ଝିଲିକଙ୍କୁ ଘାରିଲା ପ୍ରିୟାଙ୍କ ଚାହାଣୀ !

40

ଗତ କିଛି ଦିନ ତଳେ ମାଲୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଭିଡିଓ ଭାଲେଂଟାଇନ ଡେରେ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ଏହାର ଖୁବ ପ୍ରଂଶସା କରାଯାଇଥିଲା । ଏହାଛଡା ବଡ ବଡ ଅଭିନେତ୍ରୀଙ୍କୁ ପଛରେ ପକାଇ ଇନଷ୍ଟାଗ୍ରାମରେ ୨୪ଘଂଟା ମଧ୍ୟରେ ୩ୟ ସ୍ଥାନ ଅଧିକାର କରିଥିଲେ ପ୍ରିୟା । ୩ଦିନ ମଧ୍ୟରେ ତାଙ୍କ ଫଲୋର୍ସ ୨୦ଲକ୍ଷରୁ ଅଧିକ ହୋଇଥିଲେ ।

ବର୍ତମାନ ପ୍ରିୟା ସାରା ଭାରତର ଯୁବାପିଢିର କ୍ରଶ ପାଲଟି ଯାଇଥିଲା ବେଳେ ଓଲିଉଡ ଜଗତରେ ମଧ୍ୟ ଏହି ଫିଭର ଦେଖିବାକୁ ମିଳିଛି । ମାଲୟାଲାମ ସେନସେକ୍ସ ପ୍ରିୟା ପ୍ରକାଶ ୱାରିୟରଙ୍କ ଭିଡିଓ ଭାଇରାଲ ହେବା ପରେ ଏହାର ପ୍ରଭାବ ଓଲିଉଡ ସୁନ୍ଦରୀ ମାନଙ୍କ ପାଖରେ ମଧ୍ୟ ପହଂଚିଗଲାଣି । ଓଲିଉଡ ଜଗତର ହଟ୍ ଓ ଚୁଲବୁଲି ନାୟିକା ଝିଲିକଙ୍କୁ ଘାରିଛି ପ୍ରିୟାଙ୍କ ଠାଣି ।

ଓଲିଉଡ ଜଗତର ଚୁଲବୁଲି ନାୟିକା ଝିଲିକ ତାଙ୍କୁ ଫଲୋ କରିଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଝିଲିକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରିୟା ଘାଇଲା କରିବାପରେ ଝିଲିକ ଓଡିଶାରେ ଦର୍ଶକମାନଙ୍କୁ ଘାଇଲା କରିବାକୁ ପଛେଇ ନାହାନ୍ତି । ଦର୍ଶକେ ଏହାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି।