ଜଣାଶୁଣା ତେଲୁଗୁ ଅଭିନେତା ଚଳାପତି ରାଓ ଏବେ ଆଇନରେ ଛନ୍ଦି ହୋଇଯାଇଛନ୍ତି । ତାଙ୍କ ନାଁରେ ପୁଲିସରେ ଏତଲା ଦିଆଯାଇଛି । ମଙ୍ଗଳବାର ଦିନ ମହିଳାଙ୍କ ବିଷୟରେ ଦେଇଥିବା ଅଭଦ୍ରୋଚିତ ଟିପ୍ପଣୀକୁ ନେଇ ଚାରିଆଡେ ଆଲୋଚନା ।

ପୁଲିସ ସୂତ୍ରରୁ ଜଣା ଯେ ,ଏହି ଅଭିନେତାଙ୍କ ବିରୁଦ୍ଧରେ ସରୁରନଗର ପୁଲିସ୍ ଷ୍ଟେସନରେ ଏତଲା ଦିଆଯାଇଛି । ଏହି ଅଭିନେତା ହାଇଦ୍ରାବାଦର ଏକ ଫିଲ୍ମ ଫଙ୍କସନରେ ମହିଳାଙ୍କୁ ନେଇ ଅଭଦ୍ର ଟିପ୍ପଣୀ ଦେଇଥିଲେ । ଯେଉଥି ପାଇଁ ତାଙ୍କ ନାଁରେ ଆଇପିସି ଧାରା ୩୫୪ଏ(୪) ଓ ୫୦୯ ଅନୁସାରେ କେସ୍ ଦିଆଯାଇଛି ।