ବଲିଉଡ ଅଭିନେତ୍ରୀ ତବୁଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଜ୍ୟାକି ଶ୍ରଫ୍ !

32

ଶେଷ ଥର ପାଇଁ ୨୦୧୫ରେ ଅଜୟ ଦେବଗନଙ୍କ ସହ ସିନେମା ‘ଦ୍ରିଷ୍ୟମ୍’ ପରେ ଏବେ ବଲିଉଡ ଜଗତର ଜଣାଶୁଣା ଅଭିନେତ୍ରୀ ତବୁ ଏବେ ‘ଗୋଲମାଲ ଅଗେନ୍’ ଜରିଆରେ ପୁଣି ଥରେ ଅଭିନୟ ଜଗତକୁ ଫେରୁଛନ୍ତି । ତବୁଙ୍କର କମେଡି ସିନେମା କରିବାକୁ ବହୁତ ଇଚ୍ଛା ଥିଲା ଆଉ ତାଙ୍କର ଏହି ଇଚ୍ଛା ଏବେ ‘ଗୋଲମାଲ ଅଗେନ’ରେ ପୁରଣ ହେବାକୁ ଯାଉଛି ।
ଆପଣଙ୍କ ଜାଣିବା ପାଇଁ ଆମେ କହି ରଖୁଛୁ କି, ତବୁଙ୍କର ନାଁ ସେହି ନାୟିକାମାନଙ୍କ ତାଲିକାର ସ୍ଥାନ ପାଇଛି ଯେଉଁମାନେ କି କ୍ୱାଲିଟି ସିନେମାରେ କାମ କରିବାକୁ ବିଶ୍ୱାସ ରଖନ୍ତି । ତେବେ ତବୁ ହେଉଛନ୍ତି ଅଭିନେତ୍ରୀ ଫରାହଙ୍କ ଭଉଣୀ । ଆଜି ଆମେ ଆପଣଙ୍କୁ ଏହି ନାୟିକାଙ୍କୁ ନେଇ ଏକ ଏଭଳି ସୂଚନା ଦେବାକୁ ଯାଉଛୁ ଯାହାକୁ ବୋଧହୁଏ ଆପଣ ପୂର୍ବରୁ କେବେ ଜାଣିନଥିବେ । ତେବେ ପଢନ୍ତୁ ପୁରା ଘଟଣା ।

ଘଟଣାଟି ହେଉଛି ୧୯୮୬ ର । ଯେତେବେଳେ ତବୁଙ୍କ ଭଉଣୀ ଫରାହ ଏବଂ ଜ୍ୟାକି ଶ୍ରଫ୍ ସିନେମା ‘ଦିଲ୍ ଜଲା’ର ସୁଟିଂ କାମରେ ବ୍ୟସ୍ତଥିଲେ । ଆଉ ଏହି ସମୟରେ ହି ତବୁ ଫରାହଙ୍କ ସହିତ ତାଙ୍କ ସୁଟିଂ ସେଟକୁ ଯିବାଆସିବା କରୁଥିଲେ । ଏହି ସିନେମାରେ ଫରାହ ଏବଂ ଜ୍ୟାକିଙ୍କ ବ୍ୟତୀତ ଡ୍ୟାନିଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଥିଲା ।

ସବୁଦିନ ସୁଟିଂର ଶେଷରେ ସିନେମାର ସବୁ କଳାକାରମାନେ ଡ୍ୟାନିଙ୍କ ଘରେ ପାର୍ଟି ଆୟୋଜନ କରୁଥିଲେ । ଦିନେ ଫରାହ, ତବୁଙ୍କୁ ବି ନିଜ ସାଥିରେ ନେଇଯାଇଥିଲେ । ଆଉ ଏହି ପାର୍ଟିରେ ମଧ୍ୟ ଜ୍ୟାକି ଶ୍ରଫ୍ ସାମିଲ ଥିଲେ । ଜ୍ୟାକି ଏହି ସମୟରେ ଅଧିକ ମଦ୍ୟପାନ କରିନେଇଥିଲେ ଏବଂ ନିଶାରେ ସେ ତବୁଙ୍କ ସହିତ ଦୁର୍ବବ୍ୟବହାର କରିଥିଲେ । ଏପରିକି ତବୁଙ୍କୁ ଦୁଷ୍କର୍ମ କରିବାକୁ ମଧ୍ୟ ପଛେଇ ନଥିଲେ । ଏକଥା ଖୋଦ୍ ତବୁଙ୍କ ଭଉଣୀ ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି । ଫରାହ କହିଥିଲେ କି, ଯଦି ଡ୍ୟାନି ନଥାନ୍ତେ ତେବେ ତବୁଙ୍କ ସହିତ କିଛି ଅନର୍ଥ ହୋଇ ଯାଇଥାନ୍ତି । ତେବେ ଫରାହଙ୍କ ଏଭଳି ବୟାନ ପରେ ବଲିଉଡ ଜଗତରେ ହୁଲସ୍ତୁଲ ହୋଇଯାଇଥିଲା ।

ତେଣୁ ଏହି ମୁଖ୍ୟ କାରଣ ପାଇଁ ହିଁ ତବୁ ଜ୍ୟାକି ଶ୍ରଫଙ୍କ ସହ କାମ କରିବାକୁ ପସନ୍ଦ କରନ୍ତି ନାହିଁ । ଏପରିକି ଯଦି କୌଣସି ଆୱାର୍ଡ ସୋ’ରେ ଉଭୟଙ୍କର ସାମ୍ନାସାମ୍ନି ହୋଇଯାଏ ତେବେ କେହି କାହାର ମୁହଁକୁ ବି ଚାହାଁନ୍ତି ନାହିଁ ।

ସୌଜନ୍ୟ: ଅମର ଉଜାଲା