ଟୁଇଟରରେ ୨୦ ମିଲିୟନ ଫଲୋର୍ସ, ହେଲେ ନିଜର ହିଁ ସିନେମାକୁ ଦେଖି କାନ୍ଦି ପକାନ୍ତି ଦୀପିକା

33

ବଲିଉଡର ହଟ୍ ନାୟିକା ଦୀପିକା ପାଦୁକୋନ କିଛିଦିନ ହେଲା ନିଜର ଆଗାମୀ ସିନେମା ‘ପଦ୍ମାବତୀ’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ନିଜର ୨୦ ମିଲିୟନ ଫଲୋର୍ସଙ୍କୁ ନେଇ ଉତ୍ସବ ମନାଉଛନ୍ତି ଦୀପିକା । ସୂଚନା ମୁତାବକ, ଦୀପିକାଙ୍କ ଟୁଇଟର ଆକାଉଂଟରେ ୨୦ ମିଲିୟନ ଫଲୋର୍ସ ପୁରଣ ହୋଇଛନ୍ତି ଆଉ ଯାହାକୁ ନେଇ ଦୀପିକା ଅତ୍ୟନ୍ତ ଉତ୍ସାହିତ ହେବା ସହିତ ଫ୍ୟାନଙ୍କ ସହ ଏହି ଖୁସିକୁ ସେୟାର କରିବାକୁ ବ୍ୟକ୍ତ କରିଛନ୍ତି । ତେବେ ସୋସିଆଲ ମିଡିଆରେ ଦୀପିକାଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାଙ୍କୁ ସୋସିଆଲ୍ ନେଟୱର୍କିଂ ପ୍ଲାଟଫର୍ମରେ ସବୁଠାରୁ ଅଧିକ ଫଲୋର୍ସ ଥିବା ମହିଳା ଭାବେ ସମ୍ବର୍ଦ୍ଧିତ କରାଯାଇଛି ।

ଦୀପିକା ନିଜ ଖୁସିକୁ ମଧ୍ୟ ନିଜ ଟୁଇଟର ପେଜରେ ପ୍ରକାଶ କରିଛନ୍ତି ଏବଂ ଏଥିପାଇଁ ନିଜର ଫ୍ୟାନ୍ସଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଖାଲି ସେତିକି ନୁହେଁ ଏଥିସହିତ ଦୀପିକାଙ୍କୁ ୨୦ଟି ପ୍ରଶ୍ନ ପଚାରିବାକୁ ନିଜର ଫାନ୍ସଙ୍କୁ କହିଛନ୍ତି । ତେବେ ଏହିସବୁ ପ୍ରଶ୍ନଗୁଡିକର ଉତ୍ତରରେ ଯେଉଁସବୁ କଥା ସାମ୍ନାକୁ ଆସିଥିଲା ସେଗୁଡିକ ଏତେ ଖାସ୍ ନଥିଲା ମାତ୍ର ଜଣେ ଫ୍ୟାନ ଦୀପିକାଙ୍କୁ ତାଙ୍କର ଷ୍ଟେଟ୍ ଅଫ୍ ମାଇଣ୍ଡ ସଂପର୍କରେ ପଚାରିଥିଲେ ଆଉ ଏହାର ଜବାବରେ ଦୀପିକା କହିଥିଲେ କି, ସେ ଏବେ ବହୁତ ଖୁସି ଅଛନ୍ତି ବୋଲି ।

ଏହାପରେ ଦୀପିକାଙ୍କୁ ଯେତେବେଳେ ତାଙ୍କ ଜୀବନର ସବୁଠାରୁ ବଡ ଚ୍ୟାଲେଂଜପୂର୍ଣ୍ଣ ଭୂମିକା ସଂପର୍କରେ ପଚରାଯାଇଥିଲା, ଏହାର ଉତ୍ତରରେ ସେ କହିଥିେଲେ କି ସେ ସିନେମା ‘ପଦ୍ମାବତୀ’ରେ ନିଜର ଭୂମିକାକୁ ସବୁଠୁ ବଡ ଚ୍ୟାଲେଂଜ ବୋଲି ମାନିଛି । ତେବେ ଏହି ପ୍ରଶ୍ନ-ଉତ୍ତର ସମୟରେ ହିଁ ଦୀପିକା ସ୍ୱୀକାର କରିଥିଲେ କି, ସେ ‘ପିକୁ’ ସିନେମାକୁ ଦେଖି ଖୁବ୍ କାନ୍ଦିଥିଲେ ।

ଏଠାରେ ଆମେ କହି ରଖୁଛୁ କି, ସିନେମା ‘ପଦ୍ମାବତୀ’ ମହାରାଣୀ ‘ପଦ୍ମାବତୀ’ଙ୍କ ଆତ୍ମଜୀନବୀ ଉପରେ ଆଧାରିତ । ତେବେ ଏହି ସିନେମାରେ ପଦ୍ମାବତୀ ଭୂମିକାରେ ଦୀପିକା ପାଦୁକୋନ ନଜର ଆସୁଥିବାବେଳେ ରଣଣୀର ସିଂହ ଆଲ୍ଲାଉଦିନ ଖିଲିଜି ଓ ଶାହିଦ କପୁର ରାଜା ରତନ ସିଂ ଭୂମିକାରେ ଅଭିନୟ କରୁଛନ୍ତି । ଏହି ସିନେମାରେ ଆଦିତି ରାଓ ହାଇଦ୍ରୀ ମଧ୍ୟ ଏକ ଗୁରୁତ୍ୱପର୍ଣ୍ଣ ଭୂମିକାରେ ନଜର ଆସିବେ । ଭନସାଲୀଙ୍କ ଏହି ସିନେମା ପୂର୍ବରୁ ଅନେକ ସମସ୍ୟାର ସାମ୍ନା କରିସାରିଛି ପ୍ରଥମେ ଜୟପୁରରେ ସୁଟିଂ ସମୟରେ ସିନେମାକୁ ବିରୋଧ ପ୍ରଦର୍ଶନ ହେବା ପରେ ସିନେମାର ରିଲିଜ ତାରିଖକୁ ଘୁଂଚାଇ ଦିଆଯାଇଛି । ତେବେ ଆସନ୍ତାବର୍ଷ ପରଦାକୁ ଆସିବ ସିନେମା ‘ପଦ୍ମାବତୀ’ ।

ସୌଜନ୍ୟ: ଆଜତକ୍