ଫିଲ୍ମର ନାମକରଣକୁ ନେଇ ବିବାଦ ! ୧ ହଜାର କୋଟିରେ ନିର୍ମିତ ହେଉଥିବା ଫିଲ୍ମ ‘ମହାଭାରତ’ର ନାଁ ବଦଳେଇବାକୁ ଦାବୀ

52

‘ମହାଭାରତ’କୁ ସମସ୍ତେ ଛୋଟ ପରଦାରେ ଦେଖିଥିଲେ । ଖୁବ୍ ଲୋକପ୍ରିୟ ଥିଲା ଏହି ଧାରାବାହିକ । ଏବେ ଏହାକୁ ବଡ ପରଦାରେ ଦେଖିବେ ମହାଭାରତ ପ୍ରେମୀ । ୧ ହଜାର କୋଟିରେ ନିର୍ମିତ ହେଉଛି ଫିଲ୍ମ ‘ମହାଭାରତ’ । ଏହାକୁ ନେଇ ସିନେ ପ୍ରେମୀଙ୍କ ମନରେ ଖୁସିର ଲହରୀ । ହେଲେ ଏହି ଫିଲ୍ମର ନାମକରଣକୁ ନେଇ ବିବାଦ ମୁଣ୍ଡ ଟେକିଛି ।

ପ୍ରକାଶିତ ତଥ୍ୟ ଅନୁସାରେ , ଏହି ଫିଲ୍ମର ନାଁକୁ ବଦଳାଇବାକୁ ଉଠିଛି ଦାବୀ । କେରଳର ଏକ ସଂଗଠନ ଏହି ଫିଲ୍ମର ନାଁ ମହାଭାରତକୁ ବଦଳାଇବାକୁ ଦାବୀ କରିଛନ୍ତି । ଆଉ ମଧ୍ୟ ଯଦି ତାଙ୍କ କଥା ନଶୁଣା ଯାଏ ତ ଫିଲ୍ମର ରିଲିଜକୁ ବିରୋଧ କରିବେ ବୋଲି କହିଛନ୍ତି । ଏହି ସଂଗଠନର ଅଧ୍ୟକ୍ଷ କହିଛନ୍ତି ଯେ, ନିର୍ମିତ ହେଉଥିବା ଏହି ଫିଲ୍ମଟି ବ୍ୟାସଦେବଙ୍କ ମହାଭାରତ ଉପରେ ପର୍ଯ୍ୟବେସିତ ନୁହେଁ । ଏଣୁ ଏହାର ଏପରି ନାମକରଣ ହୋଇପାରିବ ନାହିଁ ।