ବିଚ୍ଛେଦ ପରେ ବି ଏକାଠି ! ବୈବାହିକ ଜୀବନରେ ଫାଟ ସୃଷ୍ଟି ହେବା ପରେ ମଧ୍ୟ ହ୍ରିତିକ-ସୁଜେନଙ୍କ ରହିଛି ନିବିଡ ସଂପର୍କ

44

ବଲିଉଡ ଜଗତର ଆଗଧାଡିର ଅଭିନେତା ହେଲେ ହ୍ରିତିକ ରୋଶନ । ୨୦୧୪ ମସିହାରେ ପୂର୍ବପତ୍ନୀ ସୁଜେନ ଖାନଙ୍କ ସହ ବୈବାହିକ ଜୀବନରେ ଫାଟ ପଡିବା ପରେ ଦୁହିଁଙ୍କୁ କିଛି ସମୟ ଏକାଠି ଦେଖିବାକୁ ମିଳିନଥିଲା । କିନ୍ତୁ ଏବେ ଯେମିତି ଲାଗୁଛି ଦୁହିଁଙ୍କ ମଧ୍ୟରେ ପୁଣିଥରେ ବନ୍ଧୁତା ସ୍ଥାପନ ହୋଇସାରିଛି । ଏବେ ବହୁ ସମୟରେ ଦୁହିଁଙ୍କୁ ନିଜ ପୁଅ ରିହାନ ଏବଂ ରିଧାନଙ୍କ ସହ ଦେଖିବାକୁ ମିଳୁଛି । ନିକଟରେ ପୁରା ପରିବାର ଗୋଆ ଭ୍ରମଣରେ ଯାଇଥିବା ବେଳେ ଏୟାରପୋର୍ଟରେ ଆସୁଥିବା ସମୟର କିଛି ଫଟୋ ଭାଇରାଲ ହୋଇଥିଲା । ଏହି ଫଟୋରେ ଉଭୟ ହ୍ରିତିକ ଏବଂ ସୁଜେନ ହସି ହସି ଆସୁଥିବାର ନଜର ଆସୁଛନ୍ତି ।

ହ୍ରିତିକଙ୍କ ସହ ତାଙ୍କ ବନ୍ଧୁ ଯାୟଦ ଖାନ ,ପତ୍ନୀ ମଲାଇକା ଏବଂ ପୁଅ ମଧ୍ୟ ନଜର ଆସିଛନ୍ତି । ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥିôଲେ ହେଁ ହ୍ରିତିକ ଏବଂ ସୁଜେନ ଏହାର ପ୍ରଭାବ ନିଜ ପିଲାମାନଙ୍କ ଉପରେ ପକାଇବାକୁ ଦେଇନାହାନ୍ତି । କେବଳ ଏତିକି ନୁହଁ ହ୍ରିତିକ ପୂର୍ବରୁ ଯେଭଳି ସୁଜେନଙ୍କ ବନ୍ଧୁ ଥିଲେ ଏବେ ମଧ୍ୟ ଠିକ ସେମିତି ତାଙ୍କ ଯତ୍ନ ନେଉଛନ୍ତି । ଉଭୟଙ୍କୁ ଡିନର,ଲଞ୍ଚ ଏବଂ ସପିଙ୍ଗ କରୁଥିବାର ମଧ୍ୟ ବେଳେବେଳେ ଦେଖାଯାଏ । କିଛି ଦିନ ତଳେ ଗୁଜବ ଆସୁଥିଲା ଯେ ହ୍ରିତିକ ଏବଂ ସୁଜେନ ପୁଣିଥରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । କିନ୍ତୁ ପରେ ଏଥିରେ ସତ୍ୟତା ନଥିବା କଥା ଜଣାପଡିଲା । ବର୍ତ୍ତମାନ ହ୍ରିତିକ ସୁପର-୩୦ ଫିଲ୍ମର ସୁଟିଂ କାମରେ ବ୍ୟସ୍ତ ଅଛନ୍ତି ।