କାହିଁକି ଦେଖିବେ ପ୍ୟାଡମ୍ୟାନ ? ଜାଣନ୍ତୁ ଏହି କାହାଣୀ ପଛରେ ଲୁଚି ରହିଥିବା ୫ଟି କାରଣ

44

ଖିଲାଡି କୁମାରଙ୍କ ଅଭିନିତ ସିନେମା ପ୍ୟାଡ଼ମ୍ୟାନ ଗତକାଲି ରିଲିଜ୍ ହୋଇଛି । ଯେଉଁଥିରେ ରହିଛି ଅନେକ ମଜାଦାର ଦୃଶ୍ୟ ସହିତ ସଚେତନତାର ବାର୍ତ୍ତା । ଆଉ ଏଥିପାଇଁ ହିଁ ଆପଣ ଏହି ସିନେମାଟିକୁ ଦେଖିବା ନିହାତି ଦରାକାର । ତେବେ ଆସନ୍ତୁ ଜାଣିବା ସିନେମାର ୫ଟି ବଡ଼ କାରଣ ବିଷୟରେ, ଯେଉଁଥିପାଇଁ ଆପଣ ଏହି ସିନେମାଟିକୁ ଦେଖିବା ଅତ୍ୟନ୍ତ ଜରୁରୀ ।

• ବଲିଉଡରେ ପ୍ରଥମ ଥର ପାଇଁ ଏଭଳି ଫିଲ୍ମ ନିର୍ମାଣ କରାଯାଇଛି ଯାହା ବିଷୟରେ ସମସ୍ତେ ଜାଣନ୍ତି କିନ୍ତୁ ସେ ବିଷୟରେ କଥା ହେବାକୁ ସଙ୍କୋଚ ଅନୁଭବ କରନ୍ତି । ଏହି ଫିଲ୍ମରେ ମହିଳାଙ୍କ ପିରିୟଡସକୁ ନେଇ ହେଉଥିବା ସମସ୍ୟା ବିଷୟରେ ଦର୍ଶାଯାଇଛି । ତେଣୁ ଏହି ଫିଲ୍ମକୁ ଦେଖିବା ନିହାତି କରୁରୀ ।

• ଏହି ଫିଲ୍ମରେ ଅକ୍ଷୟ ଏବଂ ରାଧିକା ଆପ୍ତେଙ୍କ ଅଭିନୟ ସମ୍ପୂର୍ଣ୍ଣ ନିଛକ ଲାଗୁଛି । ତେବେ ଏହି ଦୁଇଜଣ ନିଜର ଜବରଦସ୍ତ ଅଭିନୟରେ ଦର୍ଶକଙ୍କ ହୃଦୟକୁ ଅତି ସହଜରେ ଜିତି ପାରିବେ ବୋଲି ଆଶା କରାଯାଉଛି ।

• ଫିଲ୍ମରେ ଦମଦାର ଡାଏଲଗ ବ୍ୟବହାର କରାଯାଇଛି । ଯେପରି “ଆମେରିକା ପାଖରେ ସୁପରମ୍ୟାନ ଅଛି, ସ୍ପାଇଡର ମ୍ୟାନ ଅଛି କିନ୍ତୁ ଭାରତରେ ଅଛି ପ୍ୟାଡମ୍ୟାନ ” ।

• ଫିଲ୍ମରେ ଜଣେ ସାଧାରଣ ମଣିଷର ସାହସ ଓ ଇଛା ଶକ୍ତି ବିଷୟରେ ଉପସ୍ଥାପନା କରାଯାଇଛି । ଯଦି କୌଣସି ବ୍ୟକ୍ତି ଏକ କାମ କରିବାକୁ ନିଷ୍ପତ୍ତି ନିଏ ଏବଂ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ପ୍ରତିଜ୍ଞାବଦ୍ଧ ହୁଏ ତେବେ ସେ ଅତି ସହଜରେ ସେହି ସ୍ଥାନରେ ପହଂଚି ପାରିବ ।

• ଅରୁଣାଚଳମ ଗୁଗନାଥମଙ୍କ ସତ୍ୟ ଚରିତ୍ର ଉପରେ ଆଧାରିତ ଫିଲ୍ମ ପ୍ୟାଡ଼ମ୍ୟାନ ଜରିଆରେ ନିର୍ଦ୍ଦେଶକ ଆର ବଲ୍କି ଏବଂ ଅକ୍ଷୟ କୁମାର ପିରିୟଡ଼ସରେ ସ୍ୱଚ୍ଛ ରହିବା ପାଇଁ ସଚେତନ କରିଛନ୍ତି । ପୁରୁଷ ହୁଅନ୍ତୁ କିମ୍ବା ମହିଳା ବିନା ସଙ୍କୋଚରେ ଏହି ବିଷୟରେ ଆଲୋଚନା କରିବା ଉଚିତ ବୋଲି ଅକ୍ଷୟ କୁମାର ବାର୍ତ୍ତା ଦେଇଛନ୍ତି ।