ଓସ୍କାର’ରେ ବି ଡୋନାଲ୍ଡ ଟ୍ରମ୍ଫଙ୍କ ଭୟ ! ଆୱର୍ଡ ନେବା ପାଇଁ ମଂଚ ଉପରକୁ ଗଲେନି ଇରାନର ସିନେମା ନିର୍ଦ୍ଦେଶକ

18

ଓସ୍କାର ଆୱର୍ଡରେ ଇରାନର ସିନେମା ନିର୍ଦ୍ଦେଶକ ଅସଗର ଫରହାଦୀଙ୍କ ସିନେମା ‘ଦ ସେଲ୍ସସ୍ ମ୍ୟାନ’କୁ ସର୍ବଶ୍ରେଷ୍ଠ ବିଦେଶୀ ସିନେମାର ଆଖ୍ୟା ଦିଆଯିବା ସହ ପୁରସ୍କାର ପାଇଁ ମଧ୍ୟ ମନୋନୀତ କରାଯାଇଛି । କିନ୍ତୁ ଟ୍ରମ୍ଫଙ୍କ ନୀତିକୁ ଭୟ କରି ଅସଗର ଫରହାଦୀ ସମାରୋହକୁ ଯାଇ ଏହି ପୁରସ୍କାର ନେବାକୁ ମନା କରିଦେଇଥିଲେ । ଆଉ ତାଙ୍କ ସ୍ଥାନରେ ପୁରସ୍କାର ନେବାକୁ ମଂଚରେ ପହଂଚିଥିଲେ ତାଙ୍କ ଜଣେ ପ୍ରତିନିଧି ।

କହିବାକୁ ଗଲେ ଓସ୍କାର ଆୱର୍ଡରେ ବିଜେତାଙ୍କ ସ୍ଥାନରେ ତାଙ୍କ ପ୍ରତିନିଧିଙ୍କୁ ପୁରସ୍କାର ନେବାକୁ ଅନୁମତି ଦିଆଯାଇ ନଥାଏ । କିନ୍ତୁ ଅସଗରଙ୍କ ପାଇଁ ଓସ୍କାର ନିଜ ନିୟମରେ ପରିବର୍ତ୍ତନ ଆଣିଥିଲା । ଯଦିଓ କୌଣସି ବିଜେତାଙ୍କ ପ୍ରତିନିଧିଙ୍କୁ ଆୱର୍ଡ ସେତେବେଳେ ମିଳିଥାଏ ଯେତେବେଳେ ଉକ୍ତ ବିଜେତାଙ୍କର ମୃତ୍ୟୁ ହୋଇଯାଇଥାଏ ।

ତେବେ ଇରାନୀ-ଆମେରିକୀ ଅନ୍ତରୀକ୍ଷ ଯାତ୍ରୀ ଅନୌଶେହ ଅସାଂରୀ ଅସଗରଙ୍କ ସ୍ଥାନରେ ଆୱର୍ଡଟିକୁ ଗ୍ରହଣ କରିଥିଲେ । ଆଉ କହିଥିଲେ କି, ଅସଗରଙ୍କ ପାଇଁ ଏହି ଆୱର୍ଡ ଗ୍ରହଣ କରିବା ଏକ ବହୁତ ବଡ ନିଷ୍ପତି ଏବଂ ଏଥିପାଇଁ ସାହସ ଥିବା ଦରକାର ।