ସିଏଜିର ଖୁଲାସା ! ଏହି ବଲିଉଡ଼ ତାରକାମାନେ କରିଛନ୍ତି ‘ସର୍ଭିସ୍ ଟ୍ୟାକ୍ସ’ ଚୋରି

32

ସିଏଜି ପକ୍ଷରୁ ଶୁକ୍ରବାର ଦିନ ସଂସଦ ଗୃହରେ ଉପସ୍ଥାପନା କରାଯାଇଥିବା ଏକ ରିପୋର୍ଟରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଖବର ମୁତାବକ, ବଲିଉଡ଼ ଜଗତର ବହୁ ଜଣାଶୁଣା ଅଭିନେତାଙ୍କ ନାଁରେ ସର୍ଭିସ ଟ୍ୟାକ୍ସ ବା ସେବା କର ପଇଠ କରିବାରେ ଅନିୟମିତତା ଭଳି ପ୍ରସଙ୍ଗର ଖୁଲାସା କରିଛି ସିଏଜି । ଖାଲି ସେତିକି ନୁହେଁ ଏଭଳି ପାଖାପାଖି ୧୫୬ଟି ମାମଲା ସିଏଜିର ହସ୍ତଗତ ହୋଇଛି । ଯେଉଁଥିରେ ବଲିଉଡ ଜଗତର ବହୁ ନାମୀଦାମୀ ଅଭିନେତାମାନେ ସାମିଲ ଅଛନ୍ତି ।

ଶୁକ୍ରବାର ଦିନ ସଂସଦ ଗୃହରେ ଉପସ୍ଥାପନା କରାଯାଇଥିବା ଏହି ରିପୋର୍ଟରେ ସଲମାନ ଖାନ, ରଣବୀର କପୂର, ଅଜୟ ଦେବଗନ ଭଳି ବଲିଉଡ ତାରକାମାନେ ପ୍ରଡକ୍ସନ ହାଉସ୍ ଜରିଆରେ ସିନେମା ନିର୍ମାଣ କରିଛନ୍ତି । ଯେଉଁଥିରେ ମେକଅପ୍ ଆଟିଷ୍ଟ୍, ହେୟାର ଷ୍ଟାଇଲ୍ ଏବଂ ସ୍ପର୍ଟବୟ ରଖିବା ଓ ଖିଆପିଆ ବାବଦରେ କରାଯାଉଥିବା ସମସ୍ତ ଖର୍ଚ୍ଚର ହିସାବ ଆଦିକୁ ଉପସ୍ଥାପନା କରାଯାଇଥିଲା । ତେବେ ଏହାକୁ ଭର୍ତ୍ତିକରି ବଲିଉଡ ତାରକାମାନେ ସେମାନଙ୍କର ସହଯୋଗୀମାନଙ୍କୁ କମ୍ ଟଙ୍କା ଦେଇ, ସେମାନଙ୍କ ସେବା କରକୁ ବଂଚାଇ ରଖିଛନ୍ତି ।

ସେହିପରି ରଣବୀର କପୂରଙ୍କ ଦସ୍ତାବିଜକୁ ଯାଂଚ କରାଯିବା ପରେ ସାମ୍ନାକୁ ଆସିଛି କି, ରଣବୀର ନିଜ ସିନେମା ପାଇଁ ଦେଶ-ବିଦେଶର ବିଭିନ୍ନ ସ୍ଥାନରେ ସୁଟିଂ କରିଛନ୍ତି ଏବଂ ଏହି ସମୟରେ ରମବୀରଙ୍କୁ ମିଳିଥିବା ଟଙ୍କାର ଟିକସ ଦେଇନାହାଁନ୍ତି ଅଭିନେତା ରଣବୀର କପୂର ।

ସୌଜନ୍ୟ: ଅମର ଉଜାଲା