ଘନଉଛି ହିତ୍ରିକ ଏବଂ କଙ୍ଗନାଙ୍କ ବିବାଦ ! ସାମ୍ନାକୁ ଆସିଲା ବଲିଉଡ କୁଇନଙ୍କ ବିରୋଧରେ ୨୯ ପୃଷ୍ଠାର ଅଭିଯୋଗ ପତ୍ର

43

ବଲିଉଡ ଅଭିନେତା ହିତ୍ରିକ୍ ରୋଶନ୍ ଏବଂ ବଲିଉଡ କୁଇନ୍ କଙ୍ଗନା ରଣାଓ୍ଵତଙ୍କ ମଧ୍ୟରେ ହୋଇଥିବା ବିବାଦ ଏବେ ଏକ ନୂଆ ରୂପ ନେଇଛି । ତେବେ ଏହି ନିକଟରେ କଙ୍ଗନା ତାଙ୍କର ଏକ ଇଣ୍ଟରଭ୍ୟୁ ଜରିଆରେ ଅଭିନେତା ହିତ୍ରିକଙ୍କୁ ସମାଲୋଚନା କରି ଅନେକ କଥା କହିଥିବାବେଳେ, ତାଙ୍କ ଓ ହିତ୍ରିକଙ୍କ ମଧ୍ୟରେ ହୋଇଥିବା ବିବାଦରେ ଏବେ ପୂର୍ଣ୍ଣଛେଦ ପଡ଼ିଛି ବୋଲି ସେ ଗଣମାଧ୍ୟମକୁ କହିଥିଲେ। । ହେଲେ ଏବେ ଏକ ଘରୋଇ ଟିଭି ଚ୍ୟାନେଲ୍ ପକ୍ଷରୁ ଏଭଳି ଏକ ଖୁଲାସା ହୋଇଛି, ଯାହାକୁ ଶୁଣିଲାପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁଥିରେ କି ହିତ୍ରିକ-କଙ୍ଗନାଙ୍କ ମଧ୍ୟରେ ଚାଲିଥିବା ମାମଲା ଏ ପର୍ଯ୍ୟନ୍ତ ଜାରି ରହିଛି ବୋଲି ଜଣାପଡ଼ିଛି ।

ସୂତ୍ର ଅନୁଯାୟୀ,ଉକ୍ତ ଟିଭି ଚ୍ୟାନେଲରେ ହିତ୍ରିକ୍ ଓ କଙ୍ଗନାଙ୍କ ମଧ୍ୟରେ ହୋଇଥିବା ବିବାଦ ଏବେ ପର୍ଯ୍ୟନ୍ତ ଚାଲିବା ସହିତ ହିତ୍ରିକ କଙ୍ଗନାଙ୍କ ବିରୋଧରେ ଲିଖିତ ଆକାରରେ ଦେଇଥିବା ୨୯ ପୃଷ୍ଠାର ଯାଚିକାକୁ ସାର୍ବଜନୀନ କରାଯାଇଛି। ଯେଉଁଥିରେ କି କଙ୍ଗନା ହିତ୍ରିକଙ୍କୁ ସେକ୍ସୁଆଲ୍ ମେଲ୍ କରୁଥିବା ଲେଖାଯାଇଛି । ଏଥିସହିତ କଙ୍ଗନା ହିତ୍ରିକଙ୍କୁ ପିଛା କରୁଥିବା ବେଳେ ହିତ୍ରିକଙ୍କୁ ନିଜେ ନିଜର ଇଣ୍ଟରନାଲ୍ ଲଭର୍ କହୁଥିବା କଥା ମଧ୍ୟ ଏହି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ତେବେ ପ୍ରଥମେ ପ୍ରଥମେ ହିତ୍ରିକ କଙ୍ଗନାଙ୍କ ଏପରି କାଣ୍ଡକୁ ଅଣଦେଖା କରୁଥିଲେ ବି ,ପରେ ତାଙ୍କ ମେଲକୁ ବାରମ୍ବାର ସେକ୍ସୁଆଲ୍ ମେସେଜ୍ ଆସିବା ପରେ ସେ ପୁଲିସ୍ କଂପ୍ଲେନ୍ ଦେବାକୁ ଉଚିତ ମନେକରିଥିବା କଥାକୁ ସେ ତାଙ୍କ ଅଭିଯୋଗରେ ଜଣାଇଛନ୍ତି ।

ଏହି ଅଭିଯୋଗ ଅନୁଯାୟୀ, ହିତ୍ରିକ ଏବଂ କଙ୍ଗନା ପ୍ରଥମଥର ଲାଗି୨୦୦୯ରେ ଉଭୟ ଉଭୟଙ୍କୁ ସିନେମା ‘କାଇଟ୍ସ’ ଜରିଆରେ ଭେଟିଥିବା କଥା କୁହାଯାଇଛି । ଏଥିସହିତ ପରେ ଏହି ଯୋଡ଼ିଙ୍କୁ ଶେଷଥର ଲାଗି ଫିଲ୍ମ ‘କ୍ରିଶ୍-୩’ରେ ଦେଖିବାକୁ ମିଳିଥିଲା । ହେଲେ ଏହାପରେ ଅଭିନେତ୍ରୀ କଙ୍ଗନା ହିତ୍ରିକଙ୍କ ସହିତ ତାଙ୍କର ଲଭ୍ ଆଫେୟାର୍ସ ରହିଥିବା କଥାକୁ ଆରମ୍ଭ କରିଥିଲେ ।ଏଥିସହିତ ହିତ୍ରିକ ତାଙ୍କ ଅଭିଯୋଗରେ ଏହା ମଧ୍ୟ ଲେଖିଛନ୍ତି, କିଭଳି କଙ୍ଗନା ତାଙ୍କୁ ‘ ସିଲୀ ଏକ୍ସ’ନାମରେ ଡ଼ାକୁଥିଲେ ।

ଏଠାରେ ଆମେ କହି ରଖୁଛୁ କି, କଙ୍ଗନା ଏବଂ ହିତ୍ରିକଙ୍କ ମଧ୍ୟରେ ଲାଗି ରହିଥିବା ବିବାଦଟି କିଛି ଦିନ ହେବ ଥଣ୍ଡା ପଡ଼ିଥିବାବେଳେ,ଏହି ମାମଲାରେ କଙ୍ଗନା ତାଙ୍କର ଏକ ସାକ୍ଷାତକାରରେ ହିତ୍ରିକଙ୍କୁ କ୍ଷମା ମଧ୍ୟ ମାଗିଥିଲେ । ହେଲେ ବହୁଦିନରୁ ଚୁପ୍ ରହିଥିବା ଅଭିନେତା ହିତ୍ରିକ ରୋଶନଙ୍କ ତରଫରୁ ପ୍ରଥମଥର କରି ପ୍ରତିକ୍ରିୟା ଆସିଛି । ଆପଣଙ୍କ ଲାଗି ଜଣାଉଛୁ କି କଙ୍ଗନା ଏବଂ ହିତ୍ରିକଙ୍କ ମଧ୍ୟରେ ହୋଇଥିବା ବିବାଦର ଆରମ୍ଭ ସେତିକିବେଳେ ହୋଇଥିଲା ଯେତେବେଳେ କି କଙ୍ଗନା ତାଙ୍କର ଏକ ସିନେମାର ପ୍ରମୋସନ୍ ପାଇଁ ଦେଇଥିବା ଇଣ୍ଟରଭ୍ୟୁରେ ହିତ୍ରିକଙ୍କୁ ‘ସିଲ୍ଲୀ ଏକ୍ସ’ ନାମରେ ଡ଼ାକିଥିଲେ ।