ହେ ଫଗୁଣ ତୁମେ . . . । ଅକ୍ଷୟ ମହାନ୍ତିଙ୍କ ଜୀବନୀ ଉପରେ ବଲିଉଡ ଚଳଚ୍ଚିତ୍ର

95

ପୁଣି ଥରେ ଆସିବ ଫଗୁଣ । ସଙ୍ଗୀତର ସ୍ୱର୍ଗ ପାଲଟିବ ଧରା ଏବଂ ସ୍ୱୟଂ ସଙ୍ଗୀତର ଯାଦୁରେ ସେହି ସୌଦାଗରଙ୍କ ଅମର ସ୍ମୃତିକୁ ମନେ ପକାଇବେ ଦର୍ଶକେ ।

କିମ୍ବଦନ୍ତି ସଙ୍ଗିତଜ୍ଞ ଗୀତିକାର ତଥା ଗାୟକ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଉପରେ ଖୁବ୍ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ବଲିଉଡ ଚଳଚ୍ଚିତ୍ର । ଆଉ ଏହି ଚଳଚ୍ଚିତ୍ରଟିକୁ ନିର୍ମାଣ କରିବେ ବଲିଉଡ ଜଗତର ଖ୍ୟାତନାମା ସିନେମା ନିର୍ମାତା ମୁସ୍ତାକ୍ ନାଦିଆଦାୱାଲା ।

ସୂଚନା ମୁତାବକ, ନିକଟରେ ମୁସ୍ତାକ୍ ଏନେଇ ଅକ୍ଷୟ ମହାନ୍ତି ଟ୍ରଷ୍ଟ ସହ ଆଲୋଚନା ମଧ୍ୟ କରିଛନ୍ତି । ସ୍ୱର୍ଗତ ମହାନ୍ତିଙ୍କ କଟକସ୍ଥିତ ବାସଭବନ ‘ବିଚିତ୍ରବର୍ଣ୍ଣା’ଠାରେ ମୁସ୍ତାକ୍, ମହାନ୍ତିଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି । ତେବେ ‘ହେ ଫଗୁଣ ତୁମେ’ ନାମରେ ଏହି ଚଳଚ୍ଚିତ୍ର ଅକ୍ଷୟ ମହାନ୍ତିଙ୍କ ଜୀବନୀ ,ସ୍ୱପ୍ନ ଓ ସିନେ-ସଙ୍ଗିତ ଜଗତରେ ଉତଥାନ ପତନ ଉତଥାନ ଭରା ବାଟରେ ଅନେକ ଦଶନ୍ଧି ଧରି ବିଜୟର ଯାତ୍ରା ଉପରେ ଆଧାରିତ ।

କହିବାକୁ ଗଲେ ଏହା ସେହି ଅମର ବ୍ୟକ୍ତିତ୍ୱଙ୍କର ଏକ ଅଧୁରା ସ୍ୱପ୍ନ ପୁରଣ ହେଲା ଭଳି ପ୍ରତୀୟ ହୋଇଛି । ସ୍ୱର୍ଗତ ମହାନ୍ତି କିପରି ପ୍ରେମୀକରୁ ପାଲଟିଥିଲେ କିମ୍ବଦନ୍ତି, ସଙ୍ଗିତରୁ ପାଲଟିଥିଲେ ଜଣେ କାଳଜୟୀ କଳାକାର ତାହା ଅତି ନିଚ୍ଛକ ଭାବେ ଏହି ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ ଦର୍ଶକେ । ତେବେ ସିନେମାଟିର କାହାଣୀ ଲେଖିଛନ୍ତି ପ୍ରସିଦ୍ଧ ଇଂରାଜୀ କବି ନିକୁଂଜ କେ ସୁନ୍ଦରାୟ ଏବଂ ଏହାର ଡାଏଲଗ ଲେଖିଛନ୍ତି ଦେବଦାସ ଛୋଟରାୟ । ସେହିପରି ସିନେମାଟିରେ ରହିଛି ମୋଟ୍ ୮ଟି ଗୀତ । ଯାହା ସ୍ୱର୍ଗତ ମହାନ୍ତିଙ୍କ ଦ୍ୱାରା ଲିଖିତ । ସିନେମାଟି ଚଳିତ ବର୍ଷ ଆରମ୍ଭ ହେବାକୁ ଯାଉଛି ବୋଲି ମିଳିଥିବା ସୂଚନାରୁ ଯାହା ଜଣାପଡିଛି ।

ସୌଜନ୍ୟ: ଓଡ଼ିଶାଡାଏରୀ