ଭାଇଜାନଙ୍କୁ ଚାପୁଡା ମାରିଲେ ମିଳିବ ୨ଲକ୍ଷ ଟଙ୍କାର ପୁରସ୍କାର: ସଲମାନଙ୍କ ଏହି ସିନେମାର ରିଲିଜ ଉପରେ ପ୍ରଶ୍ନ ଉଠାଇଲା ‘ହିନ୍ଦୁ ହୈ ଆଗେ’ ସଂଗଠନ

82

ବିବାଦରେ ସଲମାନ ଖାନଙ୍କ ଫିିଲ୍ମ ଲଭରାତ୍ରୀ । ସଲମାନଙ୍କ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମିତ ଏହି ଫିଲ୍ମକୁ ବିରୋଧ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରବୀଣ ତୋଗାଡିଆଙ୍କ ନୂଆ ସଂଗଠନ ‘ହିନ୍ଦୁ ହୈ ଆଗେ’ର ଆଗ୍ରା ମୁଖ୍ୟ ଗୋବିନ୍ଦ ପରାସର । ଏହି ସଂଗଠନର କର୍ମକର୍ତାମାନେ ଆଗ୍ରାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସଲମାନଙ୍କ କୁଶପୂତଳିକା ଦାହ କରିଛନ୍ତି । ଗୋବିନ୍ଦ ପରାଶର କହିଛନ୍ତି ସଲମାନଙ୍କ ଫିଲ୍ମ ଲଭରାତ୍ରୀକୁ ନବରାତ୍ରୀ ଅବସରରେ ପରଦାକୁ ଆଣିବା ଯୋଜନା କରିଛନ୍ତି ନିର୍ମାଣକାରୀ ସଂସ୍ଥା । ଏହା ହିନ୍ଦୁ ସମାଜର ଧାର୍ମିକ ଭାବନାକୁ ଆଘାତ ପହଁଚାଇଛି ।

ଏହା ଦ୍ୱାରା ସାମ୍ପ୍ରଦାୟିକ ସଦଭାବନା ବିଗିଡିବାର ସମ୍ଭାବନା ରହିଛି । ଏହା ସହିତ ସଲମାନ ଖାନଙ୍କୁ ସର୍ବସମୁଖରେ ମାରିଲେ ୨ଲକ୍ଷ ଟଙ୍କାର ପୁରଷ୍କାର ଦେବାକୁ ସେ ଘୋଷଣା କରିଛନ୍ତି । ଏହି ସିନେମାକୁ ରିଲିଜ୍ ହେବାକୁ ସେନସର ବୋର୍ଡ ଅନୁମତି ନଦେବାକୁ ଦାବି କରିଛନ୍ତି ପରାଶର । ଲଭରାତ୍ରୀ ଫିଲ୍ମରେ ସଲମାନଙ୍କ ଭିଣୋଇ ଆୟୁଷ ଶର୍ମା ମୁଖ୍ୟ ଅଭିନେତା ଅଭିନୟ କରୁଥିବା ବେଳେ ୱାରିନା ହୁସେନ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି । ଆସନ୍ତା ଅକ୍ଟୋବର ମାସ ୫ତାରିଖରେ ସିନେମା ରିଲିଜ ତାରିଖ ରଖାଯାଇଛି । ଏହା ଭିତରେ ଫିଲ୍ମ ଲଭରାତ୍ରୀର ପୋଷ୍ଟର ରିଲିଜ୍ ହୋଇଯାଇଛି । ତେବେ ପରାଶର ପୂର୍ବରୁ ମଧ୍ୟ ଏହିଭଳି ଅନେକ ହିଂସା କାଣ୍ଡରେ ସମ୍ପୃକ୍ତି ଥିବା ନେଇ ଜେଲ ଯାଇଥିବା ଜଣାପଡିଛି ।