ରଣବୀରଙ୍କୁ ସର୍ବ ସମ୍ମୁଖରେ ଶକ୍ତ ଚାପୁଡା ମାରିଥିଲେ ସୁଲତାନ ! ହେଲେ କାହିଁକି . . .

39

ବଲିଉଡ ସୁପରଷ୍ଟାର ସଲମାନ ଖାନ କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଆଉ ଏହି ସବୁ ପ୍ରସଙ୍ଗ ମଧ୍ୟରେ ଗୋଟିଏ ହେଲା ତାଙ୍କର ଏବଂ ରଣବୀର କପୂରଙ୍କ ମଧ୍ୟରେ ଥିବା ବିବାଦ । ତେବେ ସଲମାନ ଖାନ ଏବଂ କ୍ୟାଟରିନା କୈଫଙ୍କ ଲଭ ଷ୍ଟୋରୀ ସଂପର୍କରେ ତ ଆପଣଙ୍କୁ ନିଶ୍ଚୟ ଜଣାଥିବ ହେଲେ ସିନେମା ‘ଅଜବ ପ୍ରେମ କି ଗଜବ କହାନୀ’ର ସୁଟିଂ ସମୟରେ କ୍ୟାଟରିନା ସଲମାନଙ୍କଠାରୁ ଦୂରେଇ ଯାଇଥିଲେ ଓ ରଣବୀର କପୂରଙ୍କ ନିକଟବର୍ତ୍ତି ହୋଇଯାଇଥିଲେ ।

ଯଦିଓ ଏହି ସିନେମାରେ ସୁଲତାନଙ୍କର ମଧ୍ୟ ଏକ ଛୋଟିଆ ଭୂମିକା ରହିଥିଲା ମାତ୍ର ଏହି ସିନେମା ପରେ ରଣବୀର କପୂର ଏବଂ କ୍ୟାଟରିନା କୈଫଙ୍କୁ ନେଇ ଅଧିକାଂଶ ସମୟରେ ଅନେକ କଥା ଶୁଣିବାକୁ ମିଳିଥିଲା । କେତେବେଳେ ତାଙ୍କ ବିବାହକୁ ନେଇ ତ ପୁଣିକେତେବେଳେ ନିର୍ବନ୍ଧକୁ ନେଇ, କିନ୍ତୁ କିଛି ଦିନ ପରେ ଉଭୟଙ୍କ ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡିଯାଇଥିଲା ଓ ଉଭୟେ ଅଲଗା ହୋଇଯାଇଥିଲେ । କ୍ୟାଟରିନା କୈଫ, ରଣବୀର କପୁରଙ୍କଠାରୁ ଅଲଗା ହେବା ପୂର୍ବରୁ ସଲମାନ ଖାନଙ୍କ ସହିତ କଥା ହୋଇଥିଲେ । କ୍ୟାଟରିନା ସଲମାନ ଖାନ ଲମ୍ବା ସମୟ ପର୍ଯ୍ୟନ୍ତ ପରସ୍ପର ନିକଟବର୍ତ୍ତୀ ହୋଇଯାଇଥିଲେ ସତ କିନ୍ତୁ ବେଶି ଦିନ ତିଷ୍ଠି ପାରିନଥିଲା ଉଭୟଙ୍କ ସଂପର୍କ ।

ତେବେ କ୍ୟାଟରିନା କୈଫଙ୍କ କାରଣରୁ ସଲମାନ ଖାନ ଏବଂ ରଣବୀର କପୂରଙ୍କ ମଧ୍ୟରେ ଅଧିକାଂଶ ସମୟରେ କିଛି ନା କିଛି ଖବର ଶୁଣିବାକୁ ମିଳିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ସମୟର କଥା ସଂପର୍କରେ ଆଲୋଚନା କରିବୁ ଯେତେବେଳେ କି ରଣବୀର କପୂର ବଲିଉଡରେ ଏଂଟ୍ରି ହିଁ କରିନଥିଲେ ଆଉ ଉଭୟଙ୍କ ମଧ୍ୟରେ ଏକ ବଡ ଝଗଡା ହୋଇଯାଇଥିଲା । ତେବେ ପଢନ୍ତୁ ପୂରା ମାମଲାଟି କଣ ।

ସୂଚନା ମୁତାବକ, ସଲମାନ ଏବଂ ରଣବୀରଙ୍କ ଭେଟ ଭେଟ ଏକ ପବ ପାର୍ଟିରେ ହୋଇଥିଲା । ଏହି ପାର୍ଟିରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ତେବେ କଥାଟି ଏତିକିରେ ସରି ନଥିଲା ବରଂ ସଲମାନ ଖାନ ରାଗରେ ରଣବୀର କପୂରଙ୍କୁ ଏକ ଶକ୍ତ ଚାପୁଡା ମଧ୍ୟ ମାରି ପକାଇଥିଲେ । ଏହା ପରେ ରଣବୀର ପାର୍ଟି ଛାଡି ଚାଲିଯାଇଥିଲେ ।

ଅନ୍ୟପଟେ ଘଟଣା ସଂପର୍କରେ ଯେତେବେଳେ ସଲମାନଙ୍କ ବାପା ତଥା ସଲୀମ ଖାନ ଜାଣିବାକୁ ପାଇଥିଲେ ସେତେବେଳେ ସେ ଋଷି କପୂରଙ୍କୁ କ୍ଷମା ମାଗିଥିଲେ । ତେବେଯାଇ ମାମଲାଟି ଶାନ୍ତ ପଡିଥିଲା । କିନ୍ତୁ ଏସବୁ ସତ୍ୱେ ଆଜିବି ଉଭୟଙ୍କ ମଧ୍ୟରେ କ୍ରୋଧର ବହ୍ନି ତାଜା ରହିଛି ସେଥିପାଇଁ ତ କେହି କାହା ବିରୋଧରେ କହିବାକୁ ମଉକା ଛାଡୁ ନାହାଁନ୍ତି ।

ସୌଜନ୍ୟ: ଜନସତ୍ତା