ସିନେମା ଜଗତରେ ପାଦ ଦେବା ପୂର୍ବରୁ କଣ କରୁଥିଲେ ଭାଇରସ୍ ? ପଢନ୍ତୁ ଜଣେ ସଫଳ କଳାକାରଙ୍କ କାହାଣୀ

53

ବଲିଉଡରେ ଏମିତି କିଛି ପ୍ରଖ୍ୟାତ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ନିଜ ଜୀବନକୁ ଭିନ୍ନ ଭାବରେ ଗଢି ତୋଳିବାକୁ ସକ୍ଷମ ହୋଇଛନ୍ତି । ଫିଲ୍ମ ‘ଥ୍ରି ଇଡିଅଟ୍ସ’ରେ ଭାଇରସ୍ ନାମରେ ଜଣାଶୁଣା ପ୍ରଖ୍ୟାତ ଅଭିନେତା ବମନ ଇରାନୀ ସେମାନଙ୍କ ମଧ୍ୟରୁ ଜଣେ । ତାଙ୍କ କାହାଣୀ ମଧ୍ୟ କିଛି ଭିନ୍ନ ପ୍ରକାରର । ବମନ ମୁମ୍ବାଇରେ ୨ ଡିସେମ୍ବର ୧୯୫୯ରେ ଜନ୍ମ ହୋଇଥିଲେ । ସେ ୪୨ ବର୍ଷରେ ଫିଲ୍ମରେ କ୍ୟାରିଅର ଆରମ୍ଭ କରିଥିଲେ । ବମନ ସେଂଟ ମେରୀ ସ୍କୁଲରେ ପଢାସାରିବା ପରେ ମିଠୀବାଈ କଲେଜରେ ଗ୍ରାଜୁଏସନ ଶେଷ କରିଥିଲେ । ପଢାସରିବା ପରେ ବମନ ହୋଟେଲ ତାଜ ପ୍ୟାଲେସରେ ୱେଟର ଏବଂ ରୁମ ସର୍ଭିସ ଷ୍ଟାଫ ଭାବରେ କାମ କରୁଥିଲେ । ସେ ହୋଟେଲ କାମ ପରେ ତାଙ୍କ ମା’ଙ୍କୁ କାମରେ ସାହାଯ୍ୟ କରିବାପାଇଁ ସାଉଥ ମୁମ୍ବାଇରେ ନାୱଲଟି ଏବଂ ଅପସରା ସିନେମା ମଧ୍ୟରେ ସେ ବେକରିରେ କାମ କରୁଥିଲେ । ସେ ୧୯୮୭ରେ ଫଟୋଗ୍ରାଫି ଆରମ୍ଭ କରିଥିଲେ, ଅଭିନୟ କରିବା ପର୍ଯ୍ୟନ୍ତ ଏହି କାମକୁ ଜାରି ରଖିଥିଲେ ।

ପିଲାଟି ବେଳରୁ ବମନଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା । ସେ ହଂସରାଜ ସିଦ୍ଧିୟାଁ ଏବଂ ଏଲେକ ପଦମସୀଙ୍କ ଠାରୁ ଅଭିନୟ ଶିଖିଥିଲେ । ସେ ରୋଶନୀ ଏବଂ ଫ୍ୟାମଲି ଟାଇଜ ଭଳି ଥିଏଟର ପ୍ଲେରେ ଅଂଶଗ୍ରହଣ କରିଥିଲେ । ୨୦୦୧ରେ ସେ ଫିଲ୍ମ ‘ଏଭ୍ରିବଡି ସେଜ ଆଇ ଆମ ଫାଇନ’ରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଲେଟସ ଟକ, ଡରନା ମନା, ଏବଂ ବୁମ ଭଳି ଫିଲ୍ମରେ ଛୋଟ ଛୋଟ ଚରିତ୍ରରେ ନଜର ଆସିଥିଲେ ।

ବମନ ୨୦୦୩ରେ ରାଜକୁମାର ଇରାନୀଙ୍କ ଫିଲ୍ମ ମୁନ୍ନା ଭାଇ ଏମବିବିଏସରେ ଡାକ୍ତର ଅସ୍ଥାନାଙ୍କ ଚରିତ୍ରରେ ଅଭିନୟ କରିଥିଲେ ଏବଂ ଦର୍ଶକ ତାଙ୍କୁ ଖୁବ ପସନ୍ଦ ମଧ୍ୟ କରିଥିଲେ, ଏବଂ ଏହାପରେ ସବୁଆଡ଼େ ତାଙ୍କ ଚର୍ଚ୍ଚା ହୋଇଥିଲା । ଏହା ବ୍ୟତୀତ ସେ ଶାହାରୁଖଙ୍କ ସହିତ ଫିଲ୍ମ ଡନ ଟୁ, ହ୍ୟାପି ନ୍ୟୁ ଇୟର ଏବଂ ଅମରୀଙ୍କ ସହିତ ଥ୍ରି ଇଡିଅଟସ ଏବଂ ପିକେ ଭଳି ଫିଲ୍ମରେ କାମ କରିଥିଲେ ଏବଂ ଦର୍ଶକଙ୍କ ହୃଦୟକୁ ଜିତି ପାରିଥିଲେ ।