କମେଡିଆନ ସିଦ୍ଧାର୍ଥ ସାଗରଙ୍କୁ ନେଇ ସାମ୍ନାକୁ ଆସିଲା ଚାଂଚଲ୍ୟକର ଖବର ! କହିଲେ, ଦୀର୍ଘ ଚାରିମାସ ଧରି ଗାଏବ ହୋଇଯିବା ପଛର ଦୁଃଖଭରା କାହାଣୀ
୪ ମାସ ଧରି ହଜି ଯାଇଥିବା କମେଡିଆନ ସିଦ୍ଧାର୍ଥ ସାଗରଙ୍କୁ ନେଇ ଚାଂଚଲ୍ୟକର ସତ୍ୟ ସାମ୍ନାକୁ ଆସିଛି । ହୋଇଥିବା ଏକ ପ୍ରେସ କନଫରେନ୍ସରେ ଯାହା ଶୁଣିବାକୁ ମିଳିଛି ତାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରେସ କନଫରେନ୍ସରେ ସିଦ୍ଧାର୍ଥ କହିଛନ୍ତି ଯେ, ତାଙ୍କ ମା ତାଙ୍କୁ ଜବରଦସ୍ତ ଡ୍ରଗ୍ସ ଦେଉଥିଲେ ଏବଂ ଜବରଦସ୍ତ ତାଙ୍କୁ ପାଗଳଖାନାରେ ଭର୍ତ୍ତି ମଧ୍ୟ କରାଇଥିଲେ । ତେବେ ସିର୍ଦ୍ଧାର୍ଥଙ୍କ କହିବା ଅନୁସାରେ ତାଙ୍କ ମା’ଙ୍କ ଜୀବନରେ ସୁୟଶ ଗାଡ଼ଗିଲ ନାମକ ଜଣେ ଯୁବକ ଆସିବା ପରେ ସମସ୍ତ ପରିସ୍ଥିତି ବଦଳି ଯାଇଥିଲା । ତାଙ୍କ ବାପା ଓ ମା ଅଲଗା ହୋଇ ଯାଇଥିଲେ ।
ସିଦ୍ଧାର୍ଥଙ୍କୁ କେବଳ ଶାରୀରିକ ଏବଂ ମାନସିକ ନିର୍ୟାତନା ଦିଆଯାଉନଥିଲା ବରଂ ଡ୍ରଗ୍ସ ମଧ୍ୟ ଦିଆଯାଉଥିଲା । ଖୁବ ଚିନ୍ତାରେ ରହିବା ପରେ ସେ ଏହି ବିଷୟରେ ଘର ଲୋକଙ୍କୁ ପଚାରିଥିଲେ । ଏହାପରେ ଖାଦ୍ୟରେ ଡ୍ରଗ୍ସ ମିଶାଇ ଦିଆଯାଉଥିବା କଥା ସେ ଜାଣିବାକୁ ପାଇଥିଲେ । ତେବେ ବାଇପୋଲର ଡିସଅର୍ଡର ଥିବା କହି ତାଙ୍କୁ ଡ୍ରଗ୍ସ ଦିଆଯାଉଥିଲ.କିନ୍ତୁ ସିଦ୍ଧାର୍ଥଙ୍କୁ କୁହାଯାଇଥିଲା ଔଷଧ ଦିଆଯାଉଛି । ସିଦ୍ଧାର୍ଥଙ୍କ ହଜି ଯାଇଥିବା ଘଟଣା ତାଙ୍କର ଜଣେ ସାଙ୍ଗ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ ସାହାର୍ୟ୍ୟ ମଧ୍ୟ ମାଗିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହାକୁ ଡିଲିଟ କରି ଦେଇଥିଲେ ।