ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫଟୋ ଉଠାଇବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ! ହୋଟେଲରୁ ଫେରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାରିଲେ ହୋଟେଲ ଗାର୍ଡ

51

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫଟୋ ଉଠାଇବାବେଳେ ସାମ୍ବାଦିକଙ୍କୁ ବାଉନସର୍ସଙ୍କ ଆକ୍ରମଣ । ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ଫଟୋ ଉଠାଇବା ପାଇଁ ସାମ୍ବାଦିକମାନେ ଚେଷ୍ଟା କରୁଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ।

ସୂଚନା ମୁତାବକ, ମୁମ୍ବାଇର ଏକ ହୋଟେଲରୁ ଶିଳ୍ପା ଓ ରାଜ୍ ବାହାରୁ ଥିବାବେଳେ ତାଙ୍କ ଫଟୋ ଉଠାଇବା ପାଇଁ ଚେଷ୍ଟା କରିଥିଲେ କିଛି ଗଣମାଧ୍ୟମ ପ୍ରତିନିଧି । ଠିକ୍ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ବାଉନସର୍ସମାନେ ୨ଜଣ ସାମ୍ବାଦିକଙ୍କୁ ନିସ୍ତୁକ ମାଡ ମାରିଥିଲେ । ବାଉନସର୍ସଙ୍କ ଆକ୍ରମଣରେ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଛନ୍ତି ।

ତେବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରିକି ଘଟଣା ସମ୍ପର୍କରେ ପିସିଆର ଭ୍ୟାନକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଘଂଟାକ ପରେ ଘଟଣାସ୍ଥଳରେ ପିସିଆର ଭ୍ୟାନ ପହଂଚିଥିବା ଅଭିଯୋଗ ହୋଇଛି । ପୁଲିସ ଏନେଇ ହୋଟେଲର ବାଉନସର୍ସଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ।