ରହସ୍ୟରୁ ଉଠିଲା ପରଦା ! ଜାଣନ୍ତୁ କାହିଁକି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ଅଭିନେତା ମନୋଜ ଗୋଏଲଙ୍କ ପତ୍ନୀ ନିଲିମା

46

ଅଭିନେତା ମନୋଜ ଗୋଏଲଙ୍କ ପତ୍ନୀ ନିଲିମାଙ୍କ ଆତ୍ମହତ୍ୟା ଘଟଣା ଏବେ ନେଇଛି ନୁଆ ମୋଡ଼ । ଶୁଣିବାକୁ ମିଳିଛି, ନିଲିମାଙ୍କ ଏତେ ବଡ଼ ନିଷ୍ପତ୍ତି ନେବା ପଛରେ ରହିଥିଲା ଆର୍ଥିକ ସମସ୍ୟା । ଯେଉଁଥି ପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।

ସୂଚନା ମୁତାବକ, ଗତ ଶନିବାର ଅପରାହ୍ନ ପାଖାପାଖି ୩ଟା ସମୟରେ ନିଲିମା ଲୋଖଣ୍ଡୱାଲ୍ ସ୍ଥିତ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏଥିସହିତ ନିଲିମା ମଧ୍ୟ ଏକ ସୁଇସାଇଡ୍ ନୋଟ୍ ଛାଡିଥିଲେ । ଯେଉଁଥିରେ ସେ ଲେଖିଥିଲେ କି, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ ବୋଲି । ତେବେ ନିଲିମାଙ୍କ ବୟସ ପାଖାପାଖି ୪୦ ବର୍ଷ ଏବଂ ସେ ତାଙ୍କ ସ୍ୱାମୀ ଏବଂ ୮ ବର୍ଷର ଝିଅ ସହିତ ରହୁଥିଲେ ।

ଏପର୍ଯ୍ୟନ୍ତ ପୁଲିସକୁ ସନ୍ଦେହ ଥିଲା କି, ସେ ଡିପ୍ରେସନରେ ଥିଲେ ବୋଲି । କିନ୍ତୁ ଜାତୀୟ ଗଣମାଧ୍ୟମ ‘ମିଡ୍ ଡେ’ରେ ପ୍ରକାଶିତ ଖବର ଅନୁସାରେ, ତାଙ୍କ ପରିବାରର ଆର୍ଥିକ ସ୍ଥିତି କିଛି ଠିକ୍ ନଥିଲା । ମନୋଜଙ୍କ କ୍ୟାରିୟର ମଧ୍ୟ କିଛି ଖାସ୍ ଚାଲୁ ନଥିଲା । ଅଭିନୟରେ ସେମିତି କିଛି ରୋଜଗାର ନହେବାରୁ ମନୋଜ କ୍ୟାମେରାମ୍ୟାନ୍ ଭାବେ କାମ କରୁଥିଲେ ।

ଏଠାରେ ଆମେ କହି ରଖୁଛୁ କି, ମନୋଜ ସବ୍ ଟିଭିର ସୋ’ ‘ଗୋଲମାଲ ହୈ ଭାଇ ସବ୍ ଗୋଲମାଲ ହୈ’, ‘ତୁ ମେରେ ଅଗଲ ବଗଲ ହୈ’ ଭଳି ସୋ’ରେ କାମ କରିଛନ୍ତି । ଏଥିସହିତ ମନୋଜ ‘ବଂଟି ଔର ବବଲୀ’ ସିନେମାରେ ମଧ୍ୟ କାମ କରିସାରିଛନ୍ତି ।

ସୌଜନ୍ୟ: ଅମର ଉଜାଲା