ବିଖ୍ୟାତ ଗାୟକ ୟଶ୍ ବଡାଲୀ ଗିରଫ !

38

ବଲିଉଡ ଜଗତର ନାମକରା ସଙ୍ଗୀତକାର ତଥା ଗାୟକ ୟଶ୍ ବଡାଲୀଙ୍କୁ ଗିରଫ । ମହିଳାଙ୍କୁ ଅସଦାଚରଣ ମାମଲାରେ ଗାୟକ ୟଶଙ୍କୁ ଗିରଫ କରିଛି ବଙ୍ଗୁରନଗର ପୁଲିସ୍ ।

ସୂଚନା ମୁତାବକ, ‘ସନମ ରେ’ ଭଳି ସୁପରହିଟ୍ ଗୀତରେ କଣ୍ଠଦାନ କରିଥିବା ଗାୟକ ୟଶଙ୍କୁ ଜଣେ ଯୁବତୀଙ୍କୁ ଅସଦାଚରଣ ମାମଲାରେ ଗିରଫ କରାଯାଇଛି । ଯଦିଓ ଘଟଣା ସଂପର୍କରେ କୌଣସି ଅଧିକ ସୂଚନା ମିଳିପାରିନାହିଁ ତେବେ ୟଶଙ୍କ ବିରୋଧରେ ଆଇପିସିର ଧାରା ୩୫୪ (ଅସଦାଚରଣ) ଏବଂ ୫୦୪ (ଧମକ ଦେବା) ଭଳି ମାମଲା ଦାଏର କରାଯାଇଛି ।

ୟଶଙ୍କୁ ଆଜି ଅଦାଲତରେ ହାଜର କରାଯିବ । ମାତ୍ର ଏହାପୂର୍ବରୁ ୟଶ୍ ଗିରଫରୁ ବଂଚିବା ପାଇଁ ଆଂଟିସିପେଟରୀ ବେଲ୍ ଆପ୍ଲିକେସନ ଅଦାଲତରେ ଦାଖଲ କରିଥିଲେ ଯାହାକୁ ଅଦାଲତ ଖାରଜ କରିଦେଇଥିଲେ । ଏଠାରେ ଆମେ କହିରଖୁଛୁ ଯେ, ୟଶ୍ ବଡାଲୀ ଉଭୟ ପଂଜାବୀ ଏବଂ ହିନ୍ଦୀରେ ଗୀତ ଗାଇବା ସହିତ ଜଣେ ମ୍ୟୁଜିକ୍ କଂପୋଜର ମଧ୍ୟ ଅଟନ୍ତି । ଏହା ବ୍ୟତୀତ ୟଶ୍ ବିଭିନ୍ନ ଷ୍ଟେଜ୍ ପ୍ରୋଗ୍ରାମ ମଧ୍ୟ କରନ୍ତି ।

ସୌଜନ୍ୟ: ଆଜତକ୍