ଗୋମାଂସ ଖାଇଲେ କାଜୋଲ୍ ! ସୋସିଆଲ୍ ମିଡିଆରେ ଭିଡିଓ ହେଲା ଭାଇରାଲ୍

71

ଗୋମାଂସ ଖାଇଲେ କାଜୋଲ । ଗୋମାଂସକୁ ନେଇ ସାରା ଦେଶରେ ଗରମାଗରମ୍ ମାହୋଲ ରହିଥିବା ବେଳେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କାଜୋଲ ଗୋମାଂସ ଖାଇବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାଜୋଲଙ୍କ ବିଫ୍ ପାର୍ଟି ଭିଡିଓର ଫେସବୁକ୍ ଲାଇଭ୍ ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଛି । ଭିଡିଓରେ କାଜଲ୍ ନିଜର ଜଣେ ବନ୍ଧୁ ରେୟାନଙ୍କ ସହ ଦେଖା ଦେଇଛନ୍ତି । ଆଉ କାଜଲଙ୍କ ଏହି ବନ୍ଧୁ ଜଣକ ବିଫ୍ ଡିସ୍ ବା ଗୋମାଂସରେ ପ୍ରସ୍ତୁତ ବ୍ୟଂଜନ ପରଷିଛନ୍ତି ।

କାଜଲଙ୍କ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ପେଜରେ ଗତକାଲି ଏହି ଭିଡିଓ ଅପଲୋଡ୍ ହୋଇଥିଲା । କିନ୍ତୁ ପରେ ସେ ଏହାକୁ ହଟାଇ ନେଇଛନ୍ତି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ସମାଲୋଚନା ପରେ ସ୍ପଷ୍ଟିକରଣ ରଖିଛନ୍ତି କାଜୋଲ । ସେ ଗାଈ ନୁହେଁ ବରଂ ମଇଁଷି ମାଂସ ଖାଇଥିବା ଟ୍ୱିଟ୍ କରିଛନ୍ତି ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ମଇଁଷି ମାଂସ ଖାଇବା ବେଆଇନ ନୁହେଁ । ତେବେ ଇଂରାଜୀରେ ବିଫ୍ ଅର୍ଥ ଉଭୟ ଗାଈ ଓ ମଇଁଷି ମାଂସକୁ ବୁଝାଏ । ତେଣୁ କାଜୋଲଙ୍କ ବିଫ୍ ଖାଇବା ଭିଡିଓକୁ ନେଇ ତାଙ୍କୁ କଡା ସମାଲୋଚନାର ଶିକାର ହେବାକୁ ପଡିଛି । କିଛି ଲୋକ କମେଂଟ୍ ଦେଇଛନ୍ତି ଯେ ବଲିଉଡ୍ ଏବେ ହିନ୍ଦୁ ବିରୋଧୀ ହୋଇଯାଇଛି ।

ଦେଖନ୍ତୁ ଏହି ଭିଡିଓ-