିରେ ହୋଇଥିବା ହ୍ରାସତାକୁ ପୁଣି ଥିରେ ପୂର୍ବସ୍ଥିତିକୁ ଫେରାଇ ଆଣିବାରେ ସଫଳ ହେବ?

ସୌଜନ୍ୟ: ଅମର ଉଜାଲା