‘ପଦ୍ମାବତୀ’କୁ ନେଇ ଦୀପିକାଙ୍କ ନୂଆ ଖୁଲାସା ! କହିଲେ, ସିନେମାରେ ପଦ୍ମାବତୀ ସହିତ ନାହିଁ ଆଲାଉଦ୍ଦିନଙ୍କର କୌଣସି ପ୍ରେମଦୃଶ୍ୟ

30

ବିଗବସ ୧୧ରେ ପଦ୍ମାବତୀ ସିନେମାକୁ ନେଇ ଦୀପିକା ପାଦୁକୋନଙ୍କ ନୂଆ ଖୁଲାସା । ବିଗବସ ହୋଷ୍ଟ ସଲମାନ୍ ଖାନଙ୍କ ସହ ପରଫର୍ମ ଅବସରରେ ପଦ୍ମାବତୀ ସିନେମା ବିବାଦ ସଂପର୍କରେ ନୂଆ କଥା କହିଛନ୍ତି ଏହାର ନାୟିକା । ପଦ୍ମାବତୀ ସିନେମାକୁ ନେଇ ଦେଶବ୍ୟାପୀ ବିରୋଧ ଜାରି ରହିଥିବା ବେଳେ ଏହା ସଂପୂର୍ଣ୍ଣ ଅମୂଳକ ବୋଲି ବିଗବସ ଶୋ’ରେ ଦୀପିକା ସ୍ପଷ୍ଟ କରିଛନ୍ତି ।

ଏକ ଡ୍ରିମ୍ ସିକ୍ୱେନ୍ସରେ ଆଲାଉଦ୍ଦିନ ଖିଲିଜୀ ଚରିତ୍ର ସହ ରାଣୀ ପଦ୍ମାବତୀ ଚରିତ୍ରର ରୋମାଂଟିକ୍ ଦୃଶ୍ୟ ସିନେମାରେ ରହିଥିବାରୁ ଏହାକୁ ଜୋରଦାର ପ୍ରତିବାଦ ହୋଇଛି । କିନ୍ତୁ ବିଗବସ ୧୧ରେ ପଦ୍ମାବତୀ ସିନେମାର ପ୍ରମୋସନ୍ ଅବସରରେ ଦୀପିକା କହିଛନ୍ତି ଯେ ଏହା ସଂପୂର୍ଣ୍ଣ ଭୁଲ । ସିନେମାରେ ସେ କରିଥିବା ପଦ୍ମାବତୀ ଚରିତ୍ର ସହ ଆଲାଉଦ୍ଦିନ୍ ଖିଲିଜୀଙ୍କର କୌଣସି ଦୃଶ୍ୟ ନାହିଁ ।

ଏପରିକି ଆଲାଉଦ୍ଦିନ୍ ଭୂମିକାରେ ଅଭିନୟ କରିଥିବା ରଣବୀର ସିଂହଙ୍କ ସହ ସେ ଆଦୌ ସ୍କ୍ରିନ୍ ସେୟାର କରିନାହାନ୍ତି ବୋଲି ମଧ୍ୟ କହିଛନ୍ତି ଦୀପିକା । ଏ ସଂପର୍କରେ ପ୍ରଥମେ ବିଗବସ ହୋଷ୍ଟ ସଲମାନ୍ ପ୍ରଶ୍ନ କରିବା ପରେ ଉତରରେ ଦୀପିକା ସ୍ପଷ୍ଟ କହିଥିଲେ ଯେ ରଣବୀରଙ୍କ ସହ ଏହି ଫିଲ୍ମରେ ତାଙ୍କର କୌଣସି ଦୃଶ୍ୟ ନାହିଁ । ତେବେ ଏହା ପରେ ମଜାଳିଆ ଅନ୍ଦାଜରେ ସଲମାନ୍ କହିଥିଲେ ଯେ ଦୀପିକା ରଣବୀରଙ୍କ ସହ ନୁହେଁ, ବରଂ ଶାହିଦ କପୁରଙ୍କ ସହ ଅଛନ୍ତି ।