ଗତକାଲି (ନଭେମ୍ବର ୨)ରେ ବିବାଦୀୟ ସୋ’ ବିଗବସ-୧୧ର ପ୍ରସାରିତ ହୋଇଥିବା ଅଧ୍ୟାୟର ଆରମ୍ଭ ସିନେମା ‘ରଂଗ ଦେ ବସନ୍ତି’ ର ‘ଖଲବଲି’ ଗୀତରୁ ହୋଇଥିଲା । ଯେଉଁଥିରେ ପ୍ରିୟଙ୍କ ଶର୍ମା, ବିକାଶ ଗୁପ୍ତାଙ୍କୁ ଆଉ ପରାମର୍ଶ ଦେବେନି ବୋଲି କହିଛନ୍ତି । ଖାଲି ପ୍ରିୟଙ୍କ ନୁହେଁ ତାଙ୍କୁ ସମର୍ଥନ ଜଣାଇ ଶିଳ୍ପା ସିନ୍ଦେ ମଧ୍ୟ ବିକାଶ କେବେ କାହାର ମିତ୍ର ହୋଇପାରିବେ ନାହିଁ ବୋଲି କହିଥିଲେ ।

ଏହାପରେ ସେମାନେ ବିଗବସ ଲଗଜ୍ୟୁରି ବଜେଟ ସମ୍ବନ୍ଧୀୟ କାର୍ଯ୍ୟକାରୀତା ଉପରେ ଟିପ୍ପଣୀ ଦେବା ସହ ପୂର୍ବ ବଜେଟ ସମ୍ବନ୍ଧୀୟ କାର୍ଯ୍ୟକାରିତାରେ କେଉଁମାନେ ଖରାପ ଖେଳ ପ୍ରଦର୍ଶନ କରିଥିବା ନେଇ ପ୍ରଶ୍ନ ଉଠାଇଥିଲେ । ତେବେ ଶିଳ୍ପା ଖରାପ ପ୍ରଦର୍ଶନ କରିଥିବା ପ୍ରିୟଙ୍କ ମତ ଦେଇଥିଲେ । ଏହି ମନ୍ତବ୍ୟ ଉପରେ ଅର୍ଶୀ ଖାନ ସପକ୍ଷ ନେଇଥିବା ସାମ୍ନାକୁ ଆସିଥିଲା ।

ଶେଷରେ ବିକାଶ ଓ ମେଜହବିଙ୍କୁ ଜେଲ ଯିବାଲାଗି ଚୟନ କରାଯାଇଥିଲା ଏବଂ ଏହାପରେ ଲବ ତ୍ୟାଗୀଙ୍କୁ ଅନ୍ୟ ଏକ ନାଁ ପଚରାଯାଇଥିଲା । ତାଙ୍କ ନେତୃତ୍ୱ ସମୟରେ ଅର୍ଶୀ ହଙ୍ଗାମା କରିଥିଲେ । ତେଣୁ ସେ ଅର୍ଶୀଙ୍କ ନାଁ ନେଇଥିଲେ । ଆଉ ତାଙ୍କ ନାଁ ନେବାରୁ ହିଁ ଆରମ୍ଭ ହୋଇଥିଲା ବିବାଦୀୟ ପରିସ୍ଥିତି । ମାତ୍ର ବହୁବିବାଦ ପରେ ବିକାଶ, ଅର୍ଶୀ ଏବଂ ମେଜହବୀଙ୍କୁ କାରାଗାରକୁ ପଠାଯାଇଥିଲା । ଏହାପରେ ଶିଳ୍ପା ଏବଂ ଆକାଶ ବିକାଶଙ୍କୁ ରଗାଇବାକୁ ପ୍ରୟାସ କରିଥିଲେ ଏବଂ କହିଥିଲେ କି, ବିକାଶ କାରାଗାରାରେ କେବଳ ଶୋଉଛନ୍ତି । ଏହା ଶୁଣିବାମାତ୍ରେ ବିକାଶ ରାଗିଯାଇ ଜେଲରୁ ବାହାରକୁ ଆସିବା ଲାଗି ପ୍ରୟାସ କରିଥିଲେ ଆଉ ଏହି ସମୟରେ ବିଗବସ ତାଙ୍କୁ ରୋକିବାରୁ ସେ ଜେଲ ପରିସରକୁ ଫେରି ଆସିଥିଲେ ଏବଂ ବାହାରକୁ ଆସିବାଲାଗି ଅନୁରୋଧ କରିଥିଲେ ।

ତେବେ ଶିଳ୍ପାଙ୍କ ଠାରୁ ପ୍ରିୟଙ୍କ ଶର୍ମା ଖରାପ ବୋଲି କ୍ୟାମେରା ସାମ୍ନାରେ ବିକାଶ କହିଥିଲେ । ଏହାପରେ ଜେଲର ତାଲା ଖୋଲାଯାଇଥିଲା ଏବଂ କନଫରେନ୍ସ ଗୃହ ମଧ୍ୟକୁ ଆସିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।  ଏହାପରେ ଶିଳ୍ପାଙ୍କୁ କନଫରେନ୍ସ ରୁମକୁ ଡକାଯାଇଥିଲା ଏବଂ କାହାରି ବିଷୟରେ ବ୍ୟକ୍ତିଗତ ଟିପ୍ପଣୀ ନଦେବା ଲାଗି ଆଦେଶ ଦିଆଯାଇଥିଲା । ଶିଳ୍ପା ସେଠାରେ ନିଜ ଭୁଲ୍ ସ୍ୱୀକାର କରି କ୍ଷମା ମାଗିବା ସହ ବିକାଶଙ୍କୁ କେବେ କିଛି କହିବେ ନାହିଁ ବୋଲି ପ୍ରତିଶ୍ରୃତି ଦେଇଥିଲେ ।

ସେପଟେ ବିଗବସ ଶିଳ୍ପା ଏବଂ ସମସ୍ତଙ୍କ ସହ ଥିବା କଟୁତାକୁ ଦୂର କରିବାପାଇଁ ସମସ୍ତଙ୍କୁ ବାହାରକୁ ଡାକିଥିଲେ । ଏହି ସମୟରେ ସମସ୍ତେ ବିକାଶଙ୍କ କଥାକୁ ଧ୍ୟାନ ଦେଇ ଶୁଣୁଥିବା ବେଳେ ହଠାତ୍ ଆକାଶ ଚିକ୍ରାର କରି କହିଥିଲେ କି ବିକାଶ ଶିଳ୍ପାଙ୍କ ନାଁ’ରେ ମିଛ କହୁଛନ୍ତି ବୋଲି । ଯାହାପରେ ପ୍ରିୟଙ୍କ ରାଗିଯାଇଥିଲେ ଏବଂ ଆକାଶଙ୍କ ଉପରେ ଆକ୍ରମଣ କରିବାକୁ ପ୍ରୟାସ କରିଥିଲେ ମାତ୍ର ଉଭୟଙ୍କୁ ରୋକାଯାଇଥିଲା । ହେଲେ ଏତିକିରେ କଥା ସରିନଥିଲା ବିକାଶ ପ୍ରିୟଙ୍କଙ୍କୁ ନିଜ ପାଖକୁ ଡାକିଥିଲେ ମାତ୍ର ପ୍ରିୟଙ୍କ ନଶୁଣିବା ଭଳି ସେଠାରୁ ଚାଲି ଯାଇଥିଲେ । କିଛି ସମୟପରେ ପ୍ରିୟଙ୍କ ତାଙ୍କ ନିକଟକୁ ଆସି ବିକାଶକୁ କହିଥିଲେ କି ସେ ନିଜ ଲଢେଇ ନିଜେ ଲଢିପାରିବେ ଏବଂ ଏଥିରେ ସେ ହସ୍ତକ୍ଷେପ ନକରନ୍ତୁ ବୋଲି ପରାମର୍ଶ ଦେଇଥିଲେ ।