‘ଦୁଲହା ହମ୍ ଲେ ଜାୟେଙ୍ଗେ’ । ଭାରତୀଙ୍କ ମଜାଦାର ବିବାହ କାର୍ଡ ହେଲା ଭାଇରାଲ

59

ଲୋକମାନଙ୍କୁ ହସାଇ ହସାଇ ମତୁଆଲା କରାଉଥିବା ପ୍ରସିଦ୍ଧ କଳାକାର ତଥା ଭାରତୀ ସିଂଙ୍କୁ  କିଏ ବା ନଜାଣେ । ପଞ୍ଜାବର ଅମ୍ରିତସରଠାରେ ୧୯୮୪ମସିହା ଜୁଲାଇ ମାସରେ ଏହି କଳାକାରଙ୍କ  ଜନ୍ମ । ସେ ୨୦୦୮ରେ ‘ଦ ଗ୍ରେଟ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ରେ ଭାଗ ନେଇ ନିଜର ଖ୍ୟାତି ବିସ୍ତାର କରିବାରେ ସଫଳ ହୋଇଥିଲେ । ବର୍ତ୍ତମାନ ସେ କମେଡି କୁଇନ ଭାବେ ଚାରିଆଡେ ପରିଚିତ । ଗତ କିଛି ଦିନ ପୂର୍ବେ ସୋସିଆଲ ମିଡିଆ ଏବଂ ଟିଭି ପରଦାରେ ଖବର ଆସିଥିଲା ଯେ ଭାରତୀ  ନିଜର ବିବାହକୁ ନେଇ ଅନେକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ପଞ୍ଜାବର ଅମ୍ରିତସରଠାରେ ୧୯୮୪ମସିହା ଜୁଲାଇ ମାସରେ ଏହି କଳାକାରଙ୍କ  ଜନ୍ମ । ସେ ୨୦୦୮ରେ ‘ଦ ଗ୍ରେଟ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ରେ ଭାଗ ନେଇ ନିଜର ଖ୍ୟାତି ବିସ୍ତାର କରିବାରେ ସଫଳ ହୋଇଥିଲେ । ବର୍ତ୍ତମାନ ସେ କମେଡି କୁଇନ ଭାବେ ଚାରିଆଡେ ପରିଚିତ । ଗତ କିଛି ଦିନ ପୂର୍ବେ ସୋସିଆଲ ମିଡିଆ ଏବଂ ଟିଭି ପରଦାରେ ଖବର ଆସିଥିଲା ଯେ ଭାରତୀ  ନିଜର ବିବାହକୁ ନେଇ ଅନେକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

୩ ସେପ୍ଟେମ୍ବରରେ ଗୋଆରେ ବିବାହ କରିବାକୁ ଯାଉଥିବା ଏହ କ୍ୟୁଟ୍ ଯୋଡିଙ୍କ ବିବାହ ନିମନ୍ତ୍ରଣ ପତ୍ର ସୋସିଆଲ ମିଡିଆରେ ଭାୟରାଲ ହୋଇଛି । ବିବାହର ଏହି ନିମନ୍ତ୍ରଣ ପତ୍ର ହାସ୍ୟ ଅଭିନେତ୍ରୀ ଭାରତୀଙ୍କ କମେଡି ଭଳି ବହୁତ ମଜାଦାର ଦେଖାଯାଉଛି । ଭାରତୀଙ୍କ ବିବାହ କାର୍ଡ ପୁନିତ୍ ଗୁପ୍ତା ଡିଜାଇନ କରିଛନ୍ତି । ଏହି କାର୍ଡରେ ଭାରତୀ ଏବଂ ହର୍ଷଙ୍କର କ୍ୟୁଟ୍  ଫଟୋ ପ୍ରିଂଟ କରାଯାଇଛି ।

ନିଜ ବିବାହପ୍ରସ୍ତୁତିରେ କୌଣସି ଖିଲାଫ ରଖିନାହାନ୍ତି । ବିଶେଷ ଖବରରୁ ଯାହା ଜାଣିବାକୁ ମିଳିଥିଲା ଭାରତୀ ବିବାହଲାଗି ନିଜର ଓଜନ ୧୦କିଲୋ କମାଇଦେଇଥିଲେ । କାର୍ଡରେ ଛପା ଯାଇଥିବା ଫଟୋ ଭାରତି ହର୍ଷଙ୍କୁ କାନ୍ଧରେ ଉଠାଇରଖିଛନ୍ତି । ଏବଂ ଭାରତୀ ଓ ହର୍ଷଙ୍କର ଏହି ଫଟୋରେ ‘ଦୁଲ୍ହା ହମ ଲେ ଜାୟେଙ୍ଗେ’ର କ୍ୟାପସନ ମଧ୍ୟ ଲେଖାଅଛି ।