କାହା ପାଇଁ ବଲିଉଡ ହୋଇଛି ବଦନାମ୍ ? ବଡ ପରଦାର ନାୟକ କେମିତି ବନିଲେ ଖଳନାୟକ

35

ସିନେମା ‘ଚେନ୍ନାଇ ଏକ୍ସପ୍ରେସ’ର ପ୍ରେଯୋଜକ କରିମ ମୋରାନୀଙ୍କୁ ହାଇଦ୍ରାବାଦ୍ ପୁଲିସ ଦୁଷ୍କର୍ମ ଏବଂ ବ୍ଲାକମେଲିଂ ମାମଲାରେ ଗିରଫ କରିଥିଲା । ତେବେ ଶାହରୁଖଙ୍କ ଏହି ଘନିଷ୍ଠ ବନ୍ଧୁଙ୍କ ଉପରେ ଦିଲ୍ଲୀର ଜଣେ ୨୫ ବର୍ଷୀୟ ମହିଳା ଏହି ଅଭିଯୋଗ ଆଣିଥିଲେ । ମହିଳାଙ୍କ ଅଭିଯୋଗ ଥିଲା କି, ମୋରାନୀ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ ମାତ୍ର ମୋରାନୀ ଏହାକୁ ଖଣ୍ଡନ କରିଥିଲେ ।

ସାଇନୀ ଆହୁଜା

୨୦୦୯ରେ ସାଇନୀ ଙ୍କ ଚାକରାଣୀ ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏବଂ ଏହି ଅଭିଯୋଗରେ ସାଇନୀଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯାଇଥିଲା । ତେବେ ପ୍ରଥମେ ତ ସାଇନୀ ଏହାକୁ ଖଣ୍ଡନ କରିଥିଲେ ମାତ୍ର ପରବର୍ତ୍ତୀ ସମୟରେ ସେ ନିଜେ ଏହାକୁ ସ୍ୱୀକାର କରିଥିଲେ । ୨୦୧୧ରେ ତାଙ୍କୁ ୭ ବର୍ଷ ପାଇଁ ଜେଲଦଣ୍ଡାଦେଶ ମଧ୍ୟ ହୋଇଥିଲା । ମାତ୍ର କିଛି ଦିନ ପରେ ତାଙ୍କୁ ଜାମିନ ମିଳି ଯାଇଥିଲା ।

ମଧୁର ଭଣ୍ଡାରକର

ଜାତୀୟ ପୁରସ୍କାର ବିଜେତା ମଧୁର ଭଣ୍ଡାରକରଙ୍କ ନାଁ ମଧ୍ୟ ଏହି କାରନାମାରେ ଯୋଡି ହୋଇଥିଲା । ତେବେ ୨୦୦୪ରେ ଅଭିନେତ୍ରୀ ପ୍ରୀତି ଜୈନ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଅଭିଯୋଗ ଥିଲା କି, ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ମଧୁର ଭଣ୍ଡାରକର ତାଙ୍କ ସହ ପାଖାପାଖି ୧୬ ଥର ଦୁଷ୍କର୍ମ କରିଥିଲେ । ମାତ୍ର ପ୍ରମାଣ ନ ମିଳିବାରୁ ସୁପ୍ରିମକୋର୍ଟ ଏହି ମାମଲାଟିକୁ ରଦ୍ଦ କରିଦେଇଥିଲେ ।

ଅଙ୍କିତ ତିୱାରୀ

ବଲିଉଡ ଜଗତର ଏହି ରୋମାଂଟିକ ନାୟକଙ୍କ ବିରୋଧରେ ମଧ୍ୟ ଏହି କଳଙ୍କର ଛିଟା ପଡିସାରିଛି । ୨୦୧୪ରେ ଜଣେ ମହିଳା ଅଙ୍କିତଙ୍କ ଉପରେ ଏପରି ଅଭିଯୋଗ ଆଣିଥିଲେ । ତାଙ୍କ ଅଭିଯୋଗ ଥିଲା କି, ବିବାହ ପ୍ରତିଶ୍ରୁତି ଦେଇ ଅଙ୍କିତ ତାଙ୍କ ସହ ଦୀର୍ଘ ଦିନ ଧରି ଶାରୀରିକ ସଂପର୍କ ରଖି ଆସୁଥିଲେ ।