ଅଲୋଡା କେମିତି ହେଲେ ଲୋଡା ! ଦିବ୍ୟା ଭାରତୀଙ୍କ ପ୍ରଥମ ସିନେମା ପଛର କାହାଣୀ

61

ସିନେମା ଜଗତରେ ଏଭଳି ଅନେକ ନାୟିକା ଅଛନ୍ତି ଯେଉଁମାନେ ଖୁବ୍ ସମୟ ମଧ୍ୟରେ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ନିଜର ଛାପ ଛାଡି ଦୁନିଆରୁ ସବୁଦିନ ପାଇଁ ଚାଲି ଯାଇଛନ୍ତି । ମୀନା କୁମାରୀ, ମଧୁବାଳାଙ୍କ ସହ ଏହି ତାଲିକାରେ ମଧ୍ୟ ଅଛନ୍ତି ୯୦ ଦଶକର ନମ୍ବର ୱାନ ଅଭିନେତ୍ରୀ ଦିବ୍ୟା ଭାରତୀ ।

ଯଦିଓ ତାଙ୍କର ମୃତ୍ୟୁକୁ ଅନେକ ବର୍ଷ ବିତି ଯାଇଛି । କିନ୍ତୁ ତାଙ୍କ ଉପସ୍ଥିତି ଏବେବି ଦର୍ଶକଙ୍କ ମନରେ ଅକ୍ଷୁର୍ଣ୍ଣ ରହିଛି । ୫ ଏପ୍ରିଲ ୧୯୯୩ରେ ଦିବ୍ୟାଭାରତୀଙ୍କ ନିଧନ ହୋଇଥିଲା । ସେତେବେଳେ ଦିବ୍ୟାଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା । ମାତ୍ର ଗ୍ଲାମର ଜଗତରେ ସେ ଥିଲେ ସବୁଠାରୁ ଶୀର୍ଷରେ ।

ଯଦି ଦିବ୍ୟାଙ୍କ କ୍ୟାରିୟର ଉପରେ ଧ୍ୟାନ ଦିଆଯାଏ ତେବେ ଯେତେବେଳେ ସେ ନବମ ଶ୍ରେଣୀରେ ପଢୁଥିଲେ ସେତେବେଳେ ତାଙ୍କ ଉପରେ ଗୋବିନ୍ଦାଙ୍କ ଭାଇ କିର୍ତ୍ତୀ କୁମାରଙ୍କ ନଜର ପଡିଥିଲା । କିର୍ତ୍ତୀ ଦିବ୍ୟାଙ୍କୁ ଏକପ୍ରକାରେ ନିଜ ସିନେମା ‘ରାଧା କା ସଂଗମ’ରେ ନାୟିକା କରିବାକୁ ସ୍ଥିର କରିନେଇଥିଲେ । ଯାହାର ଟ୍ରେନିଂ ମଧ୍ୟ ସେ ଆରମ୍ଭ କରିଦେଇଥିଲେ । ଦିବ୍ୟା ମଧ୍ୟ ଏଥିପାଇଁ ନିଜର ଜି-ଜାନ ଲଗେଇ ଦେଇଥିଲେ ହେଲେ ଦିବ୍ୟାଙ୍କ ସବୁ ପରିଶ୍ରମ ବୃଥାରେ ଯାଇଥିଲା କାରଣ କିର୍ତ୍ତୀ ଶେଷ ମୁହୂର୍ତ୍ତରେ ନିଜର ନିଷ୍ପତି ବଦଳାଇ ଦେଇଥିଲେ ଏହି ସିନେମାରେ ଦିବ୍ୟାଙ୍କ ନାଁ ହଟାଇ ଜୁହିଁଙ୍କ ନାଁ ଯୋଡି ଦେଇଥିଲେ । ତେବେ ଏହା ପଛରେ କାରଣ କଣ ଥିଲା ତାହା ଏବେବି ରହସ୍ୟ ହୋଇ ରହିଛି ।

ଏହି ଘଟଣା ପରେ ଦିବ୍ୟା ଖୁବ୍ ଭାଙ୍ଗି ପଡିଥିଲେ । କିଛି ଦିନ ପରେ ଦିବ୍ୟାଙ୍କୁ ସାଉଥ୍ ସିନେମାରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା । ଦିବ୍ୟାଙ୍କ ‘ବାବଲୀ ରାଜା’ ସିନେମା ୧୯୯୦ରେ ରିଲିଜ୍ ହୋଇଥିଲା ଯାହାକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ଏହି ସିନେମାରେ ସଫଳତା ହାସଲ କରିବା ପରେ ପରେ ଦିବ୍ୟା ସାଉଥ୍ ସିନେମାର ଷ୍ଟାର ବନିଯାଇଥିଲେ । ଏହାପରେ ନିର୍ଦ୍ଦେଶକ ରାଜୀବ ରାୟ ଦିବ୍ୟାଙ୍କୁ ନିଜ ସିନେମା ‘ବିଶ୍ୱଆତ୍ମା’ ରେ ଅଭିନୟ କରିବାକୁ ଅଫର ଦେଇଥିଲେ ।

ଆପଣ ଶୁଣିଲେ ଚକିତ ହୋଇଯିବେ କି ଯେତେବେଳେ ଏହି ସିନେମାଟିରେ କାମ କରିବାକୁ ଦିବ୍ୟା ଚୁକ୍ତି କରିଥିଲେ, ସେତେବେଳେ ଦିବ୍ୟା ନିର୍ଦ୍ଦେଶକଙ୍କଠାରୁ ସାଇନ ଆମାଉଂଟ ମାତ୍ର ୫୦୦ ଟଙ୍କା ନେଇଥିଲେ । ଏବଂ କାମ ଆରମ୍ଭ କରିଥିଲେ । ତେବେ ଏହା ଦିବ୍ୟାଙ୍କ ପ୍ରଥମ ହିନ୍ଦୀ ସିନେମା ଥିଲା । ଏଥିରେ ଅନୁରୂପ ସଫଳତା ପରେ ଦିବ୍ୟାଙ୍କୁ ଗୋଟିଏ ପରେ ଗୋଟିଏ ସିନେମାରେ କାମ କରିବାକୁ ଅଫର ଆସିବାକୁ ଲାଗିିଥିଲା ।