ଭାବି ବନିଲେ ଯୌନ ନିର୍ଯାତନାର ଶିକାର ! ‘ଭାବିଜୀ ଘରପର୍ ହୈ’ର ପ୍ରଯୋଜିକାଙ୍କ ସ୍ୱାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

61

ଟେଲିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ‘ଭାବିଜୀ ଘରପର୍ ହୈ’ରେ ଅଙ୍ଗୁରୀ ଭାଭି ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ ଶିଳ୍ପା ସିନ୍ଦେ ସେହି ଧାରାବାହିକର ପ୍ରଯୋଜିକାଙ୍କ ସ୍ୱାମୀଙ୍କ ବିରୋଧରେ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି । ପ୍ରଯୋଜିକାଙ୍କ ସ୍ୱାମୀଙ୍କ ସଂଜୟ କୋହଲିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ସେ ତାଙ୍କ ଏଫଆଇଆରରେ ଦର୍ଶାଇଛନ୍ତି କି ସଂଜୟ ତାଙ୍କୁ ଅନେକ ସମୟରେ ଅଶ୍ଳୀଳ ଇଙ୍ଗୀତ କରିବା ସହ ତାଙ୍କୁ ଅସଦାଚରଣ କରିଛନ୍ତି ।

ଖାଲି ସେତିକି ନୁହେଁ ଶିଳ୍ପା ଅଭିଯୋଗ କରିଛନ୍ତି କି, ଜଣେ ମେକ୍ ଅପମ୍ୟାନ୍ ଏହି ଘଟଣା ଦେଖିଦେବା ଯୋଗୁଁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ଆଉ ଯେତେବେଳେ ମୁଁ ତାଙ୍କଠାରୁ ଟଙ୍କା ନେବାକୁ ମନା କରିଦେଇ ଥିଲି ସେତେବେଳେ ସେ ମୋତେ ମଧ୍ୟ ଶୋ’ରୁ ବାହାର କରି ଦେଇଥିଲେ । ତେବେ ଗତ ସପ୍ତାହରେ ଶିଳ୍ପା ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ଦ୍ୱାରା ଏହି ମାମଲାଟି ଏବେ ସାମ୍ନାକୁ ଆସିଛି ।